Advertisment

ଗେମିଂ ଜୋନ୍‌ରେ ଅଗ୍ନିକାଣ୍ଡ: ମାଲିକଙ୍କ ସମେତ ୩ ଗିରଫ

ଗେମିଂ ଜୋନ୍‌ ଅଗ୍ନିକାଣ୍ଡ ମାମଲାରେ ମୃତ୍ୟୁ ସଂଖ୍ୟା ୩୩କୁ ବୃଦ୍ଧି ପାଇଛି।

author-image
Madhupriya Mistry
Game zone owner arrested

Game zone owner arrested

ରାଜକୋଟ ଗେମିଂ ଜୋନ୍ ଅଗ୍ନିକାଣ୍ଡ ମାମଲା ପୁଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗେମିଂ ଜୋନ୍‌ ମାଲିକଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି। ସେପଟେ ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ୩୩କୁ ବୃଦ୍ଧି ପାଇଥିବା ସୂଚନା ମିଳିଛି।

Advertisment

ସୂଚନା ମୁତାବକ, ଗେମିଂ ଜୋନ୍‌ ଅଗ୍ନିକାଣ୍ଡ ମାମଲାରେ ଗିରଫ ହୋଇଥିବା ୩ ଜଣଙ୍କ ମଧ୍ୟରେ ମ୍ୟାନେଜର ନୀତିନ ଜୈନ୍‌ ଓ ଗେମ୍‌ ଗୋନ୍‌ର ମାଲିକ ଯୁବରାଜ ସିଂହ ସଲୋଙ୍କି ସାମିଲ ଅଛନ୍ତି। ଏହି ମାମଲରେ ଗତକାଲି ପୁଲିସ ମାଲିକ ଯୁବରାଜ ସିଂହ ଓ ମ୍ୟାନେଜରଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ତେବ ଆଜି ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।

ଶନିବାର ସନ୍ଧ୍ୟାରେ ଗୁଜରାଟର ରାଜକୋଟ୍‌ରେ ଥିବା ଗେମିଂ ଜୋନ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୧୨ ଜଣ ଶିଶୁଙ୍କ ସମେତ ୩୩ ଜଣଙ୍କ ମୃତ୍ୟୁ ହୋଇଛି। ଆହୁରି କିଛି ଜଣ ଆହତ ହୋଇଛନ୍ତି। ନିଆଁ ଆୟତ୍ତକୁ ଆସିଥିଲେ ବି ଅଗ୍ନିକାଣ୍ଡର କାରଣ ଏଯାଏଁ ଜଣାପଡିନି।

Advertisment

ଘଟଣାର ପୁଙ୍ଖାନୁପଙ୍ଖ ତଦନ୍ତ ପାଇଁ ବରିଷ୍ଠ ଆଇପିଏସ୍‌ ଅଧିକାରୀ ସୁଭାଷ ତ୍ରିବେଦୀଙ୍କ ତତ୍ତ୍ୱାବଧାନରେ ଏସଆଇଟି ଗଠନ କରାଯାଇଛି। ଏସଆଇଟି ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ତନାଘନା ଜାରି ରଖିଛି। ସେପଟେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଓ ରାଜ୍ୟ ଗୃହ ମନ୍ତ୍ରୀ ହର୍ଷ ସାଙ୍ଘବି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିଛନ୍ତି। ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜକୋଟ ଘଟଣାରେ ଗଭୀର ଶୋକବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ କଥା ହୋଇଛନ୍ତି। ଏପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି।

Gujarat Rajkot Fire Fire At Game Zone Rajkot Amusement Park