Advertisment

ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଆଖିବୁଜା ପଥରମାଡ଼, ବୁଲିଲା ଖଣ୍ଡା

ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ତୀବ୍ର ଉତ୍ତେଜନା। ମୁହାଁମୁହିଁ ହେଲେ ଦୁଇ ଗୋଷ୍ଠୀ। ପରସ୍ପର ବିରୋଧରେ ଦେଲେ ରଣହୁଙ୍କାର। ବିଚ୍‌ ରାସ୍ତାରେ ବୁଲିଲା ଖଣ୍ଡା।

tension situation

tension situation

Advertisment

ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ତୀବ୍ର ଉତ୍ତେଜନା। ମୁହାଁମୁହିଁ ହେଲେ ଦୁଇ ଗୋଷ୍ଠୀ। ପରସ୍ପର ବିରୋଧରେ ଦେଲେ ରଣହୁଙ୍କାର। ବିଚ୍‌ ରାସ୍ତାରେ ବୁଲିଲା ଖଣ୍ଡା। ଏପରି ଭୟଙ୍କର ଦୃଶ୍ୟ କର୍ଣ୍ଣାଟକାର ମାଣ୍ଡୟାରେ ଘଟିଛି। ଉଭୟ ପକ୍ଷଙ୍କ ପଥର ମାଡ଼ରେ ଜଣେ ପୁଲିସ୍‌ କର୍ମୀ ଆହତ ହୋଇଛନ୍ତି।

Advertisment

ଗତ ରାତିରେ ନାଗମଙ୍ଗଳା ଟାଉନ୍‌ ଥାନା ଅଞ୍ଚଳରେ ଗଣେଶ ମୂର୍ତ୍ତି ବିସର୍ଜନ ନିମନ୍ତେ ଶୋଭାଯାତ୍ରା ବାହାରିଥିଲା। ଏହି ସମୟରେ ମୈସୁର ରୋଡରେ ଅନ୍ୟ ଏକ ଗୋଷ୍ଠ ପ୍ରୋସେସନ ଉପରକୁ ପଥର ମାଡ଼ କରିଥିଲେ। ଏପରିକି ସେମାନେ ଖଣ୍ଡା ବୁଲାଇ ପ୍ରୋସେସନରେ ସାମିଲ ହୋଇଥିବା ଲୋକଙ୍କୁ ଭୟଭୀତ କରିଥିଲେ। 

ଏହାକୁ ନେଇ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିବା ବେଳେ ଉତ୍ତ୍ୟକ୍ତ ଲୋକେ ଦୋକାନ ବଜାରରେ ନିଆଁ ଲଗାଇ ଦେଇଥିଲେ। ଏଥିସହ ରାସ୍ତାରେ ଟାୟାର ଜାଳି ଅବରୋଧ କରିଥିଲେ। 

Advertisment

ଏଥିରେ ଉତ୍ତ୍ୟକ୍ତ ଲୋକେ ପୁଲିସ୍‌ ଷ୍ଟେଶନ ସମ୍ମୁଖରେ ମୂର୍ତ୍ତି ରଖି ବିରୋଧ ପ୍ରଦର୍ଶନ କରିଥିଲେ। ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ସେମାନେ ଦାବି କରିଥିଲେ।

ହିଂସା କ୍ରମଶଃ ଉଗ୍ର ରୂପ ଧାରଣ କରିବାରୁ ଘଟଣାସ୍ଥଳରେ ବହୁ ସଂଖ୍ୟାରେ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି। ଏବେ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ବେଳେ ପୁଲିସ୍‌ ସ୍ଥିତି ଉପରେ କଡ଼ା ନଜର ରଖିଥିବା ଜଣାଯାଇଛି।

Karnataka Tension Situation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe