Advertisment

ପ୍ରେମିକଙ୍କ ସାଙ୍ଗ କରୁଥିଲେ ଗଣବଳାତ୍କାର; ୫ ଗିରଫ, ଏବେବି ୪ ଫେରାର

ଜଣେ ଦଳିତ ହୋଇଛନ୍ତି ପାଶବିକ ଅତ୍ୟାଚାରର ଶିକାର। ତାଙ୍କୁ ୯ ଜଣ ଯୁବକ ଦୀର୍ଘ ଦିନ ଧରି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

author-image
Niharika Rout
Rape Victim

Rape Victim

ରାମ ଜନ୍ମଭୂମି ଅଯୋଧ୍ୟାରେ ଘଟିଛି ସାଂଘାତିକ ଲଜ୍ଜାଜନକ ଘଟଣା। ମନ୍ଦିର ପରିସରରେ ସଫେଇ କରୁଥିବା ଜଣେ ଦଳିତ ହୋଇଛନ୍ତି ପାଶବିକ ଅତ୍ୟାଚାରର ଶିକାର। ତାଙ୍କୁ ୯ ଜଣ ଯୁବକ ଦୀର୍ଘ ଦିନ ଧରି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପ୍ରଥମେ ଏନେଇ ମାମଲା ରୁଜୁ କରୁ ନ ଥିବା ପୁଲିସ୍‌ ପରେ ୫ ଜଣଙ୍କୁ ବାନ୍ଧିଥିବା ଜଣାଯାଇଛି। ଏହି ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Advertisment

ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ଜଣେ ଯୁବକଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା। ସେ ଉକ୍ତ ଯୁବକଙ୍କ ନିକଟତର ହୋଇ ଯାଇଥିବା ବେଳେ ଏହାର ଫାଇଦା ଯୁବକଜଣକ ଉଠାଇଥିଲେ। ଏପରିକି ସେ ନିଜ ସାଙ୍ଗମାନଙ୍କୁ ଆଣି ଜୋରଜବରଦସ୍ତି କରିଥିଲେ।

ମାତ୍ର ମୁଁ ଘଟଣାସ୍ଥଳରୁ ପଳାଇବାକୁ ଦୌଡ଼ିବାରୁ ତଳେ ପଡ଼ି ବେହୋସ ହୋଇ ଯାଇଥିଲି। ଏହାପରେ ସେମାନେ ମୋ’ ସହ ଦୁର୍ଷମ କରିଛନ୍ତି। ସନ୍ଧ୍ୟାରେ ହୋସ୍‌ ଆସିବା ବେଳକୁ ମୋ’ ପାଖରେ ଦୁଇ ଜଣ ଯୁବକ ଥିଲେ । ସେମାନେ ମୋତେ ଏକ ଗେଷ୍ଟ ହାଉସ୍‌ର ଗ୍ୟାରେଜକୁ ନେଇ ସେଠାରେ ଗଣଦୁଷ୍କର୍ମ କରିଥିଲେ। ଏହାର ଭିଡିଓ କରି ସେମାନେ ମୋତେ ବ୍ଲାକମେଲ୍‌ କରିବାକୁ ଆରମ୍ଭ କଲେ। ଭିଡିଓ ଭାଇରାଲ କରିବାର ଧମକ ଦେଇ ସେମାନେ ବିଭିନ୍ନ ସ୍ଥାନକୁ ଡାକି ଶାରୀରିକ ସମ୍ପର୍କ ରଖୁଥିଲେ।

Advertisment

ଏଥିରେ ଅତିଷ୍ଠ ହୋଇ ଗତ ୨୮ ତାରିଖରେ ଥାନାରେ ଅଭିଯୋଗ କରିବାକୁ ଯାଉଥିବା ବେଳେ ଉକ୍ତ ଯୁବକମାନେ ଫୋନ୍‌ କରି ଧମକ ଦେଇଥିଲେ। ଏପରିକି ତୁମ ସହ ଯାହା ହେଉଛି, ତୁମ ଭଉଣୀମାନଙ୍କ ସହ ବି ହେବ ବୋଲି କହିଥିଲେ। ଏହାପରେ ଘରକୁ ଫେରି ଆସିଥିଲି। ମାତ୍ର ପରେ ଗତ ୩୧ ତାରିଖରେ ଥାନାକୁ ଯାଇଥିଲି। ମାତ୍ର ସେଠାରେ ସେମାନେ ମୋ’ ଅଭିଯୋଗ ମିଥ୍ୟା ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କଲେ।

୩ ଦିନ ପର୍ଯ୍ୟନ୍ତ ଥାନାରେ ମୋ’ ଅଭିଯୋଗ ନେଇ ମାମଲା ରୁଜୁ ନ ହେବାରୁ ଏସ୍‌ପି ଅଫିସ ଯାଇ ଘଟଣା ଜଣାଇଥିଲି। ଏହାପରେ ସେଠାରୁ ନିର୍ଦ୍ଦେଶ ଆସିବା ପରେ ପୁଲିସ୍‌ ମାମଲା ରୁଜୁ କରିବାକୁ ମୋତେ ଡାକିଥିଲା। ଥାନାରେ ୩୬ ଘଣ୍ଟା ବସାଇବା ପରେ ପୁଲିସ୍‌ ମାମଲା ରୁଜୁ କରିଥିଲା ବୋଲି ପୀଡ଼ିତା କହିଛନ୍ତି।

ଏହାପରେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରି ପୀଡ଼ିତାଙ୍କ ଡାକ୍ତରୀ ମାଇନା ପାଇଁ ପଠାଇଥିଲା। ଏହି ଘଟଣାରେ ଏଯାବତ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଖୋଜା ଯାଉଥିବା ପୁଲିସ୍‌ ଅଧିକାରୀ କହିଛନ୍ତି।

Uttar Pradesh Gang Rape Arrest