Advertisment

ଶପିଂ ମଲ୍‌ ବାହାରେ ଆଖିବୁଜା ଗୁଳିମାଡ଼, ଟଳିଲା ଗ୍ୟାଙ୍ଗଷ୍ଟର୍‌

ଜମ୍ମୁର କୁଖ୍ୟାତ ଅପରାଧୀ ରାଜେଶ ଡୋଗରା ଓରଫ ମୋହନର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଅଦ୍ୟତନ ହୋଇଛି
Firing Out Side Shopping mall

Firing Out Side Shopping mall

Advertisment

ଶପିଂ ମଲ୍‌ ବାହାରେ ଫୁଟିଲା ଗୁଳି। ଆଖିବୁଜା ଗୁଳିମାଡ଼ କଲେ ଦୁର୍ବୃତ୍ତ। ପାଖାପାଖି ୧୭ରୁ ୧୮ ରାଉଣ୍ଡ ହେଲା ଗୁଳିମାଡ। ଏଥିରେ ଟିଳିପଡିଛି ଜଣେ କୁଖ୍ୟାତ ଗ୍ୟାଙ୍ଗଷ୍ଟର୍‌। ସେପଟେ ଶପିଂ କରିବାକୁ ଆସିଥିବା ଲୋକେ ଭୟଭୀତ ହୋଇପଡିଛନ୍ତି। ପଞ୍ଜାବର ମୋହାଲିରେ ଘଟିଛି ଏଭଳି କିଛି ଘଟଣା।

Advertisment

ପଞ୍ଜାବର ମୋହାଲି ସେକ୍ଟର ୬୭ ସ୍ଥିତ ସିପି ମଲ୍‌ ବାହରେ ଆଜି ଆଖିବୁଜା ଗୁଳିମାଡ ହୋଇଥିଲା। ଏଥିରେ ଜମ୍ମୁର କୁଖ୍ୟାତ ଅପରାଧୀ ରାଜେଶ ଡୋଗରା ଓରଫ ମୋହନର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ପୁଲିସ ସୂଚନା ମୁତାବକ, ରାଜେଶ ଡୋଗରା ନିଜର ଦୁଇ ଜଣ ସାଙ୍ଗଙ୍କ ସହ ମଲ୍‌ ବୁଲିବା ପାଇଁ ଆସିଥିଲା। ଏହି ସମୟରେ ସ୍କର୍ପିଓ ସମେତ ଦୁଇଟି ଗାଡିରେ ଆକ୍ରମଣକାରୀମାନେ ଆସି ତା' ଉପରକୁ ଗୁଳିମାଡ଼ କରିଥିଲେ। ତେବେ ଘଟଣାସ୍ଥଳରେ ରାଜେଶର ମୃତ୍ୟୁ ହୋଇଥିବା ବେଳେ ତା'ର ଦୁଇ ଜଣ ସାଙ୍ଗ ଫେରାର ହୋଇଯାଇଥିଲେ।

Advertisment

ଅଭିଯୁକ୍ତମାନେ ରାଜେଶ ଡୋଗରାଙ୍କ ପିଛା କରୁଥିଲେ। ସେ ଯେତେବେଳେ ମଲ୍‌ ବାହାରକୁ ଆସିଥିଲେ ସେତେବେଳେ ଅଭିଯୁକ୍ତମାନେ ୩୨ ବୋର୍‌ ଓ ୪୫ ବୋର୍‌ ବନ୍ଧୁକରେ ତାକୁ ଟାର୍ଗେଟ କରି ଗୁଳିମାଡ କରିଥିଲେ। ପାଖାପାଖି ୧୭ରୁ ୧୮ ରାଉଣ୍ଡ ଗୁଳିମାଡ ହୋଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଯାଞ୍ଚ ଜାରି ରଖିଛି। ମୃତକଙ୍କ ବୟସ ୪୫ରୁ ୫୦ ବର୍ଷ ହେବ ବୋଲି ପୁଲିସ କହିଛି।

କହିରଖୁ ଯେ, ଜମ୍ମୁର ବିଭିନ୍ନ ପୁଲିସ ଷ୍ଟେସନରେ ରାଜେଶ ଡୋଗରା ବିରୋଧରେ ଭିନ୍ନ ଭିନ୍ନ ମାମଲା ରୁଜୁ ହୋଇଛି। ଏଥିସହ ତାଙ୍କ ବିରୋଧରେ ଜନ ସୁରକ୍ଷା ଆଇନ ମଧ୍ୟ ଲାଗୁ କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ ପାକ୍କା ଡାଙ୍ଗା, ଜାମ୍ମୁ ସିଟି, ଉଦାମପୁର, ଗଙ୍ଗୟାଲ, ବାହୁ ଦୁର୍ଗ ଏବଂ ଘରୋଟାରେ ୭ଟି ଅପରାଧିକ ମାମଲା ରୁଜୁ ହୋଇଛି। ହତ୍ୟା ଉଦ୍ୟମ, ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଭଳି ବିଭିନ୍ନ ଅପରାଧିକ ମାମଲାରେ ସେ ଜଡିତ ଥିଲା। 

Punjab Firing Gang War Gangster Rajesh Dogra Shot Dead
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe