Advertisment

ଗଣବଳାତ୍କାରର ଶିକାର ନାବାଳିକାଙ୍କ ମାମଲା ରୁଜୁ କଲାନି ପୁଲିସ୍‌, ଝୁଲି ପଡ଼ିଲେ ବାପା

ଗଣବଳାତ୍କାରର ଶିକାର ହୋଇଥିବା ଜଣେ ନାବାଳିକାଙ୍କୁ ନ୍ୟାୟ ଦେବା ଦୂର କଥା ପୁଲିସ୍‌ ମାମଲା ବି ରୁଜୁ କଲାନି। ଏପରିକି ନ୍ୟାୟ ପାଇଁ ଗୁହାରୀ ହେବାକୁ ଯାଇଥିବା ନାବାଳିକାଙ୍କ ପିତାଙ୍କୁ ଅନ୍ୟ ମାମଲାରେ ଫସାଇ ଦେବାକୁ ଧମକ ଦେଲା ପୁଲିସ୍‌। ଶେଷରେ ସବୁଆଡ଼ୁ ହତାଶ ହୋଇ ନାବାଳିକାଙ୍କ ପିତା ନେଲେ ଚରମ ପଦକ୍ଷେପ ।

author-image
Niharika Rout
Rape

gang raped

ଗଣବଳାତ୍କାରର ଶିକାର ହୋଇଥିବା ଜଣେ ନାବାଳିକାଙ୍କୁ ନ୍ୟାୟ ଦେବା ଦୂର କଥା ପୁଲିସ୍‌ ମାମଲା ବି ରୁଜୁ କଲାନି। ଏପରିକି ନ୍ୟାୟ ପାଇଁ ଗୁହାରୀ ହେବାକୁ ଯାଇଥିବା ନାବାଳିକାଙ୍କ ପିତାଙ୍କୁ ଅନ୍ୟ ମାମଲାରେ ଫସାଇ ଦେବାକୁ ଧମକ ଦେଲା ପୁଲିସ୍‌। ଶେଷରେ ସବୁଆଡ଼ୁ ହତାଶ ହୋଇ ନାବାଳିକାଙ୍କ ପିତା ନେଲେ ଚରମ ପଦକ୍ଷେପ । ନିଜ ଘରେ ହିଁ ଝୁଲି ପଡ଼ିଲେ । ଏପରି ଏକ ହୃଦୟ ବିଦାରକ ଘଟଣା ଉତ୍ତରପ୍ରଦେଶର ଜାଲାଉନ ଅଞ୍ଚଳରେ ଘଟିଛି।

Advertisment

ନାବାଳିକାଙ୍କ ପିତା ପଞ୍ଜାବରେ କାମ କରୁଥିବା ବେଳେ ସେ ପରିବାର ସହ ଗାଁରେ ରୁହନ୍ତି। ୨ ମାସ ପୂର୍ବେ ଗାଁର କିଛି ଯୁବକ ତାଙ୍କୁ ଗଣବଳାତ୍କାର କରିଥିଲେ। ଏପରିକି ଏନେଇ ଥାନାରେ ଅଭିଯୋଗ କଲେ ଜୀବନରୁ ମାରିଦେବାକୁ ଅଭିଯୁକ୍ତମାନେ ଧମକ ଦେଇଥିଲେ। ଏନେଇ ନାବାଳିକାଜଣକ ନିଜ ବାପାଙ୍କୁ କହିବାରୁ ସେ ପଞ୍ଜାବରୁ ଗାଁକୁ ଫେରିଥିଲେ।

ଏପରିକି ଝିଅକୁ ନ୍ୟାୟ ଦେବାକୁ ସେ ବହୁ ଥର ଥାନାକୁ ଦୌଡ଼ିଥିବା ବେଳେ ଏନେଇ ମାମଲା ବି ରୁଜୁ ହୋଇ ନ ଥିଲା। ଏପରିକି ଥାନାର ଜଣେ କର୍ମଚାରୀ ଅନ୍ୟ କେସ୍‌ରେ ଭିତରେ ପଶାଇଦେବାକୁ ଧମକ ଦେଇଥିଲେ।

Advertisment

ଏଥିରେ ହତାଶ ହୋଇ ନାବାଳିକାଙ୍କ ପିତା ଗତକାଲି ନିଜ ଘରେ ଝୁଲି ପଡ଼ିଛନ୍ତି। ଏହି ଘଟଣାକୁ ନେଇ ଉତ୍‌କ୍ଷିପ୍ତ ଗ୍ରାମବାସୀ ରାସ୍ତା ଅବରୋଧ କରି ଉକ୍ତ ପୁଲିସ୍‌ ଅଧିକାରୀଙ୍କ ଗିରଫ ଦାବି କରିଥିଲେ।

ଖବର ପାଇ ଉଚ୍ଚସ୍ତରୀୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରାଯିବ ଓ ଆଇନ୍‌ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

Suicide Uttar Pradesh Police Gang Rape