Advertisment

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଉଥିବା ବେଳେ ଗୁଳିମାଡ଼, ଅତିକ ଅହମଦ ଓ ଭାଇ ଅଶରଫ ମୃତ

ଦୁଇ ଦିନ ତଳେ ଅତିକଙ୍କ ପୁଅ ଅସଦ ଓ ସହଯୋଗୀ ଗୁଲାମ ପୁଲିସ ଏନକାଉଣ୍ଟର୍‌ରେ ପ୍ରାଣ ହରାଇଥିଲେ।

ଅଦ୍ୟତନ ହୋଇଛି
Atiq

Atiq

Advertisment

ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିବା ଅତିକ ଅହମଦ ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି। ଆଜି ଗୁଳିମାଡ଼ରେ ଅତିକ ଓ ତାଙ୍କ ଭାଇ ଅଶରଫଙ୍କ ମୃତ୍ୟୁ ଘଟିଛି। ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଏପରି ଘଟଣା ଘଟିଛି। ଉଭୟଙ୍କୁ କଡ଼ା ସୁରକ୍ଷା ବଳୟରେ ମେଡିକାଲ ଚେକଅପ୍‌ ପାଇଁ ନିଆ ଯାଉଥିବା ବେଳେ ଗୁଳିମାଡ଼ ହୋଇଥିଲା। ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଥିବା ପ୍ରାଥମିକ ରିପୋର୍ଟ ଆସିଛି।

Advertisment

ଉଭୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଉଥିଲେ। କ୍ୟାମେରା ମଧ୍ୟ ଅନ ଥିଲା। ତେବେ ହଠାତ୍‌ କିଛି ଯୁବକ ଭିଡ଼ ଭିତରେ ଧସେଇ ପଶିବା ସହ ସର୍ବସମ୍ମୁଖରେ ଅତିକ ଓ ଅଶରଫଙ୍କୁ ଗୁଳିମାଡ଼ କରିଥିଲେ। ପ୍ରଥମ ଗୁଳିଟି ଅତିକଙ୍କ ମୁଣ୍ଡରେ ବାଜିବାରୁ ସେ ଟଲି ପଡ଼ିଥିଲେ। ସେହିପରି ଦ୍ୱିତୀୟ ଗୁଳିରେ ଅଶରଫ ପ୍ରାଣ ହରାଇଛନ୍ତି। 

ଦୁଇ ଦିନ ତଳେ ଅତିକଙ୍କ ପୁଅ ଅସଦ ଓ ସହଯୋଗୀ ଗୁଲାମ ପୁଲିସ ଏନକାଉଣ୍ଟର୍‌ରେ ପ୍ରାଣ ହରାଇଥିଲେ। ଆଜି କଡ଼ା ସୁରକ୍ଷା ବଳୟରେ ଉଭୟଙ୍କ ଅନ୍ତିମ ସଂସ୍କାର କରାଯାଇଛି। ପୁଅର ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ଅତିକ ଅହମଦ ଅନୁମତି ମାଗିଥିଲେ। ହେଲେ ତାଙ୍କୁ ଅନୁମତି ମିଳି ନଥିଲା। ଏବେ ନିଜେ ଅତିକ ଓ ଅଶରଫ ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି।

Advertisment

ପୁଲିସ୍‌ ଅତିକ ଓ ଅଶରଫଙ୍କୁ ହସ୍ପିଟାଲ ନେଉଥିବା ବେଳେ କିଛି ଯୁବକ ହଠାତ୍‌ ଗୁଳିମାଡ଼ କରିଥିଲେ। ଗୁଳିମାଡ଼ ପରେ ସେମାନେ ଖସି ଯିବାକୁ ଉଦ୍ୟମ କରିଥିଲେ। ତେବେ ପୁଲିସ୍‌ ଜଣଙ୍କୁ ଧରିବାକୁ ସକ୍ଷମ ହୋଇଥିବା କୁହାଯାଉଛି। ଉମେଶ ପାଲ ଅପହରଣ ମାମଲାରେ କୋର୍ଟ ଦୁଇ ଭାଇଙ୍କୁ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ। 

୨୦୦୫ ମସିହାରେ ବହୁଜନ ସମାଜବାଦୀ ପାର୍ଟିର ତତ୍କାଳୀନ ବିଧାୟକ ରାଜୁ ପାଲଙ୍କୁ ହତ୍ୟା କରାଯାଇଥିଲା। ଉମେଶ ପାଲ ଏହି ହତ୍ୟାକାଣ୍ଡର ସାକ୍ଷୀ ଥିଲେ। ମାତ୍ର ୨୦୦୬ ଫେବ୍ରୁଆରୀ ୨୪ ତାରିଖରେ ତାଙ୍କୁ ଏବଂ ତାଙ୍କ ସୁରକ୍ଷାରେ ନିୟୋଜିତ ଦୁଇ ଜଣ ପୋଲିସ କର୍ମୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହାପରେ ଉମେଶ ପାଲଙ୍କ ପତ୍ନୀ ଜୟାଙ୍କ ଅଭିଯୋଗ ଆଧାରରେ ପ୍ରୟାଗରାଜର ଘୁମନଗଞ୍ଜ ଥାନାରେ ଅତିକ ଅହମଦ, ତାର ଭାଇ ଅଶରଫ, ପତ୍ନୀ ଶାଇସ୍ତା ପରବିନ, ଦୁଇ ପୁଅ, ସହଯୋଗୀ ଗୁଡ୍ଡୁ ମୁସଲିମ ଏବଂ ଅନ୍ୟ ୯ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।

Atiq Ahmed
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe