Advertisment

ହସ୍ପିଟାଲ ନିକଟରେ ଫୁଟିଲା ଗୁଳି, ଟଳିଲା ଗ୍ୟାଙ୍ଗଷ୍ଟର୍‌

ଗୁଳିମାଡରେ ଜଣେ ପୁଲିସ ଅଧିକାରୀ ସହିଦ ହୋଇଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି।

Encounter

Encounter

Advertisment

ହସ୍ପିଟାଲ ନିକଟରେ ଫୁଟିଲା ଗୁଳି। ଆଖିବୁଜା ଗୁଳିମାଡ଼ କଲେ ଗ୍ୟାଙ୍ଗଷ୍ଟର। ଏଥିରେ ଜଣେ ପୁଲିସ ଅଧିକାରୀ ସହିଦ ହୋଇଛନ୍ତି। ସେହିପରି ପୁଲିସ ଗୁଳିରେ ଜଣେ ଗ୍ୟାଙ୍ଗଷ୍ଟର ମଧ୍ୟ ଟଳିଛି। ଜମ୍ମୁ କଶ୍ମୀରର କଠୁଆ ଅଞ୍ଚଳରେ ଘଟିଛି ଏଭଳି କିଛି ଘଟଣା।

Advertisment

ଗତକାଲି ଜମ୍ମୁ-କଶ୍ମୀର କଠୁଆ ସ୍ଥିତ ଏକ ସରକାରୀ ମେଡିକାଲ କଲେଜ ନିକଟରେ ଗ୍ୟାଙ୍ଗଷ୍ଟର ଓ ପୁଲିସ ମୁହାଁମୁହିଁ ହୋଇଥିଲେ। ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ରିପୋର୍ଟ ମୁତାବକ, ଶୁନୁ ଗ୍ରୁପ୍‌ ନାଁରେ ଜଣାଶୁଣା ଗ୍ୟାଙ୍ଗର ସଦସ୍ୟମାନଙ୍କୁ ପୁଲିସ ପିଛା କରୁଥିଲା। ଏହି ସମୟରେ ଗ୍ୟାଙ୍ଗଷ୍ଟରମାନେ ମେଡିକାଲ କଲେଜ ପରିସରରେ ପଶି ଯାଇଥିଲେ। ଏହାପରେ ପୁଲିସ ଓ ସେମାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲେ।

ଏଥିରେ ଜଣେ ପୁଲିସ ଅଧିକାରୀ ଆହତ ହୋଇଥିଲେ। ତାଙ୍କୁ ପଞ୍ଜାବର ପଠାନକୋଟ୍‌କୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଚିକିତ୍ସିତ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଛି। ସବ୍‌ ଇନ୍‌ସ୍ପେକ୍ଟର ଜଣକ ହେଲେ ଦୀପକ ଶର୍ମା।

Advertisment

ସେହିପରି ପାଲଟା ଗୁଳିମାଡ଼ରେ ଜଣେ ଗ୍ୟାଙ୍ଗଷ୍ଟର ମଧ୍ୟ ନିହତ ହୋଇଥିବା ସୂଚନା ମିଳିଛି। ମୃତ ଗ୍ୟାଙ୍ଗଷ୍ଟର ଜଣକ ଶୁନୁ ଗ୍ରୁପ୍‌ର ମୁଖିଆ ବାସୁଦେବ ବୋଲି ଜଣାପଡିଛି। ସେହିପରି ଆଉ ଜଣେ ପୁଲିସ ଅଧିକାରୀ ମଧ୍ୟ ଏହି ଗୁଳିମାଡରେ ଆହତ ହୋଇଛନ୍ତି। ତାଙ୍କ ଚିକିତ୍ସା ଜାରି ରହିଛି।

Gangster Encounter Jammu Kashmir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe