Advertisment

ଜେଲ୍‌ରୁ ମୁକୁଳିବା ଖୁସିରେ ଶୋଭାଯାତ୍ରା କରି ଫସିଗଲେ ଗ୍ୟାଙ୍ଗଷ୍ଟର

ଗ୍ୟାଙ୍ଗଷ୍ଟର ହର୍ଷଦ ପାଟଣକରଙ୍କ ନାଁରେ ଅନେକ ମାମଲା ରହିଛି।

author-image
Jitendra Garnayak
Rally

Rally

ଜେଲ୍‌ରୁ ମୁକୁଳିବା ଖୁସିରେ ଶୋଭାଯାତ୍ରା କରିବା ଜଣେ ଗ୍ୟାଙ୍ଗଷ୍ଟରଙ୍କୁ ମହଙ୍ଗା ପଡ଼ିଛି। ପୁଲିସ ତାଙ୍କୁ ପୁଣି ଥରେ ଗିରଫ କରିଛି। ଘଟଣାଟି ଘଟିଛି ମହାରାଷ୍ଟ୍ରର ନାସିକରେ। ଗିରଫ ଗ୍ୟାଙ୍ଗଷ୍ଟରଙ୍କ ନାଁ ହର୍ଷଦ ପାଟଣକର।

Advertisment

ଏମ୍‌ପିଡିଏ ବଳରେ ହର୍ଷଦଙ୍କୁ ପୁଲିସ୍ ଗିରଫ କରିଥିଲା। ତିନି ଦିନ ତଳେ ଅର୍ଥାତ୍ ଜୁଲାଇ ୨୩ ତାରିଖରେ ସେ ଜେଲ୍‌ରୁ ମୁକ୍ତ ହୋଇଥିଲେ। ଜେଲ୍‌ରୁ ବାହାରିବା ଖୁସିରେ ସେ ଏକ ରାଲି କରିଥିଲେ। ଏଥିରେ କିଛି କାର ସହିତ ୨୦ରୁ ଅଧିକ ବାଇକ୍ ଧରି ତାଙ୍କ ସମର୍ଥକମାନେ ସାମିଲ ହୋଇଥିଲେ। ଏହି ରାଲି ବେଠେଲ ନଗରରୁ ଆମ୍ବେଦକର ଛକ ପର୍ଯ୍ୟନ୍ତ ଯାଇଥିଲା। 

ହର୍ଷଦ ପାଟଣକରଙ୍କ ସମର୍ଥକମାନେ ଏହି ରାଲିର ଭିଡିଓକୁ ସୋଶାଲ ମିଡିଆରେ ଶେଆର କରିଥିଲେ। ଏହାର କ୍ୟାପସନ୍‌ରେ ‘କମ୍‌ବ୍ୟାକ୍‌’ ଲେଖିଥିଲେ। ଏହି ଭିଡିଓରେ ହର୍ଷଦ ପାଟଣକର କାର୍‌ର ସନ୍‌ରୁଫ୍‌ରୁ ବାହାରି ତାଙ୍କ ସମର୍ଥକଙ୍କୁ ହାତ ହଲାଉଥିବା ଦେଖିବାକୁ ମିଳିଥିଲା। 

Advertisment

ସୋଶାଲ ମିଡିଆରେ ହର୍ଷଦ ପାଟଣକରଙ୍କ ରାଲି ଭିଡିଓ ଭାଇରାଲ ହେବା ପରେ ଏହା ପୁଲିସର ନଜରକୁ ଆସିଥିଲା ଓ ପୁଲିସ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ପୁଲିସ ପୁଣି ଥରେ ହର୍ଷଦ ପାଟଣକରଙ୍କୁ ଗିରଫ କରିଛି। ହର୍ଷଦଙ୍କ ସହିତ ତାଙ୍କର ୬ ଜଣ ସମର୍ଥକଙ୍କୁ ପୁଲିସ ଗିରଫ କରିଛି। ଅନୁମତି ନନେଇ ରାଲି କରିବା ତଥା ଅରାଜକତା ସୃଷ୍ଟି କରିବା ଅଭିଯୋଗରେ ସେମାନଙ୍କୁ ଗିରଫ କରିଛି ପୁଲିସ। 

ହର୍ଷଦ ପାଟଣକରଙ୍କ ନାଁରେ ଅନେକ ମାମଲା ରହିଛି। ହତ୍ୟା ଉଦ୍ୟମ, ଚୋରି ଓ ହିଂସାକାଣ୍ଡ ଭିଆଇବା ଅଭିଯୋଗରେ ତାଙ୍କ ନାଁରେ ଥାନାରେ ମାମଲା ରହିଛି। 

Gangster