Advertisment

ବାପା ଅତିକ ଅହମଦଙ୍କ ପୁଲିସ୍‌ କନଭୟ ଉପରେ ହମଲା କରିବାକୁ ଚାହୁଁଥିଲେ ଅସଦ

ଅତିକ ଅହମଦଙ୍କୁ ନେଇ ଗୁଜରାଟରୁ ଉତ୍ତର ପ୍ରଦେଶ ଆସୁଥିବା ପୁଲିସ୍‌ କନଭୟ ଉପରେ ତାଙ୍କ ପୁଅ ଅସଦ ହମଲା କରିବାକୁ ଯୋଜନା କରିଥିଲେ। ଅସଦ ଓ ତାଙ୍କ ସହଯୋଗୀମାନେ ହମଲା ପାଇଁ ଲକ୍ଷ୍ୟ ରଖିଥିଲେ ହେଁ ଅତିକଙ୍କୁ ଖସାଇ ନେବା ସେମାନଙ୍କ ଉଦ୍ଦେଶ୍ୟ ନଥିଲା।

Asad Ahmed

Asad Ahmed

Advertisment

ଉମେଶ ପାଲ ହତ୍ୟା ଘଟଣାର ଅଭିଯୁକ୍ତ ଅସଦ ଅହମଦ ଓ ତାଙ୍କ ସହଯୋଗୀ ଗୁଲାମ ଗୁରୁବାର ଉତ୍ତରପ୍ରଦେଶର ଝାନସୀ ଠାରେ ହୋଇଥିବା ଏନକାଉଣ୍ଟରରେ ପ୍ରାଣ ହରାଇଛନ୍ତି। ସେମାନଙ୍କ ମୃତ୍ୟୁ ପରେ ପୁଲିସ୍‌ ଗୋଟିଏ ପରେ ଗୋଟିଏ ତଥ୍ୟ ଜାତୀୟ ଗଣମାଧ୍ୟମଗୁଡ଼ିକ ଜରିଆରେ ସାର୍ବଜନୀନ କରିବାରେ ଲାଗିଛି।

Advertisment

ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିବା ଅତିକ ଅହମଦଙ୍କୁ ନେଇ ଗୁଜରାଟରୁ ଉତ୍ତର ପ୍ରଦେଶ ଆସୁଥିବା ପୁଲିସ୍‌ କନଭୟ ଉପରେ ତାଙ୍କ ପୁଅ ଅସଦ ହମଲା କରିବାକୁ ଯୋଜନା କରିଥିଲେ। ଅସଦ ଓ ତାଙ୍କ ସହଯୋଗୀମାନେ ହମଲା ପାଇଁ ଲକ୍ଷ୍ୟ ରଖିଥିଲେ ହେଁ ଅତିକଙ୍କୁ ଖସାଇ ନେବା ସେମାନଙ୍କ ଉଦ୍ଦେଶ୍ୟ ନଥିଲା।

ସେମାନେ କେବଳ କିଛି ରାଉଣ୍ଡ ଗୁଳି କନଭୟ ଉପରକୁ ମାରି ମାମଲାକୁ ଅଧିକ ଅତିରଞ୍ଜିତ କରିବାକୁ ଚାହୁଁଥିଲେ। ଉତ୍ତର ପ୍ରଦେଶ ସରକାରଙ୍କ ପାରିବା ପଣିଆକୁ ଖୋଲା ଚ୍ୟାଲେଞ୍ଜ ଦେବାକୁ ସେମାନେ ଏପରି ଯୋଜନା କରିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

Advertisment

ଅସଦ ଓ ତାଙ୍କ ସହଯୋଗୀମାନେ ଅତିକଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇବାକୁ ଚାହୁଁଥିଲେ। ତେଣୁ ସେମାନେ ଗୁଳିମାଡ଼ କରିବାକୁ ଚାହୁଁଥିଲେ। ଗୁଳିମାଡ଼ ହୋଇଥିଲେ ଅତିକଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଥାଆନ୍ତା। ଏଥିସହ ଗୁଜରାଜର ସାବରମତୀ ଜେଲରୁ ଅତିକଙ୍କୁ ଆଉ ଉତ୍ତର ପ୍ରଦେଶ ଅଣାଯାଇ ନଥାଆନ୍ତା। ହେଲେ ଅସଦ ଏହି ଯୋଜନାରେ ସଫଳ ହୋଇନାହାନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଉମେଶ ପାଲ ହତ୍ୟାକାଣ୍ଡ ପରେ ଅତିକ ଓ ତାଙ୍କ ଭାଇ ଅଶର୍ଫଙ୍କ ପାଇଁ ଅସଦଙ୍କ ସୁରକ୍ଷା କରିବା ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଥିଲା। ପୁଅର ଜୀବନ ପ୍ରତି ବିପଦ ଥିବା ଅତିକ ଭଲ ଭାବେ ଜାଣିଥିଲେ। ଏଥିପାଇଁ ସେ ପୁଅର ସୁରକ୍ଷା ପାଇଁ ତାଙ୍କ ସହଯୋଗୀଙ୍କ ସହାୟତା ମଧ୍ୟ ଲୋଡ଼ିଥିଲେ।

ସୂତ୍ର ଅନୁସାରେ, ଫେବୃଆରୀ ୧୧ରେ ଅସଦ ଜେଲରେ ଥିବା ତାଙ୍କ ଦାଦା ଅଶର୍ଫଙ୍କ ସହ ଦୀର୍ଘ ୨ ଘଣ୍ଟା ଧରି ଆଲୋଚନା କରିଥିଲେ। ଫେବୃଆରୀ ୧୧ରେ ଉମେଶ ପାଲଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର କରାଯାଇଥିଲା। ଏହି ମିଟିଂରେ ଅସଦଙ୍କର ଆଉ ୮ ସହଯୋଗୀ ମଧ୍ୟ ଉପସ୍ଥିତ ଥିଲେ। ଜେଲ ଭିତରେ ବୈଠକ ହୋଇଥିଲେ ହେଁ ସେଠାରେ କୌଣସି ପ୍ରକାରର ସିସିଟିଭି ନଥିଲା। ଏହି ବୈଠକର ୧୩ ଦିନ ପରେ ଉମେଶ ପାଲଙ୍କୁ ପ୍ରାୟଗରାଜରେ ଅସଦ ଓ ତାଙ୍କ ସହଯୋଗୀମାନେ ହତ୍ୟା କରିଥିଲେ। ଅତିକ ଓ ଅଶରର୍ଫ ଉକ୍ତ ମିଟିଂ ସମ୍ପର୍କରେ ସ୍ୱୀକାର କରିଥିବା ଜଣାପଡ଼ିଛି।

ଫେବୃଆରୀ ୨୪ରେ ଉମେଶ ପାଲ ଓ ତାଙ୍କ ସୁରକ୍ଷା କାମରେ ନିୟୋଜିତ ୨ ଜଣ ପୁଲିସ କର୍ମଚାରୀ ଗୁଳିମାଡ଼ରେ ପ୍ରାଣ ହରାଇଥିଲେ। ହତ୍ୟାକାଣ୍ତ ପରେ ଅସଦ ପ୍ରୟାଗରାଜର ଗୋଟିଏ ଘରେ ଦିନଟିଏ ରହିଥିଲେ। ଫେବୃଆରୀ ୨୬ରେ ସେ ବାଇକ ଯୋଗେ କାନପୁର ଯାଇଥିଲେ। ସେଠାରୁ ବସ୍‌ ଯୋଗେ ଦିଲ୍ଲୀର ଆନନ୍ଦ ବିହାରରେ ପହଞ୍ଚିଥିଲେ। ଜାମିଆ ନଗର ଓ ସଙ୍ଗମ ବିହାର ଅଞ୍ଚଳରେ ସେ ବେଶ କିଛି ଦିନ ରହିଥିଲେ। 

ମାର୍ଚ୍ଚ ୧୫ରେ ଅସଦ ରାଜସ୍ଥାନର ଆଜମେର ଅଭିମୁଖେ ଯାଇଥିଲେ। ସେଠାରୁ ମୁମ୍ବାଇ ଆସିଥିଲେ। ମୁମ୍ବାଇରୁ ନାଶିକ ଓ କାନପୁର ଦେଇ ଝାନସୀରେ ପହଞ୍ଚିଥିଲେ। ଉମେଶ ପାଲଙ୍କ ହତ୍ୟା ଘଟଣା ପରେ ଅସଦ ପ୍ରାୟ ୪ ହଜାର କିମି ବାଟ ଯାତ୍ରା କରିଛନ୍ତି। କିନ୍ତୁ ସେ ଟ୍ରେନର ବ୍ୟବହାର ଆଦୌ କରି ନଥିଲେ।

ବରେଲୀ ଜେଲରେ ଥିବା ହାଇଦର ନାମକ ଜଣେ ବ୍ୟକ୍ତି ଅସଦଙ୍କୁ ଦିଲ୍ଲୀରେ ରହିବାରେ ସହଯୋଗ କରିଥିଲା। ପୁଲିସ୍‌ ଦିଲ୍ଲୀରୁ ହାଇଦରର ସହଯୋଗୀମାନଙ୍କୁ ଗିରଫ କରିଛି।

Uttar Pradesh Police Atiq Ahmed
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe