Advertisment

କୋର୍ଟରେ ଗ୍ୟାଙ୍ଗଷ୍ଟର ସଞ୍ଜୀବଙ୍କୁ ହତ୍ୟା ଘଟଣା; ୬ ପୁଲିସ୍‌ କର୍ମୀ ସସ୍‌ପେଣ୍ଡ

ଗତ ବୁଧବାର ଜେଭା କୋର୍ଟରେ ହାଜର ହୋଇଥିବା ବେଳେ ଉକ୍ତ ସମୟରେ କୋର୍ଟ ପରିସରରେ ଓକିଲ ବେଶରେ ଥିବା ଜଣେ ବ୍ୟକ୍ତି ତାଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। ଫଳରେ ଜେଭା ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ।

Gangstar

Gangstar

Advertisment

ଉତ୍ତର ପ୍ରଦେଶର ଲକ୍ଷ୍ନୌସ୍ଥିତ ଏକ କୋର୍ଟ ପରିସରରେ ଗ୍ୟାଙ୍ଗଷ୍ଟର ସଞ୍ଜୀବ ମାହେଶ୍ୱରୀ ଜେଭାଙ୍କୁ ହତ୍ୟା ମାମଲାରେ ୬ ପୁଲିସ୍‌ କର୍ମଚାରୀଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏହି ପୁଲିସ୍‌ କର୍ମଚାରୀମାନେ ଗ୍ୟାଙ୍ଗଷ୍ଟର ଜେଭା ହାଜର ହେବା ସମୟରେ କୋର୍ଟ ପରିସରରେ ମୁତୟନ ହୋଇଥିଲେ। ମାତ୍ର ସେମାନଙ୍କ କାର୍ଯ୍ୟରେ ଅବହେଳା ଯୋଗୁ ଜେଭାଙ୍କ ମୃତ୍ୟୁ ଘଟିଥିବା ସେଣ୍ଟ୍ରାଲ ଲକ୍ଷ୍ନୌ ଡିସିପି ସୂଚନା ଦେଇଛନ୍ତି। ତେଣୁ ଏପରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସେ ସୂଚନା ଦେଇଛନ୍ତି। 

Advertisment

ଗତ ବୁଧବାର ଜେଭା କୋର୍ଟରେ ହାଜର ହୋଇଥିବା ବେଳେ ଉକ୍ତ ସମୟରେ କୋର୍ଟ ପରିସରରେ ଓକିଲ ବେଶରେ ଥିବା ଜଣେ ବ୍ୟକ୍ତି ତାଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। ଫଳରେ ଜେଭା ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ। ତାଙ୍କୁ ତୁରନ୍ତ ନିକଟସ୍ଥ ବଳରାମପୁର ହସ୍ପିଟାଲକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଗୁଳିକାଣ୍ଡ ସମୟରେ ୨ ପୁଲିସ୍‌ କନଷ୍ଟେବଳ ଓ ଜଣେ ଶିଶୁ ବି ଆହତ ହୋଇଥିବା ଜଣାଯାଇଛି। ସେମାନଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି କରାଯାଇଛି।

ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜେଭାଙ୍କ ଉପରକୁ ୮ଟି ଗୁଳି ମାଡ଼ ହୋଇଥିବା ଜଣାପଡ଼ିଥିଲା। ସେଥି ମଧ୍ୟରୁ ୬ଟି ତାଙ୍କ ଛାତିରେ ବାଜିଥିବା ବେଳେ ୨ଟି ତାଙ୍କ ହାତରେ ବାଜିଥିଲା। ପୁଲିସ୍‌ ଘଟଣାସ୍ଥଳରୁ ଅଭିଯୁକ୍ତ ବିଜୟ ଯାଦବଙ୍କୁ ଗିରଫ କରି ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛି।

Advertisment

ଜେଭା ପ୍ରାୟ ୩ ଦଶନ୍ଧି ଧରି ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିବା ବେଳେ ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିବା ମୁଖତାର ଅନସାରୀଙ୍କ ଅତ୍ୟନ୍ତ ଘନିଷ୍ଠ ଥିଲେ । ଅନସାରୀଙ୍କ ଭଳି ଜେଭାଙ୍କ ନାଁରେ ମଧ୍ୟ ଏକାଧିକ ମାମଲା ରହିଛି।  ଏହି ଘଟଣାର ତଦନ୍ତ ପାଇଁ୩ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ ହୋଇଥିବା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶନାମା ଦିଆଯାଇଛି।

ଏଥିସହ ଜାରି ନିର୍ଦ୍ଦେଶନାମା ଅନୁଯାୟୀ, କୋର୍ଟ ମଧ୍ୟକୁ ଅସ୍ତ୍ରଶସ୍ତ୍ର କିମ୍ବା ବନ୍ଧୁକ ଧରିଥିବା କାହାକୁ ପ୍ରବେଶ ଅନୁମତି ମିଳିବ ନାହିଁ। ଏଥିସହ ରାଜ୍ୟର ସମସ୍ତ କୋର୍ଟର ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବା ସହ ପ୍ରଶିକ୍ଷଣପ୍ରାପ୍ତ କର୍ମଚାରୀଙ୍କୁ ମୁତୟନ କରିବାକୁ ଗୃହ ବିଭାଗର ପ୍ରିନ୍ସିପାଲ ସେକ୍ରେଟାରୀ ସଞ୍ଜୟ ପ୍ରସାଦ ନିର୍ଦ୍ଦେଶ ଦେଇଛନ୍ତି। କେବଳ ସେତିକି ନୁହେଁ, କୋର୍ଟ ପରିସରର ବିଭିନ୍ନ ଘଟଣା ଉପରେ ତୀକ୍ଷଣ ନଜର ରଖିବାକୁ ବିଭିନ୍ନ ସ୍ଥାନରେ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହାବାଦ ରାଜ୍ୟରେ ଗୁଇନ୍ଦା ବିଭାଗକୁ ସୁଦୃଢ କରି ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ସମ୍ପର୍କରେ ଆଗୁଆ ସୂଚନା ପାଇ ଏହାକୁ ରୋକିବାକୁ ତତ୍ପରତା ପ୍ରକାଶ କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ବସ୍‌ ଷ୍ଟପ, ରେଳ ଷ୍ଟେଶନ ଓ ଏୟାପୋର୍ଟରେ ବି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଶୂନ୍ୟ ସହନଶୀଳତା ନୀତି ଆପଣାଇବାକୁ ରାଜ୍ୟର ଗୃହ ବିଭାଗ ପକ୍ଷରୁ କୁହାଯାଇଛି। 

Uttar Pradesh Firing Arrest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe