ଜେଲ ଭିତରେ ଗ୍ୟାଙ୍ଗଷ୍ଟର ଟିଲୁକୁ ହତ୍ୟା

ଜେଲ ଭିତରେ ଥିବା ବିପକ୍ଷ ଗୋଷ୍ଠୀର ସଦସ୍ୟଙ୍କ ଆକ୍ରମଣରେ ପ୍ରାଣ ହରାଇଲା ଟିଲୁ।

Tillu

ମୃତ ଗ୍ୟାଙ୍ଗଷ୍ଟର ଟିଲୁ ତାଜପୂରିୟା

Jitendra Garnayak
  • Published: Tuesday, 02 May 2023
  • Updated: 02 May 2023, 09:45 AM IST

Sports

Latest News

ଦିଲ୍ଲୀର ରୋହିଣୀ କୋର୍ଟରେ ଗୁଳିମାଡ଼ ଘଟଣାରେ ତିହାର ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଟିଲୁ ତାଜପୂରିୟା ଓରଫ ସୁନୀଲ ମାନକୁ ମଙ୍ଗଳବାର ସକାଳେ ହତ୍ୟା କରାଯାଇଛି। ଜେଲ ଭିତରେ ଥିବା ତା’ର ବିପକ୍ଷ ଗୋଷ୍ଠୀର ସଦସ୍ୟମାନେ ତାକୁ ଲୁହା ରଡ୍‌ରେ ପିଟି ମାରି ଦେଇଥିବା ଜଣାପଡ଼ିଛି।

ଗୁରୁତର ଭାବେ ଆହତ ଟିଲୁ ତାଜପୁରିୟାକୁ ଦୀନ ଦୟାଲ ଉପାଧ୍ୟାୟ ହସ୍‌ପିଟାଲକୁ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହସ୍‌ପିଟାଲ କର୍ତ୍ତୃପକ୍ଷ କହିଛନ୍ତି, ଟିଲୁକୁ ଅଚେତ ଅବସ୍ଥାରେ ଅଣାଯାଇଥିଲା। ସକାଳେ ସାଢ଼େ ୬ଟାରେ ତାକୁ ମୃତ ଘୋଷଣା କରାଯାଇଥିଲା।

ପୁଲିସ୍ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଟିଲୁକୁ ଜେଲରେ ଥିବା ଯୋଗେଶ ଟୁଣ୍ଡା, ତା’ର ସହଯୋଗୀ ଦୀପକ ତୀତାର, ରିୟାଜ ଖାନ ଓ ରାଜେଶ ଆକ୍ରମଣ କରିଥିଲେ। ସେମାନେ ଲୁହା ରଡ୍‌ରେ ଟିଲୁକୁ ପିଟିଥିଲେ। ସେମାନେ ରୋହିତ ନାମକ ଆଉ ଜଣେ କଏଦୀଙ୍କୁ ବି ପିଟିଥିଲେ। ତେବେ ତାଙ୍କ ଅବସ୍ଥା ଭଲ ଅଛି। ଯୋଗେଶ ଜଣେ ଶାର୍ପସୁଟର। ସେ ମୃତ ଗ୍ୟାଙ୍ଗଷ୍ଟର ଜିତେନ୍ଦ୍ର ଗୋଗି ଗ୍ୟାଙ୍ଗରେ ଥିଲା। ଗ୍ୟାଙ୍ଗଷ୍ଟର ଜିତେନ୍ଦ୍ର ଗୋଗିକୁ ଲୋକ ଲଗାଇ କୋର୍ଟରୁମ ଭିତରେ ହତ୍ୟା କରିଥିଲା ଟିଲୁ।

Also Read

ଟିଲୁ ତାଜପୂରିଆ ଦିଲ୍ଲୀର ଏକ ଦୁର୍ଦ୍ଦାନ୍ତ ଅପରାଧୀ ଗ୍ୟାଙ୍ଗର ମୁଖ୍ୟ ଥିଲା। ଗ୍ୟାଙ୍ଗଷ୍ଟର ଜିତେନ୍ଦ୍ର ଗୋଗି ସହିତ ତା’ର ପଡ଼ୁ ନଥିଲା। ସେମାନଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। ୨୦୨୧ ସେପ୍ଟେମ୍ବର ୨୪ ତାରିଖରେ ଟିଲୁର ଦୁଇ ଜଣ ସହଯୋଗୀ ଦିଲ୍ଲୀର ରୋହିଣୀ କୋର୍ଟରେ କୋର୍ଟରୁମ ଭିତରେ ଜିତେନ୍ଦ୍ର ଗୋଗିକୁ ଗୁଳି କରି ହତ୍ୟା କରି ଦେଇଥିଲେ। ପୁଲିସ ଗୁଳିରେ ସେମାନେ ପ୍ରାଣ ହରାଇଥିଲେ। ଟିଲୁର ଉକ୍ତ ଦୁଇ ସହଯୋଗୀ ଓକିଲ ବେଶରେ କୋର୍ଟରୁମକୁ ଆସିଥିଲେ। ତେବେ ଏହି ଘଟଣା ପ୍ରମୁଖ ଷଡ଼ଯନ୍ତ୍ରକାରୀ ଥିଲା ଟିଲୁ। ଯଦିଓ ସେ ସେତେବେଳେ ଅନ୍ୟ ଏକ ମାମଲାରେ ଜେଲରେ ଥିଲା, ତେବେ ତା’ ନିର୍ଦ୍ଦେଶରେ ଜିତେନ୍ଦ୍ର ଗୋଗିକୁ ହତ୍ୟା କରାଯାଇଥିଲା। ସେ ଫୋନ୍ କରି ଗୋଗିକୁ ମାରିବାକୁ କହିଥିଲା।

ଗୋଗି ଓ ଟିଲୁ ଗ୍ୟାଙ୍ଗ ମଧ୍ୟରେ ୧୦ ବର୍ଷ ଧରି ଶତ୍ରୁତା ଲାଗି ରହିଥିଲା। ଆଉ ସେହି ୧୦ ବର୍ଷ ଭିତରେ ଏହି ଦୁଇ ଗ୍ୟାଙ୍ଗର ସଂଘର୍ଷରେ ୨୫ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା। ଏହି ଦୁଇ ଗ୍ୟାଙ୍ଗର ଅନେକ ସଦସ୍ୟଙ୍କୁ ଟଙ୍କା ନେଇ ହତ୍ୟା କରିବା, ଧମକଚମକ ଦେଇ ଟଙ୍କା ଆଦାୟ କରିବା ଓ ଚୋରି ଆଦି ମାମଲାରେ ଗିରଫ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story