Advertisment

ଏବେ ଗ୍ୟାଙ୍ଗଷ୍ଟରଙ୍କ ପ୍ୟାଣ୍ଟ ଓଦା ହେଇଗଲାଣି ବୋଲି କହିଲେ ଯୋଗୀ ଆଦିତ୍ୟନାଥ

କୋର୍ଟଙ୍କ ଦଣ୍ଡାଦେଶ ପରେ ଗ୍ୟାଙ୍ଗଷ୍ଟରମାନଙ୍କ ପ୍ୟାଣ୍ଟ ଓଦା ହୋଇଯାଉଛି। ଯେଉଁ ଗ୍ୟାଙ୍ଗଷ୍ଟରମାନେ ଲୋକଙ୍କ ଧମକ ଦେଇ ଆତଙ୍କ ସୃଷ୍ଟି କରୁଥିଲେ ଓ ଅପହରଣ କରୁଥିଲେ, ଏବେ ସେମାନେ ଛାନିଆ ହୋଇ ଯାଇଥିବା ଯୋଗୀ କହିଛନ୍ତି।

author-image
Hemant Lenka
Yogi adityanath

Yogi adityanath

ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିବା ଅତିକ ଅହମଦ ଓ ଆଉ ୨ ଜଣ ୨୦୦୬ ମସିହା ଉମେଶ ପାଲ ଅପହରଣ ମାମଲାରେ ଦୋଷୀ ସାବ୍ୟସ୍ତ ହେବାର କିଛି ଦିନ ପରେ ବଡ଼ ବୟାନ ଦେଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। କୋର୍ଟଙ୍କ ଦଣ୍ଡାଦେଶ ପରେ ଗ୍ୟାଙ୍ଗଷ୍ଟରମାନଙ୍କ ପ୍ୟାଣ୍ଟ ଓଦା ହୋଇଯାଉଛି। ଯେଉଁ ଗ୍ୟାଙ୍ଗଷ୍ଟରମାନେ ଲୋକଙ୍କ ଧମକ ଦେଇ ଆତଙ୍କ ସୃଷ୍ଟି କରୁଥିଲେ ଓ ଅପହରଣ କରୁଥିଲେ, ଏବେ ସେମାନେ ଛାନିଆ ହୋଇ ଯାଇଥିବା ଯୋଗୀ କହିଛନ୍ତି।

Advertisment

ଗୋଟିଏ ବଟଲିଂ ପ୍ଲାଣ୍ଟର ଭୂମି ପୂଜନ ପରେ ସେ କହିଛନ୍ତି ଯେ “ପୂର୍ବରୁ ଯେଉଁମାନେ ଆଇନ ଶୃଙ୍ଖଳାକୁ ଖାତିର କରୁ ନଥିଲେ, ଏବେ ସେମାନେ ନିଜ ଜୀବନ ବଞ୍ଚାଇବାକୁ ଦୌଡ଼ୁଛନ୍ତି। ଏକଥା ଲୋକମାନେ ବି ଦେଖୁଛନ୍ତି। ଯେତେବେଳେ କୋର୍ଟ ସେମାନଙ୍କୁ ଦଣ୍ଡ ଦେଉଛନ୍ତି, ସେମାନଙ୍କ ପ୍ୟାଣ୍ଟ ଓଦା ହୋଇଯାଉଥିବା ଦେଖାଯାଉଛି।

ଲୋକମାନେ ସବୁ କିଛି ଦେଖୁଛନ୍ତି। ଲୋକଙ୍କୁ ଆତଙ୍କିତ କରାଇବା, ଶିଳ୍ପପତିଙ୍କୁ ଧମକ ଦେବା ଓ ବ୍ୟବସାୟୀଙ୍କୁ ଅପହରଣ କରିବା କାମ ମାଫିଆମାନେ କରୁଥିଲେ। କିନ୍ତୁ ଏବେ ସେମାନେ ଭୟଭୀତ ଓ ନିଜ ଜୀବନ ବଞ୍ଚାଇବାକୁ ଲାଗି ପଡ଼ିଛନ୍ତି।”

Advertisment

୨୦୦୫ରେ ବିଏସପିର ତତ୍କାଳୀନ ବିଧାୟକ ରାଜୁ ପାଲଲଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଅତିକ ଅହମଦ। ଏହାପରେ ଉମେଶ ପାଲଙ୍କୁ ଅପହରଣ କରାଯାଇଥିଲା। କାରଣ ସେ ରାଜୁ ପାଲ ହତ୍ୟାକାଣ୍ଡର ମୁଖ୍ୟ ସାକ୍ଷୀ ଥିଲେ। ନିକଟରେ ଉମେଶ ପାଲଙ୍କୁ ହତ୍ୟା କରାଯାଇଛି।

ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଭାବେ ପୁଲିସ୍‌ ଅତିକ ଅହମଦଙ୍କୁ ଦର୍ଶାଇଛି। ଉମେଶ ପାଲ ଅପହରଣ ମାମଲାର ଶୁଣାଣି ପାଇଁ ଅତିକଙ୍କୁ ଗୁଜରାଟର ସାବରମତି ଜେଲରୁ ପ୍ରୟାଗରାଜ ଅଣାଯାଇଥିଲା।

ଜେଲରୁ ବାହାରିବା ବେଳେ ସେ ଏନକାଉଣ୍ଟର ଆଶଙ୍କା କରିଥିଲେ। ଏଥିପାଇଁ ସୁରକ୍ଷାକର୍ମୀଙ୍କ ଗାଡ଼ିବରେ ବସିବା ପୂର୍ବରୁ ହତ୍ୟା ହତ୍ୟା ବୋଲି ଚିତ୍କାର କରିଥିଲେ। ଏହି ଘଟଣାରେ ଅତିକ ଓ ତାଙ୍କ ଦୁଇ ସହଯୋଗୀଙ୍କୁ ଆଜୀବନ ଜେଲଦଣ୍ଡ ମିଳିଛି।

Bjp Uttar Pradesh Yogi Aditya Nath Sand Mafia