Advertisment

ଜେଡିୟୁ ନେତ୍ରୀଙ୍କୁ ପ୍ରବଳ ପିଟିଲେ ସହଯୋଗୀ, ପିନ୍ଧାଇଲେ ଚପଲ ମାଳ

ଦଳୀୟ କନ୍ଦଳ ସାଂଘାତିକ ରୂପ ନେବାରୁ ମହିଳା ନେତ୍ରୀଙ୍କୁ ଦଳର କିଛି କର୍ମୀ ପ୍ରବଳ ପିଟିବା ସହ ଚପଲ ମାଳ ପିନ୍ଧାଇବାକୁ ପଛାଇ ନାହାନ୍ତି।

ଅଦ୍ୟତନ ହୋଇଛି
Kamini Patel

Kamini Patel

Advertisment

ବିହାରରେ ଜେଡିୟୁ କ୍ଷମତାରେ ଥିବା ସତ୍ତ୍ୱେ ଦଳର ମହିଳା ନେତ୍ରୀ ସୁରକ୍ଷିତ ନୁହନ୍ତି। ରାଜ୍ୟରେ ବିଚ୍‌ ରାସ୍ତାରେ ଦଳର ମହିଳା ନେତ୍ରୀଙ୍କ ଉପରେ ହେଉଛି ଅମାନବୀୟ ନିର୍ଯାତନା। ଦଳୀୟ କନ୍ଦଳ ସାଂଘାତିକ ରୂପ ନେବାରୁ ମହିଳା ନେତ୍ରୀଙ୍କୁ ଦଳର କିଛି କର୍ମୀ ପ୍ରବଳ ପିଟିବା ସହ ଚପଲ ମାଳ ପିନ୍ଧାଇବାକୁ ପଛାଇ ନାହାନ୍ତି। ତାଲିବାନୀ ଶାସନର ଏପରି କିଛି ଝଲକ ବିହାରର ସୀତାମଡ଼ି ଜିଲ୍ଲାର ବୈରଗନିୟା ଅଞ୍ଚଳରେ ଘଟିଛି।

Advertisment

ସର୍ବସମ୍ମୁଖରେ ଅସହ୍ୟ ନିର୍ଯାତନାର ଶିକାର ହୋଇଥିବା ମହିଳାଜଣକ ହେଲେ ଜେଡିୟୁର ମହିଳା ସେଲ୍‌ର ଜିଲ୍ଲାଧ୍ୟକ୍ଷ କାମିନୀ ପଟେଲ । ଗୁରୁତର ଅବସ୍ଥାରେ ତାଙ୍କୁ ମୁଜଫରନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ବୈରଗନିୟା ଅଞ୍ଚଳରେ ଗତ ବୁଧବାର ଜେଡିୟୁର ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ମହିଳା ସେଲ୍‌ ଜିଲ୍ଲାଧ୍ୟକ୍ଷ କାମିନୀ ପଟେଲଙ୍କୁ ଆମନ୍ତ୍ରୀତ କରାଯାଇ ନ ଥିଲା। ଏହାକୁ ନେଇ ସନ୍ଧ୍ୟାରେ ଫେସ୍‌ବୁକ୍‌ରେ ବିବାଦ ଆରମ୍ଭ ହୋଇଗଲା।

Advertisment

 ଗୁରୁବାର ସକାଳେ ଜିଲ୍ଲାଧ୍ୟକ୍ଷ କାମିନୀ ପଟେଲ ନିଜର କିଛି ସହଯୋଗୀଙ୍କ ସହ ଦଳର ୱାର୍ଡ କାଉନସିଲର ସଞ୍ଜୟ ପଟେଲଙ୍କ ଘରେ ପହଞ୍ଚିଥିଲେ। ସେଠାରେ ସେ ତାଙ୍କୁ ଗାଳିଗୁଲଜ କରିଥିଲେ। ଘଟଣା ଉଗ୍ର ରୂପ ଧାରଣ କରିବାରୁ କାମିନି ପଟେଲଙ୍କୁ ଉପସ୍ଥିତ ଲୋକ ଘେରି ପିଟିବାକୁ ଲାଗିଲେ । ଏହାପରେ ତାଙ୍କୁ ଚପଲ ମାଳ ପିନ୍ଧାଇ ବଜାରରେ ବୁଲାଇଥିଲେ।

କିଛି ଲୋକ ତୁରନ୍ତ ସେଠାରୁ କାମିନୀ ପଟେଲଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ। ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ମୁଜଫରନଗର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ମାଡ଼ ଚିହ୍ନ ଥିବା ଦେଖିବାକୁ ମିଳିଛି।

ଏହି ଭିଡିଓ ଭାଇରାଲ ହେବା ପରେ ପୁଲିସ୍‌ ଏହି ଘଟଣାର ଖୋଳତାଡ଼ ଆରମ୍ଭ କରିଛି । ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ପୁଲିସ୍‌ ଡିଏସ୍‌ପି ।

Bihar JDU
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe