Advertisment

ପରିବା ହାଟରେ ରାହୁଲ ପଚାରିଲେ- ରସୁଣ କିଲୋ କେତେ?

ଦରବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ଦିନ ଥିଲା ରସୁଣ ୪୦ ଟଙ୍କା ଥିଲା। ଆଜି ତାହା କିଲୋ ପିଛା ୪୦୦ ଟଙ୍କାରେ ପହଞ୍ଚିଛି ବୋଲି କହି ରାହୁଲ ଟାର୍ଗେଟ କରିଛନ୍ତି।

Rahul in Vegitable Market

Rahul in Vegitable Market

Advertisment

ପରିବା ମାର୍କେଟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ହାଟ ରସୁଣ କିଲୋ କେତେ? କେବଳ ରସୁଣ ନୁହେଁ, ଟମାଟୋ, ବିଟ୍‌ ଓ ବିଭିନ୍ନ ପରିବାର ଦାମ୍ ମଧ୍ୟ ପଚାରି ବୁଝିଛନ୍ତି। ପରିବା ହାଟରେ ପହଞ୍ଚି ଯେଉଁ ପ୍ରକାର ରାହୁଲ ଗାନ୍ଧି ଦରଦାମ୍ ପଚାରି ବୁଝିଛନ୍ତି, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Advertisment

ଏହି ପୂରା ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯାହା ଭାଇରାଲ ହେବାରେ ଲାଗିଛି। ଆଜି ସକାଳୁ ଦିଲ୍ଲୀର ଗିରି ନଗର ସାମ୍ନାରେ ଥିବା ହନୁମାନ ମନ୍ଦିର ପରିବା ହାଟରେ ପହଞ୍ଚିଥିଲେ। ଏଠାରେ ପହଞ୍ଚି ସେ ବିଭିନ୍ନ ପରିବାର ପଚାରି ବୁଝିଛନ୍ତି। ଏହି ସମର ଭିଡିଓକୁ ସେ ନିଜେ ସୋଶଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ସେୟାର କରିଛନ୍ତି।

ଏଥିରେ ଦରବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ମଙ୍ଗଳବାର ଏକ ଭିଡିଓ ସେୟାର କରି ଲେଖିଛନ୍ତି, ଦିନ ଥିଲା ରସୁଣ ୪୦ ଟଙ୍କା ଥିଲା। ଆଜି ତାହା କିଲୋ ପିଛା ୪୦୦ ଟଙ୍କାରେ ପହଞ୍ଚିଛି। ବଢୁଥିବା ମୁଦ୍ରାସ୍ଫୀତି ସାଧାରଣ ଲୋକଙ୍କ ରୋଷେଇ ଘରର ବଜେଟକୁ ବିଗାଡିଛି ବୋଲି ରାହୁଲ ଟାର୍ଗେଟ କରିଛନ୍ତି। ସେ ଆହୁରି କହିଛନ୍ତି ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି।

Advertisment

ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଭିଡ଼ିଓରେ କୁହାଯାଇଛି ଯେ, ଜଣେ ମହିଳା ରାହୁଲଙ୍କୁ ଚା’ ପାଇଁ ନିମନ୍ତ୍ରଣ କରିଥିଲେ। ଆଉ ମହିଳାଙ୍କ ନିମନ୍ତ୍ରଣ ରକ୍ଷା କରି ରାହୁଲ ସେଠାରେ ପହଞ୍ଚିଥିଲେ। କିନ୍ତୁ ଏହା ପୂର୍ବରୁ ପରିବା ଦୋକାନରେ ପହଞ୍ଚିଥିଲେ ରାହୁଲ। ପରିବା ଦୋକାନରେ କେତେ ରେଟ୍‌ ଅଛି ତାହା ଜାଣିବାକୁ ଚେଷ୍ଟା କରିଥିଲେ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ରାହୁଲଙ୍କୁ ଯେଉଁ ମହିଳା ଜଣକ ନିମନ୍ତ୍ରଣ କରିଥିଲେ ସେ କହିଥିଲେ, ଏବେ ସବୁର ଦରଦାମ ବଢିବାରେ ଲାଗିଛି। କେବଳ ଦରମା ଯାହା ବଢୁନାହିଁ। ଏହା ଶୁଣିବା ପରେ ରାହୁଲ ସଙ୍ଗେ ସଙ୍ଗେ ସରକାରଙ୍କୁ ସମାଲୋଚନା କରିବା ସହ ସବୁ ଜାଣି ସରକାର ଚେଇଁ ଶୋଇଥିବା କହିଥିଲେ।

ଆସନ୍ତା ବର୍ଷ ଫେବୃଆରୀରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ରାହୁଲ ଆକ୍ଟିଭ୍ ମୁଡରେ ଅଛନ୍ତି। ସେ ଆମ୍ବେଦକର ପ୍ରସଙ୍ଗରେ ସରକାରଙ୍କୁ ଚାରିଆଡୁ ଟାର୍ଗେଟ କରୁଛନ୍ତି।

Delhi Rahul Gandhi Vegitable Market
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe