Advertisment

ଦୁଇ ଝିଅଙ୍କ ବିବାହ ପାଇଁ ଘରେ ଜମିଥିଲା ଭିଡ଼, ଫାଟିଲା ୩ଟି ଗ୍ୟାସ ସିଲିଣ୍ଡର

ରୋଷେଇ ଚାଲିଥିବା ବେଳେ ଘରେ ଥିବା ୩ଟି ସିଲିଣ୍ଡର ଫାଟି ଯାଇଥିଲା। ଏହି ନିଆଁରେ ସମଗ୍ର ଘର ଜଳି ପାଉଁଶ ହୋଇ ଯାଇଥିବା ୪ ଜଣ ଗୁରୁତର ଆହତ ହୋଇଛନ୍ତି ।

Cylinder Blast

Cylinder Blast

Advertisment

୨ ଝିଅଙ୍କ ବିବାହ ପାଇଁ ଚାଲିଥିଲା ଜୋରଦାର ପ୍ରସ୍ତୁତି। ଆଉ ମାତ୍ର ୩ ଦିନ ପରେ ପଡ଼ିଥାନ୍ତା ହାତ ଗଣ୍ଠି। ଶାଶୁ ଘରକୁ ଯାଇଥାନ୍ତେ ୨ ଝିଅ । ଏଥିପାଇଁ ସୁନା,ଗହଣା ସହ ଯାବତୀୟ ସାମଗ୍ରୀ କିଣା ସରିଥିବା ବେଳେ ଘରେ ଜମିଥିଲା ବନ୍ଧୁବାନ୍ଧବଙ୍କ ଭିଡ଼ । ଏହି ସମୟରେ ଘରେ ଘଟିଲା ଅଘଟଣ । ରୋଷେଇ ଚାଲିଥିବା ବେଳେ ଘରେ ଥିବା ୩ଟି ସିଲିଣ୍ଡର ଫାଟି ଯାଇଥିଲା। ଏହି ନିଆଁରେ ସମଗ୍ର ଘର ଜଳି ପାଉଁଶ ହୋଇ ଯାଇଥିବା ୪ ଜଣ ଗୁରୁତର ଆହତ ହୋଇଥିବା ଜଣାଯାଇଛି। ସେମାନଙ୍କ ମଧ୍ୟରୁ ୩ ଜଣ ମହିଳା ଅଛନ୍ତି। ଏପରି ଏକ ଅଘଟଣ ରାଜସ୍ଥାନର ବାଡମେର ଜିଲ୍ଲାର ନେତରାଡ଼ ଗାଁରେ ଘଟିଛି।

Advertisment

ନେତରାଡ଼ ଗାଁର ଜଣେ ବ୍ୟକ୍ତିଙ୍କ ୨ ଝିଅଙ୍କ ବିବାହ ଆସନ୍ତା ୧୩ ତାରିଖରେ ହେବାର ଥିଲା। ଏଥିନିମନ୍ତେ ଘରେ ବନ୍ଧୁବାନ୍ଧବ ଏକାଠି ହୋଇ ସାରିଥିଲେ। ହସଖୁସିରେ ଫାଟି ପଡ଼ିଲା ପରିବେଶ । ହେଲେ ଗତକାଲି ରୋଷେଇ ଚାଲିଥିବା ବେଳେ ହଠାତ୍‌ ଏକ ସିଲିଣ୍ଡର ଫାଟିଥିଲା। ଏହାପରେ ଘରେ ଥିବା ଆଉ ୨ ସିଲିଣ୍ଡର ବି ଫାଟି ନିଆଁ ଲାଗି ଯାଇଥିଲା। ଏହି ନିଆଁ ବ୍ୟାପି ନିମିଷେକ ମଧ୍ୟରେ ସମଗ୍ର ଘର ଜଳି ଉଠିଥିଲା।

ଘରେ ଥିବା ଲୋକେ ଜୀବନ ବିକଳରେ ବାହାରକୁ ପଳାଇ ଆସିଥିବା ବେଳେ ୩ ମହିଳାଙ୍କ ସମେତ ୪ ଜଣ ଗୁରୁରତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ଘରେ ବିବାହ ନିମନ୍ତେ ଥିବା ପ୍ରାୟ ୫ ଲକ୍ଷ ଟଙ୍କା ସୁନା ଅଳଙ୍କାର ସମେତ ଅନ୍ୟାନ୍ୟ ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଫଳରେ ଘରର ମୁଖିଆ ମୁଣ୍ଡରେ ହାତ ଦେଇଛନ୍ତି।

ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ତେବ ପୂର୍ବ ନିର୍ଦ୍ଧାରିତ ତାରିଖରେ ବିବାହ ହେବ ନା ନାହିଁ ସେ ନେଇ କିଛି ଜଣାପଡ଼ିନି। 

Fire Mishap Gas Leak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe