Advertisment

୫ଶହ ଟଙ୍କାରେ ମିଳିବ ଗ୍ୟାସ୍‌, ଏହି ସରକାର ଦେଲେ ଖୁସି ଖବର

ରାଜ୍ୟର ୪୬ ଲକ୍ଷ ପରିବାର ଏହାର ଲାଭ ପାଇ ପାଇବା ସହ ସେମାନଙ୍କ ଉପରୁ ଆର୍ଥିକ ବୋଝ ବହୁ ପରିମାଣରେ କମିଯିବ ।

Gas Cylinder

Gas Cylinder

Advertisment

ଗତ କିଛି ମାସ ହେଲା ଘରୋଇ ଗ୍ୟାସ ସିଲିଣ୍ଡର ରେଟ୍‌ ଅପରିବର୍ତ୍ତୀତ ରହିଛି। ଏବେ ସିଲିଣ୍ଡର ପିଛା ୮ଶହ ଟଙ୍କାରୁ ଊର୍ଦ୍ଧ୍ୱ ଥିବା ବେଳେ ଏହା ସାଧାରଣ ଲୋକଙ୍କୁ କଲବଲ କରିଛି। ଏହା ମଧ୍ୟରେ ଆଶ୍ୱସ୍ତିକର ଖବର ଆଣିଛନ୍ତି ହରିୟାଣା ସରକାର। ହରିୟାଣାରେ ଏଣିକି ୫ଶହ ଟଙ୍କାରେ ମିଳିବ ଗ୍ୟାସ୍‌ ସିଲିଣ୍ଡର । ହରିୟାଲି ତୀଜ ପର୍ବ ପାଳନ ଅବସରରେ ଏନେଇ ଘୋଷଣା କରିଛନ୍ତି ଖୋଦ ସେଠାକାର ମୁଖ୍ୟମନ୍ତ୍ରୀ ନାୟବ ସିଂହ ସେନୀ ।

Advertisment

ସେନୀଙ୍କ ଘୋଷଣା ଅନୁଯାୟୀ ବାର୍ଷିକ ୧ ଲକ୍ଷ ୮୦ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ପରିବାର ଏହାଦ୍ୱାରା ଉପକୃତ ହେବେ। ସେମାନେ ମାସକୁ ୫ଶହ ଟଙ୍କା ମୂଲ୍ୟର ଗୋଟିଏ ସିଲିଣ୍ଡର ପାଇପାରିବେ। ଏହାକୁ ଅଧିକ ସିଲିଣ୍ଡର ଆଣିଲେ ସେମାନଙ୍କୁ ପୁରୁଣା ଦାମ ଦେବାକୁ ପଡ଼ିବ । ରାଜ୍ୟର ୪୬ ଲକ୍ଷ ପରିବାର ଏହାର ଲାଭ ପାଇ ପାଇବା ସହ ସେମାନଙ୍କ ଉପରୁ ଆର୍ଥିକ ବୋଝ ବହୁ ପରିମାଣରେ କମିଯିବ ବୋଲି କହିଛନ୍ତି ସେନୀ ।

କେବଳ ସେତିକି ନୁହେଁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଦୁଗ୍ଧ ଉପହାର ଯୋଜନାର ଆରମ୍ଭ କରିଛନ୍ତି। ଏହି ଯୋଜନା ଅନ୍ତର୍ଗତ ୧୪ରୁ ୧୮ ବର୍ଷ ପର୍ଯ୍ୟନ୍ତ ଛାତ୍ରୀଙ୍କୁ ବର୍ଷର ୧୫୦ ଦିନ ପର୍ଯ୍ୟନ୍ତ ମାଗଣାରେ ଦୁଗ୍ଧ ଯୋଗାଇ ଦିଆଯିବ । ଏହି ଯୋଜନା ଦ୍ୱାରା ରାଜଞର ୨୬ ଲକ୍ଷ ଛାତ୍ରୀ ଉପକୃତ ହେବେ।

Advertisment

ଏଥିସହ ରାଜ୍ୟର SHG ମହିଳାଙ୍କୁ ସଶକ୍ତ କରିବା ନିମନ୍ତେ ଶହେ କୋଟି ପର୍ଯ୍ୟନ୍ତ ଲୋନ୍‌ ପ୍ରଦାନ କରିଥିବା ବେଳେ ଏହାକୁ ସୁଧମୁକ୍ତ ରଖିଛନ୍ତି। ଏଥିସହ ମାତୃଶକ୍ତି ଉଦ୍ୟମିତା ଯୋଜନାରେ ଲୋନ୍‌ ରାଶିକୁ ୩ଲକ୍ଷରୁ ୫ ଲକ୍ଷ ପର୍ଯ୍ୟନ୍ତକୁ ବୃଦ୍ଧି କରିଛନ୍ତି।

Gas Price Haryana News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe