Advertisment

କୋଚିଙ୍ଗ ସେଣ୍ଟରରେ ବିଷାକ୍ତ ଗ୍ୟାସ ଲିକ୍; ୧୨ ଛାତ୍ରଛାତ୍ରୀ ଅଚେତ

ଅଚେତ ହୋଇଥିବା ପିଲାମାନଙ୍କ ମଧ୍ୟରେ ଅଧିକାଶଂ ଛାତ୍ରୀ ଥିବା ଜଣାଯାଇଛି।

ଅଦ୍ୟତନ ହୋଇଛି
Gas leak

Gas leak

Advertisment

ରାଜସ୍ଥାନର ଜୟପୁରର ଗୋପାଳପୁରା ଥିବା ଏକ ଘରୋଇ କୋଚିଙ୍ଗ ସେଣ୍ଟରରେ ବିଷାକ୍ତ ଗ୍ୟାସ ଲିକ୍ ହେବା ଯୋଗୁ ୧୨ରୁ ଅଧିକ ଛାତ୍ରଛାତ୍ରୀ ଅଚେତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଅସୁସ୍ଥଦ୍ୱୟଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଅନ୍ୟମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଚେତ ହୋଇଥିବା ପିଲାମାନଙ୍କ ମଧ୍ୟରେ ଅଧିକାଶଂ ଛାତ୍ରୀ ଥିବା ଜଣାଯାଇଛି।

Advertisment

ଗୋପାଳପୁରାରେ ଥିବା ଏହି କୋଚିଙ୍ଗ ସେଣ୍ଟରଟି ଦ୍ୱିତୀୟ ମହଲାରେ ରହିଛି। ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ସମୟରେ ପିଲାମାନେ କୋଚିଙ୍ଗ ସେଣ୍ଟରରେ କ୍ଲାସ କରୁଥିବା ସମୟରେ ହଠାତ୍ ସ୍ୱରେଜ ଲାଇନରୁ ବିଷାକ୍ତ ଗ୍ୟାସର ଗନ୍ଧ କ୍ଲାସ ରୁମ ଭିତରକୁ ପଶି ଆସିଥିଲା। ବିଷାକ୍ତ ଗ୍ୟାସ ଗନ୍ଧ ଆସିବା ଯୋଗୁ ୧୨ରୁ ଛାତ୍ରଛାତ୍ରୀ ଅଚେତ ହୋଇ ତଳେ ପଡ଼ି ଯାଇଥିଲେ। ତୁରନ୍ତ ଆମ୍ବୁଲାନ୍ସ ଡକା ଯାଇ ପିଲାମାନଙ୍କୁ ଡାକ୍ତଖାନାରେ ଭର୍ତ୍ତି କରାଯାଇଥିଥିଲା। ସେମାନଙ୍କ ମଧ୍ୟରୁ ୨ଜଣ ଅବସ୍ଥା ଗୁରୂତର ଥିବାରୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଥିବା ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାଯାଇଛି। ତେବେ ସ୍ୱରେଜ ଲାଇନରୁ ଏହି ବିଷାକ୍ତ ଗ୍ୟାସ କେଉଁଠୁ ଆସିଲା, ତାହା ଜଣାପଡ଼ି ନାହିଁ।

ଅନ୍ୟପକ୍ଷରେ ଜୟପୁର ସାଂସଦ ମଞ୍ଜୁ ଶର୍ମା ଡାକ୍ତରଖାନାରେ ପହଞ୍ଚି ଗୁରୁତର ଛାତ୍ରଛାତ୍ରୀଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।  ସେହିପରି ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ବୋଲି ଜୟପୁରର ମେୟର ସୌମ୍ୟ ଗୁରୁଜାର କହିଛନ୍ତି।

Advertisment
Jaipur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe