ଘଟଣାସ୍ଥଳର ଦୃଶ୍ୟ
କାର୍ଯ୍ୟକ୍ଷମ ହେଉଥିବା ଓଏନଜିସିର ଗୋଟିଏ ତୈଳ କୁଣ୍ତରେ ଘଟିଛି ବଡ଼ ଅଘଟଣ। ଏଠାରେ ଗ୍ୟାସ ଲିକ ସହ ଅଗ୍ନିକାଣ୍ଡ ଘଟିବାରୁ ଆନ୍ଧ୍ର ପ୍ରଦେଶର କୋନାସୀମା ଜିଲ୍ଲାର ଆତଙ୍କ ସୃଷ୍ଟି କରିଛି। ତୈଳ କୂଅଟି କୋନାସୀମାର ରାଜୋଲେ ଅଞ୍ଚଳର ଇରୁସୁମଣ୍ଡା ଗାଁରେ ରହିଛି। ଅସ୍ଥାୟୀ ଭାବେ କୂଅରୁ ଉତ୍ପାଦନ ବନ୍ଦ କରାଯାଇ ମରାମତି କାମ ଚାଲିଥିବା ବେଳେ ଏତେ ବଡ଼ ଘଟଣା ଘଟିଛି।
ମରାମତି ବେଳେ କୂଅରୁ ବିପୁଳ ମାତ୍ରାର ଗ୍ୟାସ ଅଶୋଧିତ ତୈଳ ସହ ମିଶି ବାହାରକୁ ଆସିବାକୁ ଲାଗିଛି। ଗ୍ୟାସ ଏତେ ମାତ୍ରାରେ ଲିକ ହେଉଛି ଯେ ପୂରା ଅଞ୍ଚଳ ଧୂଆଁ ମୟ ହୋଇ ଯାଇଛି। ସ୍ଥାନୀୟ ଅଧିକାରୀଙ୍କ କହିବା କଥା ଯେ ଗ୍ୟାସ ଲିକ୍ ହେବା ପରେ ଅଗ୍ନିକାଣ୍ଡ ମଧ୍ୟ ଘଟିଛି। ଏଥିଯୋଗୁ ଗାଁ ଲୋକମାନେ ଆତଙ୍କିତ ହୋଇ ପଡ଼ିଛନ୍ତି। ଲିକ ଗ୍ୟାସ କୁହୁଡ଼ି ଭଳି ଚାରିଆଡ଼େ ବ୍ୟାପି ଯାଇଥିବାରୁ ଗାଁରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା କାମ ଆରମ୍ଭ କରାଯାଇଛି।
ସୁରକ୍ଷା ଦୃଷ୍ଟିରୁ ଅଧିକାରୀମାନେ ଲାଉଡ ସ୍ପିକରରେ ସ୍ଥାନୀୟ ଅଞ୍ଚଳର ୩ଟି ଗାଁର ଲୋକଙ୍କୁ ବିଦ୍ୟୁତ କିମ୍ବା ଷ୍ଟୋଭ୍ସ ବ୍ୟବହାର ନ କରିବାକୁ ପରାମର୍ଶ ଦିଆଯାଇଛି। ସ୍ଥିତି ଜଟିଳ ଥିବାରୁ ଗାଁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ କୁହାଯାଇଛି। ଅନେକ ଲୋକ ନିଜର ଘର ଛାଡ଼ି ଗାଈଗୋରୁଙ୍କୁ ଧରି ସୁରକ୍ଷିତ ସ୍ଥାନକୁ ଯିବା ମଧ୍ୟ ଆରମ୍ଭ କରିଛନ୍ତି।
ଅନ୍ୟପକ୍ଷରେ ଓଏନଜିସିର ଅଧିକାରୀମାନେ ଗ୍ୟାସ ଲିକ ସହ ନିଆଁକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ସ୍ଥାନୀୟ ପ୍ରଶାସନ ପୂରା ଅଞ୍ଚଳକୁ କର୍ଡନ କରି ସ୍ଥିତି ଉପରେ ନଜର ରଖିଛନ୍ତି। ଏବେ ସ୍ଥିତି ସଂପୂର୍ଣ୍ଣ ଭାବେ ନିୟନ୍ତ୍ରଣ ହୋଇନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/01/05/ongc-2026-01-05-16-51-17.jpg)