Gauhati High Court (File Photo)
ଆସାମରେ ଗଣଦୁଷ୍କର୍ମର ଶିକାର ହୋଇଥିବା ନାବାଳିକାଙ୍କ ଗର୍ଭପାତ କରିବାକୁ ଗୌହାଟି ହାଇକୋର୍ଟ ଦେଇଛନ୍ତି ନିର୍ଦ୍ଦେଶ। ଆସାମ ତିନସୁକିଆ ଜିଲ୍ଲାର ଜଣେ ୧୪ ବର୍ଷୀୟା ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇ ୬ ମାସର ଗର୍ଭବତୀ ଥିଲେ। ଏନେଇ ଏକ ଗଣମାଧ୍ୟମରେ ଖବର ପ୍ରସାରଣ ପରେ କୋର୍ଟ ନିଜ ଆଡ଼ୁ ଏକ ମାମଲା ରୁଜୁ କରି ଏହାର ଶୁଣାଣି କରିଥିଲେ।
ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ନାବାଳିକା ଜଣକ ନିଜ ସାଙ୍ଗମାନଙ୍କ ସହ ଖେଳୁଥିବା ସମୟରେ ତାଙ୍କୁ ଏକ ନିଛାଟିଆ ସ୍ଥାନକୁ ନେଇ 7ଜଣ ଗଣଦୁଷ୍କର୍ମ କରିଥିଲେ। ଏହି 7ଜଣଙ୍କ ମଧ୍ୟରେ 4ଜଣ ନାବାଳକ ମଧ୍ୟ ରହିଛନ୍ତି। ତେବେ ଏନେଇ ଗୌହାଟି ଉଚ୍ଚ ନ୍ୟାୟାଳୟ ନିଜ ଆଡ଼ୁ ମାମଲା ରୁଜୁ କରିବା ପରେ ସମସ୍ତ 7 ଅଭିଯୁକ୍ତଙ୍କୁ ପୁଲିସ ଗତ ମାସରେ ଗିରଫ କରିଛି।
ଅନ୍ୟପଟେ ନାବାଳିକାଙ୍କର ମେଡିକାଲ ରିପୋର୍ଟ ଗତ ଡିସେମ୍ବର 7ତାରିଖରେ ହାଇକୋର୍ଟରେ ଦାଖଲ କରାଯାଇଥିଲା। ଏହାକୁ ତର୍ଜମା କରିବା ପରେ ପୀଡ଼ିତାଙ୍କ ସ୍ଵାସ୍ଥ୍ୟର ସୁରକ୍ଷା ଦୃଷ୍ଟିରୁ ଓ ସମ୍ଭାବ୍ୟ ବିପଦକୁ ଏଡ଼ାଇବା ପାଇଁ ଗର୍ଭପାତ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତିନସୁକିଆ ଜିଲ୍ଲା ମେଡିକାଲ ବୋର୍ଡ ଓ ଶିଶୁ ବିକାଶ କମିଟି (CWC) ସହ ସମନ୍ଵୟ ରକ୍ଷା କରି ନାବାଳିକାଙ୍କ ଗର୍ଭପାତ ପାଇଁ ଏକ ସ୍ଵତନ୍ତ୍ର ଡାକ୍ତରୀ ଦଳ ଗଠନ କରିବାକୁ ମାମଲାର ଶୁଣାଣି କରୁଥିବା ବେଞ୍ଚ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ନିର୍ଦ୍ଦେଶରେ ଉଲ୍ଲେଖ ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
