Advertisment

ସାମ୍ବାଦିକ ଗୌରୀ ଲଙ୍କେଶଙ୍କ ହତ୍ୟା ଅଭିଯୁକ୍ତଙ୍କୁ ହିନ୍ଦୁ ସଂଗଠନର ଭବ୍ୟ ସ୍ୱାଗତ

ଗୌରୀ ଲଙ୍କେଶଙ୍କୁ ଗୁଳି କରି ହତ୍ୟା କରିବା ଅଭିଯୋଗରେ ପର୍ଶୁରାମ ୱାଘମୋରେ ଓ ମନୋହର ଯାଦବଙ୍କୁ ଗିରଫ କରାଯାଇଥିଲା।

Hindu

Hindu

Advertisment

ସ୍ୱେଚ୍ଛାସେବୀ ତଥା ସାମ୍ବାଦିକ ଗୌରୀ ଲଙ୍କେଶଙ୍କ ହତ୍ୟାକାଣ୍ଡ ଘଟଣାର ଦୁଇ ଅଭିଯୁକ୍ତଙ୍କୁ ଅକ୍ଟୋବର ୯ରେ ସ୍ପେଶାଲ କୋର୍ଟ ଜାମିନ ଦେଇଥିଲେ। ଜାମିନ ପାଇ ଜେଲରୁ ବାହାରିବା ପରେ ୨ ହତ୍ୟା ଅଭିଯୁକ୍ତଙ୍କୁ ମିଳିଛି ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା। ସେମାନଙ୍କୁ ହିନ୍ଦୁ ସଂଗଠନ ପକ୍ଷରୁ ଅତ୍ୟନ୍ତ ଭବ୍ୟ ଢଙ୍ଗରେ ସ୍ୱାଗତ କରାଯାଇଛି। ଏହାକୁ ଦେଖିଲେ ଲାଗିବ, ସେମାନେ ହତ୍ୟା ଅଭିଯୁକ୍ତ ନୁହନ୍ତି ବରଂ ଦେଶ ପାଇଁ କୌଣସି ଗଡ଼ ଜିତି ଆସିଛନ୍ତି।

Advertisment

ଗୌରୀ ଲଙ୍କେଶଙ୍କୁ ଗୁଳି କରି ହତ୍ୟା କରିବା ଅଭିଯୋଗରେ ପର୍ଶୁରାମ ୱାଘମୋରେ ଓ ମନୋହର ଯାଦବଙ୍କୁ ଗିରଫ କରାଯାଇଥିଲା। ସେମାନେ ଜେଲରେ ୬ ବର୍ଷ ରହିବା ପରେ ଅକ୍ଟୋବର ୯ରେ ବେଙ୍ଗାଲୁରୁର ସେସନ୍ସ କୋର୍ଟ ସେମାନଙ୍କୁ ଜାମିନ ଦେଇଥିଲେ। ଜାମିନ ମିଳିବା ପରେ ଉଭୟଙ୍କୁ ଅକ୍ଟୋବର ୧୧ରେ ପରାପ୍ପାନା ଅଗରାହରା ଜେଲରୁ ଖଲାସ କରାଯାଇଥିଲା।

ଜେଲରୁ ବାହାରି ସେମାନେ ନିଜର ହୋମଟାଉନ ବିଜୟାପୁରାରେ ପହଞ୍ଚିଥିଲେ। ବାସ ସେଠାରେ ପର୍ଶୁରାମ ଓ ମନୋହର ପହଞ୍ଚିବା କ୍ଷଣୀ ସ୍ଥାନୀୟ ହିନ୍ଦୁ ସଂଗଠନରୁ ଭବ୍ୟ ସ୍ୱାଗତ କରାଯାଇଛି। ସେମାନଙ୍କୁ ଫୁଲ ମାଳ ଦିଆଯିବା ସହ ଗେରୁଆ ରଙ୍ଗର ଶାୱଲ୍ସ ପିନ୍ଧା ଯାଇଥିଲା।

Advertisment

ଏହାପରେ ସେମାନଙ୍କ ସପକ୍ଷରେ ନାରାବାଜୀ କରାଯାଇଥିଲେ। ସ୍ୱାଗତ ସମ୍ୱର୍ଦ୍ଧନା ପରେ ଉଭୟଙ୍କୁ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଛତ୍ରପତି ଶିବାଜୀଙ୍କ ଷ୍ଟାଚ୍ୟୁ ନିକଟକୁ ନିଅଯାଇଥିଲା। ଏହି ପ୍ରତିମୂର୍ତ୍ତିରେ ଉଭୟ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ସେଠାରୁ ପର୍ଶୁରାମ ଓ ମନୋହର ନିଜର ହିନ୍ଦୁ ସଂଗଠନର ସଦସ୍ୟଙ୍କ ସହ କଳକୀ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ। ସେମାନଙ୍କୁ ଭୁଲରେ ଗରିଫ କରି ଏଯାଏ ଜେଲରେ ରଖାଯାଇଥିଲା ବୋଲି ସମର୍ଥକମାନେ କହିଛନ୍ତି।

ପର୍ଶୁରାମ ଓ ମନୋହରଙ୍କ ବ୍ୟତୀତ ଅମୋଲ କାଲେ, ରାଜେଶ, ବାସୁଦେବ, ଋଷିକେଶ, ଗଣେଶ, ମିସ୍କିନ ଓ ଅମିତଙ୍କୁ ମଧ୍ୟ ଅକ୍ଟୋବର ୯ରେ ଜାମିନ ମିଳିଥିଲା।

ହିନ୍ଦୁ ସଂଗଠନର ଜଣେ ପ୍ରମୁଖ ନେତା କହିଛନ୍ତି, “ଆଜି ବଜୟା ଦଶମୀ। ଏହା ଆମ ପାଇଁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଦିନ। ଆମେ ପର୍ଶୁରାମ ଓ ମନୋହରଙ୍କୁ ଭବ୍ୟ ସ୍ୱାଗତ କରିଥିଲୁ। ସେମାନଙ୍କୁ ଗୌରୀ ଲଙ୍କେଶ ହତ୍ୟାକାଣ୍ଡର ଚାର୍ଜ ଲଗାଇ ବେଆଇନ ଭାବେ ୬ ବର୍ଷ କାଳ ଜେଲରେ ରଖାଯାଇଥିଲା।

ପ୍ରକୃତ ଦୋଷୀ ଏଯାଏ ଧରା ପଡ଼ିନାହାନ୍ତି। କିନ୍ତୁ ଏମାନେ ହିନ୍ଦୁ ସଂଗଠନର ସଦସ୍ୟ ହୋଇଥିବାରୁ ସେମାନଙ୍କୁ ଟାର୍ଗେଟ କରାଯାଇଥିଲା। ସେମାନଙ୍କ ପରିବାର ଲୋକ ଅନେକ କିଛି ସହିଛନ୍ତି। ଏପରି ଅନ୍ୟାୟକୁ ଗୁରୁତର ଭାବେ ଅନୁଧ୍ୟାନ କରାଯିବା ଦରକାର।”

ବାମପନ୍ଥୀ ବିଚାରଧାରାରେ ବିଶ୍ୱାସ ରଖୁଥିବା ବରିଷ୍ଠ ସାମ୍ବାଦିକ ଗୌରୀ ଲଙ୍କେଶଙ୍କୁ ୨୦୧୭ ମସିହା ସେପ୍ଟେମ୍ବର ୫ରେ ୩ ଜଣ ବ୍ୟକ୍ତି ବାଇକରେ ଆସି ତାଙ୍କ ବେଙ୍ଗାଲୁରୁ ସ୍ଥିତ ଘର ବାହାରେ ଗୁଳି କରି ହତ୍ୟା କରିଥିଲେ। ତାଙ୍କ ହତ୍ୟାକାଣ୍ଡ ପୂରା ଦେଶରେ ଚହଳ ସୃଷ୍ଟି କରିଥିଲା।

Bengaluru
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe