Advertisment

ବିବାଦ ପରେ ଗୌରୀ ଲଙ୍କେଶ ହତ୍ୟା ଅଭିଯୁକ୍ତଙ୍କୁ ମିଳିଥିବା ଦାୟିତ୍ୱ ବାତିଲ୍‌ କଲା ସିନ୍ଦେ ସେନା

ସିନ୍ଦେ ଗୋଟିଏ ନିର୍ଦ୍ଦେଶନାମା ଜାରି କରି ଜଲାନରେ ଶ୍ରୀକାନ୍ତଙ୍କୁ ଜିଲ୍ଲା ସ୍ତରରେ ମିଳିଥିବା ସମସ୍ତ ଦାୟିତ୍ୱକୁ ଅବୈଧ ଘୋଷଣା କରିଛନ୍ତି। ଅର୍ଥାତ ଶିବସେନାର କୌଣସି ଦାୟିତ୍ୱରେ ଶ୍ରୀକାନ୍ତ ଆଉ ନାହାନ୍ତି।

SS

SS

Advertisment

ସମ୍ବାଦିକ ଗୌରୀ ଲଙ୍କେଶ ହତ୍ୟା ଅଭିଯୁକ୍ତ ଶ୍ରୀକାନ୍ତ ପାଙ୍ଗରକରଙ୍କୁ ଶିବସେନା ପକ୍ଷରୁ ମିଳିଥିବା ନିଯୁକ୍ତିକୁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ବାତିଲ କରି ଦେଇଛନ୍ତି। ଜଣେ ହତ୍ୟା ଅଭିଯୁକ୍ତକୁ ସିନ୍ଦେ ସେନା ପକ୍ଷରୁ ମହାରାଷ୍ଟ୍ରର ଜଲନାର ପ୍ରଚାର ମୁଖିଆ କରାଯାଇଥିଲା। ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇବାରୁ ଦଳର ମୁଖିଆ ଭାବେ ସିନ୍ଦେ ନିଯୁକ୍ତିକୁ ବାତିଲ କରିଛନ୍ତି।

Advertisment

ସିନ୍ଦେ ଗୋଟିଏ ନିର୍ଦ୍ଦେଶନାମା ଜାରି କରି ଜଲାନରେ ଶ୍ରୀକାନ୍ତଙ୍କୁ ଜିଲ୍ଲା ସ୍ତରରେ ମିଳିଥିବା ସମସ୍ତ ଦାୟିତ୍ୱକୁ ଅବୈଧ ଘୋଷଣା କରିଛନ୍ତି। ଅର୍ଥାତ ଶିବସେନାର କୌଣସି ଦାୟିତ୍ୱରେ ଶ୍ରୀକାନ୍ତ ଆଉ ନାହାନ୍ତି।

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ପୂର୍ବତନ ଶିବ ସୈନିକ ଶ୍ରୀକାନ୍ତ ଶିବ ସେନାରେ ପୁଣି ସାମିଲ ହୋଇଥିଲେ। ଶୁକ୍ରବାର ସେ ଦଳରେ ସାମିଲ ହେବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଏହି ସମୟରେ ପୂର୍ବତନ ମନ୍ତ୍ରୀ ଅର୍ଜୁନ ଖୋଟକର ମଧ୍ୟ ଉପସ୍ଥିତ ରହିଥିଲେ। ସେ ଶ୍ରୀକାନ୍ତଙ୍କୁ ସ୍ୱାଗତ କରିବା ପରେ ତାଙ୍କୁ ଜଲନାର ପ୍ରଚାର ମୁଖିଆ ମଧ୍ୟ କରାଯାଉଥିବା ଘୋଷଣା କରିଥିଲେ।

Advertisment

ଏହାକୁ ନେଇ ବେଶ ବିବାଦ ସୃଷ୍ଟି ହୋଇଥିଲା। ବିବାଦ ବଢ଼ୁଥିବାରୁ ତାଙ୍କ ନିଯୁକ୍ତି ବାତିଲ କରି ଦିଆଯାଇଛି। ୨୦୦୯ ଓ ୨୦୧୪ରେ ବିଧାନସଭା ନିର୍ବାଚନ ବେଳେ ଶ୍ରୀକାନ୍ତ ଶିବସେନାର ସମାନ ଦାୟିତ୍ୱରେ ରହିଥିଲେ। ୨୦୧୯ରେ ଜେଲରେ ଥିବାରୁ ତାଙ୍କୁ କୌଣସି ଦାୟିତ୍ୱ ମିଳି ନଥିଲା। ଏବେ ସେ ଜାମିନରେ ଥିବାରୁ ତାଙ୍କୁ ଦଳ ଜଲନା ଦାୟିତ୍ୱ ଦେଇଥିଲା

୨୦୧୭ ସେପ୍ଟେମ୍ବର ୫ରେ ଲଙ୍କେଶଙ୍କୁ ବେଙ୍ଗାଲୁରୁ ସ୍ଥିତ ତାଙ୍କ ଘର ବାହାରେ ଗୁଳି କରି ହତ୍ୟା କରାଯାଇଥିଲା। କର୍ଣ୍ଣାଟକା ପୁଲିସ୍‌ ମହାରାଷ୍ଟ୍ରର ତଦନ୍ତକାରୀ ସଂସ୍ଥା ମିଶି ଯାଞ୍ଚ କରିବା ସହ ଅନେକ ଲୋକଙ୍କୁ ଗିରଫ କରିଥିଲା। ୨୦୧୮ ଅଗଷ୍ଟରେ ଶ୍ରୀକାନ୍ତ ମଧ୍ୟ ଗିରଫ ହୋଇଥିଲେ।

Maharashtra Shiv Sena Maharashtra Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe