Advertisment

ଭୀମା କୋରେଗାଓଁ ହିଂସା: ଗୌତମ ନବଲଖାଙ୍କୁ ମିଳିଲା ଜାମିନ

ନଭେମ୍ବର ୨୦୨୨ରୁ ଗୌତମ ନବଲଖା ନାବି ମୁମ୍ବାଇ ସ୍ଥିତ ଘରେ ଗୃହବନ୍ଦୀ ଅଛନ୍ତି।

Goutam Navlakha

Goutam Navlakha

Advertisment

ଭୀମା କୋରେଗାଓଁ ହିଂସା ମାମଲାରେ ଅଭିଯୁକ୍ତ ଥିବା ଗୌତମ ନବଲଖାଙ୍କୁ ମିଳିଲା ଆଶ୍ୱସ୍ତି। ସୁପ୍ରିମକୋର୍ଟ ତାଙ୍କୁ ଆଜି ଜାମିନ ପ୍ରଦାନ କରିଛନ୍ତି। ତାଙ୍କ ବୟସ ଓ ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ତାଙ୍କୁ ଜାମିନ ପ୍ରଦାନ କରାଯାଇଛି। ଏଥିସହ ବମ୍ବେ ହାଇକୋର୍ଟ ତାଙ୍କ ଜାମିନ ଉପରେ ଲଗାଇଥିବା ରୋକ୍‌କୁ ମଧ୍ୟ ସୁପ୍ରିମକୋର୍ଟ ହଟାଇ ଦେଇଛନ୍ତି।

Advertisment

ସୁପ୍ରିମକୋର୍ଟ କହିଛନ୍ତି ଯେ ଗୌତମ ନବଲଖା ଗତ ଚାରି ବର୍ଷ ଧରି ବନ୍ଦୀ ଭାବେ ଅଛନ୍ତି। ଅଦାଲତ କହିଛନ୍ତି ଯେ ଏହି ମାମଲାରେ ଏପର୍ଯ୍ୟନ୍ତ ଚାର୍ଜସିଟ୍ ହୋଇନାହିଁ, ତେଣୁ ଶୁଣାଣିରେ ଅନେକ ସମୟ ଲାଗିପାରେ। ଏହି ମାମଲାରେ ୬ ଜଣ ସହ-ଅଭିଯୁକ୍ତ ପୂର୍ବରୁ ଜାମିନ ପାଇ ସାରିଛନ୍ତି। ତେଣୁ ନବଲଖାଙ୍କ ଜାମିନ ଉପରେ ଲାଗିଥିବା ପ୍ରତିବନ୍ଧକକୁ ବାଢ଼ାଇବା କୌଣସି ଆବଶ୍ୟକତା ନାହିଁ ବୋଲି ଅଦାଲତ କହିଛନ୍ତି।

ଗୌତମ ନବଲଖାଙ୍କ ଜାମିନ ଉପରେ ବମ୍ବେ ହାଇକୋର୍ଟ ରୋକ୍‌ ଲଗାଇଥିଲେ। ତେବେ ଏହାକୁ ଆଗକୁ ବଢ଼ାଇବା ପାଇଁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ଜଷ୍ଟିସ୍‌ ସୁନ୍ଦରେଶ୍‌ ଓ ଜଷ୍ଟିସ୍‌ ଏସ୍‌ବିଏନ୍‌ ଭଟ୍ଟିଙ୍କ ଖଣ୍ଡପୀଠ ଗୃହବନ୍ଦୀ ରଖାଯାଇଥିବା ବେଳେ ସୁରକ୍ଷା ବାବଦକୁ ହୋଇଥିବା ଖର୍ଚ୍ଚ ହିସାବରେ ନବଲଖାଙ୍କୁ ୨୦ଲକ୍ଷ ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ନଭେମ୍ବର ୨୦୨୨ରୁ ଗୌତମ ନବଲଖା ନାବି ମୁମ୍ବାଇ ସ୍ଥିତ ଘରେ ଗୃହବନ୍ଦୀ ଅଛନ୍ତି। ତାଙ୍କ ବୟସ ଏବଂ ସ୍ୱାସ୍ଥ୍ୟଗତ ସମସ୍ୟାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ତାଙ୍କୁ ଗୃହ ବନ୍ଦୀ ପାଇଁ ନିର୍ଦ୍ଦେଶ ଦେଇଥିଲେ, ପୂର୍ବରୁ ତାଙ୍କୁ ଜେଲରେ ରଖାଯାଇଥିଲା। ଭୀମା କୋରେଗାଓଁ ସ୍ମାରକୀରେ ନାବଲଖା ଏବଂ ଅନ୍ୟ ସହ-ଅଭିଯୁକ୍ତମାନେ ଜାତିଗତ ଦଙ୍ଗା ସୃଷ୍ଟି କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ୨୦୧୮ ଜାନୁଆରୀ ୧ ତାରିଖରେ ପୁଣେ  ପୁଲିସ ଓ ପରେ ଏନ୍‌ଆଇଏନ ନବଲଖାଙ୍କୁ ଗିରଫ କରିଥିଲା।

Supreme Court Goutam Navlakha Bhima Koregaon Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe