Advertisment

‘ଯେଉଁ ବିଚାରଧାରା ବିରୋଧରେ ଲଢ଼ୁଥିଲେ, ଏବେ ସେହି ଭାଷା କହୁଛନ୍ତି’

ଯେଉଁ ବିଚାରଧାରା ବିରୋଧରେ ଲଢ଼େଇ କରିବାକୁ ଜୀବନସାରା ଯେଉଁ ନେତା ପ୍ରତିଜ୍ଞା କରିଥିଲେ ଏବେ ସେମାନେ ଫାସିବାଦୀ ବିଚାରଧାରା ସହ ଛିଡ଼ା ହୋଇଛନ୍ତି ବୋଲି କହିଛନ୍ତି ଅଶୋକ ଗେହଲଟ୍ ।

Ashok Gehlot

Ashok Gehlot

Advertisment

କଂଗ୍ରେସକୁ ବାଏ ବାଏ କହି ସାରିଥିବା ପୁରୁଖା ନେତା ଏବେ କଂଗ୍ରେସକୁ ଟାର୍ଗେଟ କରିବାକୁ ଗୋଟିଏ ବି ମଉକା ହାତଛଡ଼ା କରୁ ନାହାନ୍ତି। ଏପରିକି ସେମାନେ ରାହୁଲ ଗାନ୍ଧିଙ୍କ ବିରୋଧରେ ନିମ୍ନସ୍ତରୀୟ ମନ୍ତବ୍ୟ ଦେବାକୁ ପଛାଉ ନାହାନ୍ତି। ଏହାକୁ କଡ଼ା ସମାଲୋଚନା କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ । ରାହୁଲଙ୍କୁ ଟାର୍ଗେଟ କରିଥିବା କଂଗ୍ରେସର ପୂର୍ବତନ ନେତା ଗୁଲାବ ନବୀ ଆଜାଦ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିରୋଧରେ କଡ଼ ଟିପ୍ପଣୀ କରିଛନ୍ତି ଗେହଲଟ ।

Advertisment

ଗେହଲଟ କହିଛନ୍ତି, ରାହୁଲ ଗାନ୍ଧିଙ୍କ ଉପରେ ପ୍ରବଳ ଚାପ ପ୍ରୟୋଗ ସତ୍ତ୍ୱେ ସେ ବିଜେପି ଉପରେ ଶାଣିତ ଆକ୍ରମଣ କରିବାକୁ ପଛଘୁଞ୍ଚା ଦେଉ ନାହାନ୍ତି। ଏଥିରେ ବିଜେପି ନେତା ଥକି ପଡ଼ିଛନ୍ତି। ସେଥିପାଇଁ କଂଗ୍ରେସ ଛାଡିଥିବା ଏହି ନେତାମାନଙ୍କୁ ରାହୁଲଙ୍କ ବିରୋଧରେ ଟିପ୍ପଣୀ ଦେବା କାମରେ ଲଗାଇଛି ବିଜେପି।

ଯେଉଁ ବିଚାରଧାରା ବିରୋଧରେ ଲଢ଼େଇ କରିବାକୁ ଜୀବନସାରା ଯେଉଁ ନେତା ପ୍ରତିଜ୍ଞା କରିଥିଲେ ଏବେ ସେମାନେ ଫାସିବାଦୀ ବିଚାରଧାରା ସହ ଛିଡ଼ା ହୋଇଛନ୍ତି ବୋଲି କହିଛନ୍ତି ଅଶୋକ ଗେହଲଟ୍ ।

Advertisment

ଗତ ବୁଧବାର ଏକ ସମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଥିଲେ, ଦୁର୍ଭାଗ୍ୟବଶତ କଂଗ୍ରେସ ଦଳ ବହୁ ନିମ୍ନ ସ୍ତରକୁ ଖସି ଯାଇଛି। ଜଣେ ବ୍ୟକ୍ତିବିଶେଷଙ୍କ ପାଇଁ ଦେଶରେ ଅପ୍ରୀତିକର ପରିବେଶ ସୃଷ୍ଟି କରାଯାଉଛି। ଟ୍ରେନ୍ ଅଟକାଇ ସାଧାରଣ ଲୋକଙ୍କୁ ହଇରାଣ କରାଯାଉଥିଲା । ଏହା କ’ଣ ଗାନ୍ଧିବାଦୀ ସିଦ୍ଧାନ୍ତ । ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ପ୍ରତି କାହିଁକି ଅନ୍ୟମାନେ ଏତେ ଯତ୍ନବାନ । ରାହୁଲ ଗାନ୍ଧିଙ୍କୁ କଂଗ୍ରେସ ବିଶେଷ ଆତିଥ୍ୟ ପ୍ରଦାନ କରୁଛି। ଯେତେବେଳେ ରାହୁଲ ଗାନ୍ଧି ଜାମିନ ପାଇଁ କୋର୍ଟକୁ ଗଲେ, ସମଗ୍ର ନେତାଙ୍କ ଫୋର୍ସ ତାଙ୍କ ପଛେ ପଛେ ଚାଲିଥିଲା। ଏହା କୋର୍ଟ ଉପରେ ଚାପ ପକାଇବାକୁ ପ୍ରୟାସ ନୁହେଁ ତ’ ଆଉ କ’ଣ?

ଜଣେ ସାଂସଦଙ୍କ ପଦ ରଦ୍ଦ ହେବା ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ଏପରି ଘଟିଛି। ମାତ୍ର ରାହୁଲ ଗାନ୍ଧିଙ୍କ କ୍ଷେତ୍ରରେ ଯେପରି ସମଗ୍ର ଦେଶରେ ହଙ୍ଗାମା ସୃଷ୍ଟି କରାଯିବା ସହ ସାଧାରଣ ଲୋକଙ୍କୁ ହଇରାଣ କରାଯାଇଛି ତାହା ଲଜ୍ଜାଜନକ ।

ଏହାବାଦ ସେ କହିଛନ୍ତି, କଂଗ୍ରେସର କିଛି ବିଚାରଧାରା ନାହିଁ। ଏହାର କେବଳ ଦେଶଦ୍ରୋହୀ ବିଚାରଧାରା ରହିଛି। ଦେଶ ବିରୋଧରେ କାମ କରିବାକୁ ଏହି ଦଳ ଆଗଭର । ପାର୍ଟି ପାଇଁ କିଛି ଲୋକ ପ୍ରଥମ ଶ୍ରେଣୀ ନାଗରିକ ହୋଇଥିବା ବେଳେ ଅନ୍ୟମାନେ ତୃତୀୟ ଶ୍ରେଣୀ ନାଗରିକ ।

ସେପରି ଗତ ବର୍ଷ କଂଗ୍ରେସ ଛାଡ଼ିଥିବା ବରିଷ୍ଠ ନେତା ଗୁଲାବ ନବୀ ଆଜାଦ ଦଳକୁ ଟାର୍ଗେଟ କରି କହିଛନ୍ତି, କେବଳ ରାହୁଲ ଗାନ୍ଧିଙ୍କ ପାଇଁ ତାଙ୍କ ପରି ବହୁ ନେତାଙ୍କୁ କଂଗ୍ରେସ ଛାଡ଼ିବାକୁ ପଡ଼ିଛି। ଏଥିସହ କଂଗ୍ରେସରେ ରହିବାକୁ ହେଲେ ମେରୁଦଣ୍ଡବିହୀନ ହୋଇ ରହିବାକୁ ପଡ଼ୁଛି ବୋଲି ସେ ଆରୋପ ଲଗାଇଛନ୍ତି।

Bjp Congress Ashok Gehlot
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe