Advertisment

ମୋଦିଙ୍କ ହ୍ୟାଟ୍ରିକ୍‌, ଶୁଭେଚ୍ଛା ଜଣାଇଲେ ମେଲୋନିଙ୍କ ଠାରୁ ଆରମ୍ଭ କରି ମୁଇଜ୍ଜୁ

ଚଳିତ ଲୋକସଭା ନିର୍ବାଚନରେ ବିଜେପି ୨୪୦ଟି ଆସନରେ ବିଜୟ ହାସଲ କରିଛି। ସେପଟେ ଏନ୍‌ଡିଏ ୨୯୨ଟି ସିଟ୍‌ ପାଇଛି।

author-image
Madhupriya Mistry
georgia-meloni-pm modi and mohamed-muizzu

georgia-meloni-pm modi and mohamed-muizzu

ହ୍ୟାଟ୍ରିକ୍ ମାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଲଗାତର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଏନଡିଏ ସରକାର ଗଢିବାକୁ ଯାଉଛି। ଯଦିଓ ଏଥର ବିଜେପି ନିଜ ବଳରେ ବହୁମତ ହାସଲ କରିପାରିନାହିଁ କିନ୍ତୁ ଏନଡିଏ ୨୯୦ରୁ ଅଧିକ ଆସନରେ ବିଜୟ ହାସଲ କରିଛି। ଏହାସହ ଲଗାତାର ତୃତୀୟ ଥର କେନ୍ଦ୍ରରେ ଏନଡିଏ ସରକାର ହେବାକୁ ଯାଉଛି।

Advertisment

ମୋଦିଙ୍କ ଲଗାତାର ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବାକୁ ନେଇ ଦେଶବିଦେଶରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ମାଳଦୀପ ରାଷ୍ଟ୍ରଷ୍ପତି ମୋହମ୍ମଦ ମୁଇଜ୍ଜୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସୋଶାଲ ମିଡିଆ ହ୍ୟାଣ୍ଡେଲ 'ଏକ୍ସ'ରେ ପୋଷ୍ଟ କରି ଲେଖିଛନ୍ତି, '୨୦୨୪ ନିର୍ବାଚନରେ କ୍ରମାଗତ ତୃତୀୟ ଥର ପାଇଁ ସଫଳ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ଏବଂ ଏନ୍‌ଡିଏକୁ ଶୁଭେଚ୍ଛା। ଉଭୟ ଦେଶର ସହଭାଗୀରେ ସମୃଦ୍ଧତା ପାଇଁ ମୁଁ ଏକାଠି କାମ କରିବାକୁ ମୁଁ ଆଗ୍ରହୀ।'

ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ମଧ୍ୟ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ Xରେ ପୋଷ୍ଟ କରି ଲେଖିଛନ୍ତି, 'ନୂତନ ନିର୍ବାଚନ ବିଜୟ ଏବଂ ଭଲ କାମ ପାଇଁ ଶୁଭେଚ୍ଛା। ଏହା ନିଶ୍ଚିତ ଯେ ଇଟାଲୀ ଏବଂ ଭାରତକୁ ଏକତ୍ର କରୁଥିବା ବନ୍ଧୁତା ଏବଂ ଆମ ଦେଶ ତଥା ଆମ ଲୋକଙ୍କ କଲ୍ୟାଣ ସହ ଜଡିତ ପ୍ରସଙ୍ଗରେ ଆମେ ମିଳିତ ଭାବରେ କାର୍ଯ୍ୟ ଜାରି ରଖିବା।'

Advertisment

ସେହିପରି ଭୁଟାନ୍ ପ୍ରଧାନମନ୍ତ୍ରୀ ଶେରିଙ୍ଗ ଟୋବଗେ ମଧ୍ୟ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ବିଶ୍ୱର ସବୁଠୁ ବଡ଼ ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିଥିବା ପାଇଁ ମୋର ବନ୍ଧୁ ପ୍ରଧାନମନ୍ତ୍ରୀ ମୋଦି ଏବଂ ଏନଡିଏକୁ ଅଭିନନ୍ଦନ। ସେ ଭାରତକୁ ନୂଆ ଉଚ୍ଚତାକୁ ନେଇଛନ୍ତି। ଆମର ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ମୁଁ ତାଙ୍କ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରିବାକୁ ଇଚ୍ଛୁକ।

ସେହିପରି ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେ ମଧ୍ୟ ଏନ୍‌ଡିଏର ବିଜୟୀ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

କହରଖୁ ଯେ, ଲୋକସଭା ନିର୍ବାଚନରେ ବିଜେପି ୨୪୦ଟି ଆସନରେ ବିଜୟ ହାସଲ କରିଛି। ସେପଟେ ଏନ୍‌ଡିଏ ୨୯୨ଟି ସିଟ୍‌ ପାଇଛି। ଏହାସହ ମୋଦୀ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ଏଯାଏଁ ନେହେରୁ ଏକମାତ୍ର ପ୍ରଧାନମନ୍ତ୍ରୀ ଥିଲେ ଯିଏ ଲଗାତାର ୩ଥର ବିଜୟୀ ହୋଇ ପ୍ରଧାନମନ୍ତ୍ରୀ ପଦରେ ଅଧିଷ୍ଠିତ ହୋଇଥିଲେ।

PM Modi Giorgia Meloni Mohamed Muizzu LokSabha Election Results 2024