Advertisment

ରାହୁଲ ଗାନ୍ଧୀଙ୍କ ବାହାଘର ନେଇ ଏପରି ପ୍ରତିକ୍ରିୟା ରଖିଲେ ସୋନିଆ

ନିମନ୍ତ୍ରଣ ରକ୍ଷା କରି ଦିଲ୍ଲୀ ବୁଲି ଆସିଥିବା ସୋନିପତ ଚାଷୀ ଦେଲେ ସୋନିଆ ଗାନ୍ଧୀଙ୍କୁ ପରାମର୍ଶ। କହିଲେ ଏବେ 'ପୁଅର ବିବାହ କରିଦିଅ'।

author-image
Debibandita Barick
ଅଦ୍ୟତନ ହୋଇଛି
Sonia Gandhi

Sonia Gandhi

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିବାହକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୁଏ। କିଛି ଦିନ ତଳେ ଏକ ବୈଠକରେ ଲାଲୁ ପ୍ରସାଦ ଯାଦବ ତାଙ୍କୁ ବିବାହ କର ବୋଲି କହିଥିଲେ। ଏବେ ଜଣେ ସାଧାରଣ ଜନତା ରାହୁଲଙ୍କ ମାଆ ସୋନିଆ ଗାନ୍ଧୀଙ୍କୁ 'ପୁଅର ବାହାଘର କରନ୍ତୁ' ବୋଲି ପରାମର୍ଶ ଦେଇଛନ୍ତି।

Advertisment

କିଛିଦିନ ତଳେ ସୋନିପତ ମହିଳା କୃଷକମାନଙ୍କୁ ଦିଲ୍ଲୀକୁ ନିମନ୍ତ୍ରଣ କରିଥିଲେ ରାହୁଲ ଗାନ୍ଧୀ। ମହିଳା କୃଷକମାନେ ଜନପଥରେ ଥିବା ସୋନିଆ ଗାନ୍ଧୀଙ୍କ ବାସଭବନରେ ପହଞ୍ଚିଥିଲେ। ଏହି ଅବସରରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ମହିଳା କୃଷକଙ୍କ ସହ ମଉଜ-ମଜଲିସ୍ କରିଥିଲେ। ମହିଳା କୃଷକମାନେ ସୋନିଆ ଗାନ୍ଧୀଙ୍କ ସହ ବସି ଖାଦ୍ୟ ଖାଇଥିଲେ ଏବଂ ନୃତ୍ୟ ପରିବେଷଣ ମଧ୍ୟ କରିଥିଲେ। ଏହି ସମୟରେ ଏକ ମଜାଦାର ଘଟଣା ଘଟିଥିଲା, ସୋନିଆ ଗାନ୍ଧୀଙ୍କ ପାଖରେ ବସିଥିବା ଜଣେ ମହିଳା କୃଷକ, 'ଏବେ ରାହୁଲଙ୍କ ବିବାହ କରିଦିଅନ୍ତୁ' ବୋଲି ଚୁପ୍ ଚୁପ୍ କହିଥିଲେ। 

Advertisment

ସୋନିଆ ଗାନ୍ଧୀ ମଧ୍ୟ ଏହାର ଉତ୍ତର ରଖି ମହିଳାଙ୍କୁ 'ଝିଅ ଖୋଜନ୍ତୁ' ବୋଲି କହିଥିଲେ। ସୋନିଆ ଗାନ୍ଧୀ ଏହା କହିବା ମାତ୍ରେ ସେଠାରେ ବସିଥିବା ଅନ୍ୟ ସମସ୍ତ ମହିଳା ହସିବାକୁ ଲାଗିଲେ। ଏହା ପରେ ରାହୁଲ ଗାନ୍ଧୀ ମଧ୍ୟ ଉତ୍ତର ଦେଇ କହିଥିଲେ ଯେ 'ବିବାହ ହେବ'। ନିକଟରେ ରାହୁଲ ଗାନ୍ଧୀ ସୋନିପତ ପରିଦର୍ଶନରେ ଯାଇଥିଲେ। ଏହି ସମୟରେ ସେ ସେଠାକାର କିଛି ମହିଳା ଚାଷୀଙ୍କୁ ଭେଟିଥିଲେ। ଏପରିକି ସେମାନଙ୍କ ସହ ମିଶି କ୍ଷେତରେ ଚାରା ରୋପଣ ମଧ୍ୟ କରିଥିଲେ। ଏହି ଅବସରରେ ରାହୁଲ ମହିଳା ଚାଷୀଙ୍କୁ ଦିଲ୍ଲୀ ଆସିବାକୁ ନିମନ୍ତ୍ରଣ କରିଥିଲେ। ମହିଳା ଚାଷୀମାନେ ମଧ୍ୟ ନିମନ୍ତ୍ରଣ ରକ୍ଷା କରି ଦିଲ୍ଲୀ ପହଞ୍ଚି ଥିଲେ।

Rahul Gandhi Rahul Gandhi Marriage Sonia Gandhi