Advertisment

ପାକିସ୍ତାନକୁ ମୋଦିଙ୍କ ନାଲି ଆଖି: ଘରେ ପଶି ମାରିବୁ, ବର୍ତ୍ତିବାକୁ କୌଣସି ସୁଯୋଗ ଦେବୁନି

ସେ ସଶସ୍ତ୍ର ବାହିନୀକୁ ପ୍ରଶଂସା କରି କହିଛନ୍ତି ଯେ ସେମାନେ ପାକିସ୍ତାନୀ ସେନାକୁ ଦେଖାଇଛନ୍ତି ଯେ ପାକିସ୍ତାନର ଏମିତି କୌଣସି ସ୍ଥାନ ନାହିଁ, ଯେଉଁଠି ଆତଙ୍କବାଦୀମାନେ ସୁରକ୍ଷିତ ଭାବେ ରହିପାରିବେ ଓ ଶାନ୍ତିରେ ନିଃଶ୍ୱାସ ନେଇପାରିବେ।

author-image
Hemant Lenka
ଅଦ୍ୟତନ ହୋଇଛି
PM Modi

PM Modi

ଭାରତ ଉପଯୁକ୍ତ ଜବାବ ଦେଇ କେବଳ ଆତଙ୍କବାଦୀଙ୍କୁ ନୁହେଁ, ବରଂ ସେମାନଙ୍କୁ ସମର୍ଥନ ଓ ସହାୟତା କରୁଥିବା ପାକିସ୍ତାନ ଆର୍ମିକୁ ମଧ୍ୟ ନିଜର ଶକ୍ତି ପରିଚୟ ଦେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କହିଛନ୍ତି। ପଞ୍ଜାବର ଆଦମପୁର ଏୟାରବେସରେ ବାୟୁ ବୀରଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ ଯେଉଁ ପାକିସ୍ତାନୀ ସେନାର ଭରସାରେ ଆତଙ୍କବାଦୀ ଗଦଗଦ ହୋଇଯାଉଥିଲେ ସେହି ପାକିସ୍ତାନ ସେନାକୁ ବି ଭାରତୀୟ ସେନା, ଭାରତର ଏୟାର ଫୋର୍ସ ଓ ଭାରତୀୟମାନେ ଧୂଳି ଚଟାଇ ଦେଇଛନ୍ତି।”

Advertisment

ସେ ସଶସ୍ତ୍ର ବାହିନୀକୁ ପ୍ରଶଂସା କରି କହିଛନ୍ତି ଯେ ସେମାନେ ପାକିସ୍ତାନୀ ସେନାକୁ ଦେଖାଇଛନ୍ତି ଯେ ପାକିସ୍ତାନର ଏମିତି କୌଣସି ସ୍ଥାନ ନାହିଁ, ଯେଉଁଠି ଆତଙ୍କବାଦୀମାନେ ସୁରକ୍ଷିତ ଭାବେ ରହିପାରିବେ ଓ ଶାନ୍ତିରେ ନିଃଶ୍ୱାସ ନେଇପାରିବେ।

ଭାରତର ସୀମା ପାର ଆତଙ୍କବାଦ ବିରୋଧରେ ଆକ୍ରମଣାତ୍ମକ ନୀତି ସମ୍ପର୍କରେ ମତ ରଖି ମୋଦି କହିଛନ୍ତି, “ଘରେ ପଶି ମାରିବୁ, ବର୍ତ୍ତିବାକୁ କୌଣସି ସୁଯୋଗ ଦେବୁନି।” ଏସ-୪୦୦ ଓ ମିରାଜ ଯୁଦ୍ଧ ବିମାନ ନିଜ ବ୍ୟାକଗ୍ରାଉଣ୍ଡରେ ଥିବା ବେଳର ଫଟୋ ମଧ୍ୟ ଏହାପୂର୍ବରୁ ମୋଦି ଶେୟାର କରିଥିଲେ। ପାକିସ୍ତାନ ଆଦମପୁର ଏୟାର ବେସ୍‌ରେ ଆଟାକ କରି ଏସ ୪୦୦କୁ ନଷ୍ଟ କରି ଦେଇଥିବା ଦାବି କରିଥିଲା।

Advertisment

ସେହିପରି ଆଦମପୁର ଏୟାର ବେସ୍‌ ରନ ୱେ ମଧ୍ୟ ଧ୍ୱଂସ ହୋଇଥିବା ପାକ ସେନା କହିଥିଲେ। ହେଲେ ମୋଦି ଏହି ମିଛ ପ୍ରଚାରର ପର୍ଦ୍ଦାଫାସ କରିଛନ୍ତି। ସେ ନିଜ ବ୍ୟାକଗ୍ରାଉଣ୍ଡରେ ମିରାଜ ଯୁଦ୍ଧ ବିମାନ ଓ ଏସ -୪୦୦ ଥିବା ବେଳର ଫଟୋକୁ ଜାଣି ଶୁଣି ଶେୟାର କରି ପାକିସ୍ତାନକୁ ଧୋଇଛନ୍ତି। 

ନିଜ ସମ୍ବୋଧନରେ ସେ ଭାରତର ଅତ୍ୟାଧୁନିକ ସାମାରିକ କ୍ଷମତା ସମ୍ପର୍କରେ ସମସ୍ତଙ୍କୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, “ଆମ ଡ୍ରୋନ, ଆମ ମିସାଇଲ କଥା ଭାବନ୍ତୁ। ଆମ ଡ୍ରୋନ ଓ ମିସାଇଲ କଥା କେବଳ ଭାବି ପାକିସ୍ତାନ ଅନେକ ରାତି ଏବେ ଅନିଦ୍ରା ହୋଇ ରହିବ। ଆତଙ୍କବାଦ ବିରୋଧରେ ଭାରତର ଲଷ୍ମଣ ରେଖା ପୂରା ସ୍ପଷ୍ଟ। ଯଦି ଏବେ ଆଉ ଆତଙ୍କବାଦୀ ହମଲା ହେବ, ତା’ହେଲେ ଭାରତ ଏହାର ଜବାବ ଜୋରଦାର ଢଙ୍ଗରେ ଦେବ। ଆମେ ସମସ୍ତେ ସର୍ଜିକାଲ ଷ୍ଟ୍ରାଇକ ଓ ଏୟାର ଷ୍ଟ୍ରାଇକ ବେଳେ ଏହାକୁ ଦେଖିଥିଲୁ। କିନ୍ତୁ ଅପରେସନ ସିନ୍ଦୂର ଭାରତର ନୂଆ ଆଭିମୁଖ୍ୟ।”

ନିଜ ସମ୍ବୋଧନରେ ମୋଦି ଭାରତ ମାତା କୀ ଜୟ ନାରା ଦେବା ସହ ଦେଶର ସୁରକ୍ଷା ପାଇଁ ସଶସ୍ତ୍ର ବଳକୁ ଧନ୍ୟବାଦ ଜଣାଇଥିଲେ। ସେ କହିଛନ୍ତି, “ପ୍ରତିଟି ଭାରରତୀୟ ଆପଣମାନଙ୍କ ପାଇଁ ଗର୍ବିତ। ଆପଣମାନେ ଇତିହାସ ରଚିଛନ୍ତି। ମୁଁ ଏଠାକୁ ଆପଣମାନଙ୍କ ଆଶୀର୍ବାଦ ପାଇଁ ଆସିଛି। ଆତଙ୍କବାଦୀମାନେ ଆମକୁ ସାହସ ଦେଖାଇଥିଲେ। କିନ୍ତୁ ଆପଣମାନେ ସେମାନଙ୍କ ମୁଣ୍ଡକୁ ମାରିଛନ୍ତି। ଆପଣମାନେ ସେମାନଙ୍କର ବେସକୁ ଧ୍ୱଂସ କରିବା ସହ ୧୦୦ ଜଣ ଆତଙ୍କବାଦୀଙ୍କୁ ମାରିଛନ୍ତି। ଯଦି ସେମାନେ ଆମକୁ ଆକ୍ରମଣ କରିବାକୁ ଚେଷ୍ଟା କରିବେ, ତା’ହେଲେ ଏହାର ପରିଣାମ ସେମାନେ ଧ୍ୱଂସ ହୋଇଯିବେ ବୋଲି ବୁଝି ସାରିଛନ୍ତି। 

ଭାରତ ମାତା କୀ ଜୟ କେବଳ ଗୋଟିଏ ସାଧାରଣ ନାରା ନୁହେଁ। ଏହା ଦେଶରେ ଥିବା ପ୍ରତିଟି ସୈନ୍ୟଙ୍କ ପାଇଁ ପ୍ରତିଜ୍ଞା। ସୈନ୍ୟମାନେ ଭାରତ ମାତାର ସମ୍ମାନ ଓ ସୁରକ୍ଷା ପାଇଁ ନିଜ ଜୀବନକୁ ମଧ୍ୟ ବାଜି ଲଗାଇ ଦେଉଛନ୍ତି। ଏହା ଯୁଦ୍ଧ କ୍ଷେତ୍ର ଓ ମିଶନରେ ଗୁଞ୍ଜରିତ ହୁଏ। ଯେତେବେଳେ ଭାରତର ସୈନ୍ୟମାନେ ଭାରତ ମାତା କୀ ଜୟ କୁହନ୍ତି ସେତେବେଳେ ଶତ୍ରୁ ପକ୍ଷରୁ ଛାତି ଥରହର ହୋଇଯାଏ।” 

Pakistan PM Modi India Pakistan War Operation Sindoor