Advertisment

କୋର୍ଟ ପାଲଟିଲା 'କୁରୁକ୍ଷେତ୍ର'!, ବିଚାରପତି-ଓକିଲ ମୁହାଁମୁହିଁ

ଏକ ଜାମିନ ଆବେଦନର ଶୁଣାଣି ସମୟରେ ଓକିଲ ଏବଂ ବିଚାରପତିଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଛି।

ଅଦ୍ୟତନ ହୋଇଛି
Police

Police

Advertisment

'କୁରୁକ୍ଷେତ୍ର' ପାଲଟିଛି ଉତ୍ତରପ୍ରଦେଶର ଗାଜିଆବାଦ ଜିଲ୍ଲା କୋର୍ଟ। ଜଣେ ବିଚାରପତି ଏବଂ ଓକିଲଙ୍କ ମଧ୍ୟରେ ଯୁକ୍ତିତର୍କ ପରେ କୋର୍ଟରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ପରିସ୍ଥିତି ଏପରି ହୋଇଥିଲା ଯେ ପୁଲିସକୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା।

Advertisment

ଓକିଲମାନେ ବିଚାରପତିଙ୍କ ଚାମ୍ବରକୁ ଯାଇ ପାଟିତୁଣ୍ଡ କରିବା ସହ ହୋହଲ୍ଲା କରିଥିଲେ। ଏହି ସମୟର ଏକ ଭିଡିଓ ସାମ୍ନାକୁ ଆସିଛି। ପୁଲିସ ଚେୟାର୍ ଏବଂ ପାଇପ୍ ଉଠାଇବା ସହ କିଛି ଲୋକଙ୍କୁ ମାଡ଼ ମାରୁଥିବା ଦେଖିବାକୁ ମିଳୁଛି।

ଏଥିସହ ଓକିଲମାନଙ୍କୁ ମଧ୍ୟ ନିୟନ୍ତ୍ରଣକୁ ଆଣିବା ପାଇଁ ଚେଷ୍ଟା କରିଥିଲା ପୁଲିସ। ଶେଷରେ ଅର୍ଦ୍ଧସାମରିକ ବଳଙ୍କ ହସ୍ତକ୍ଷେପ ପରେ ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇଛି।

Advertisment

ପ୍ରାଥମିକ ରିପୋର୍ଟ ଅନୁସାରେ, ଏକ ଜାମିନ ଆବେଦନର ଶୁଣାଣି ସମୟରେ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ମାମଲାର ଶୁଣାଣି ସମୟରେ ଓକିଲ ଏବଂ ବିଚାରପତିଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। କୋର୍ଟରେ ହେଉଥିବା ଏହି ସାଧାରଣ ଯୁକ୍ତିତର୍କ ଉଗ୍ରରୂପ ନେଇଛି।

ଏଥିରେ ଅନେକ ଓକିଲ ଆହତ ହୋଇଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ବାର୍ ଆସୋସିଏସର ତୁରନ୍ତ ଏକ ବୈଠକ ଡାକିଛି। ସେପଟେ ଓକିଲମାନେ ସୁରକ୍ଷାକର୍ମୀ ସେମାନଙ୍କ ବିରୁଦ୍ଧରେ ନେଇଥିବା କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ବିରୋଧ ପ୍ରଦର୍ଶନ କରିଛନ୍ତି। 

Ghaziabad Court Court Chaos
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe