Advertisment

କଥା ମାନିଲେନି କମ୍ପ୍ୟୁଟର ଶିକ୍ଷୟିତ୍ରୀ, ପିଟିଲେ ପ୍ରଧାନଶିକ୍ଷୟିତ୍ରୀ

ସ୍କୁଲରେ ସର୍ବ ସମ୍ମୁଖରେ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ଚୁଟି ଟାଣି ତାଙ୍କୁ ପିଟାପିଟି କଲେ। ଏପରିକି ତାଙ୍କୁ ଜାତିଆଣ ଆକ୍ଷେପ କରିବାକୁ ବି ପଛାଇଲେ ନାହିଁ ।

author-image
Niharika Rout
Victim

Victim

କଥା ମାନିଲେନି କମ୍ପ୍ୟୁଟର ଶିକ୍ଷୟିତ୍ରୀ। ଏଥିରେ ରାଗି ହିତାହିତ ଜ୍ଞାନ ହରାଇ ବସିଲେ ପ୍ରଧାନ ଶିକ୍ଷୟିତ୍ରୀ। ଆଉ ସ୍କୁଲରେ ସର୍ବ ସମ୍ମୁଖରେ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ଚୁଟି ଟାଣି ତାଙ୍କୁ ପିଟାପିଟି କଲେ। ଏପରିକି ତାଙ୍କୁ ଜାତିଆଣ ଆକ୍ଷେପ କରିବାକୁ ବି ପଛାଇଲେ ନାହିଁ ।

Advertisment

ଏପରି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ଗାଜିଆବାଦ ଜିଲ୍ଲାରେ ଘଟିଛି। ଏଠାରେ ଥିବା ଜୟପ୍ରକାଶ ନାରାୟଣ ସର୍ବୋଦୟ ବିଦ୍ୟାଳୟରେ ଏପରି କାଣ୍ଡ ଘଟିଥିବା ଅଭିଯୋଗ ହୋଇଛି।

କମ୍ପ୍ୟୁଟର ଶିକ୍ଷୟତ୍ରୀ ଆଂଶିକାଙ୍କ ଅଭିଯୋଗ ଅନୁଯାୟୀ, ଗତ ୪ ତାରିଖରେ ପ୍ରଧାନଶିକ୍ଷୟିତ୍ରୀ ତାଙ୍କୁ କମ୍ପ୍ୟୁଟର ବ୍ୟତୀତ ଅନ୍ୟ ବିଷୟ ପ‍ଢ଼ାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏନେଇ ସେ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଜଣାଇଥିଲେ।  ଅଧିକାରୀଜଣକ ଏଥିନିମନ୍ତେ ମନା କରିବା ସହ କେବଳ କମ୍ପ୍ୟୁଟର ପଢ଼ାଇବାକୁ ତାଙ୍କୁ କହିଥିଲେ।

Advertisment

ଏହାପରେ ସେ ସ୍କୁଲରେ ଥିବା ନିଜ କମ୍ପ୍ୟୁଟରରେ କାମ କରୁଥିବା ବେଳେ ପ୍ରଧାନଶିକ୍ଷୟିତ୍ରୀ ସେଠାରେ ପହଞ୍ଚି ଚୁଟି ଟାଣି ତାଙ୍କୁ ପିଟାପିଟି କଲେ। ଏତିକିରେ ମନ ଶାନ୍ତି ନ ହେବାରୁ ତାଙ୍କୁ ଜାତିଆଣ ଆକ୍ଷେପ ବି କଲେ।

ଏ ନେଇ ପୁଲିସ୍‌ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି

Uttar Pradesh