Advertisment

ବାହାଘରର ୧୭ ବର୍ଷ ପରେ ହୋଇଥିଲା ଝିଅ, ଡଙ୍ଗା ବୁଡ଼ିରେ ଚାଲିଗଲା ଜୀବନ

ଏହି ଦୁର୍ଘଟଣାରେ ୧୨ ଜଣ ଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ସେହିପରି ୨ ଜଣ ଶିକ୍ଷମ ମଧ୍ୟ ପ୍ରାଣ ହରାଇଛନ୍ତି।

Dead children

Dead children

Advertisment

ଗତ ଗୁରୁବାର ଗୁଜରାଟର ବଡୋଦରାରେ ଡଙ୍ଗା ବୁଡ଼ି ୧୨ ଛାତ୍ରଛାତ୍ରୀଙ୍କ ସମେତ ୧୪ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ୧୨ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦୁଇ ଜଣ ଭାଇଭଉଣୀ ଥିଲେ। ସେମାନେ ଗୋଟିଏ ପରିବାରର ଥିଲେ। ସେମାନଙ୍କ ବାପାମାନେ ହେଉଛନ୍ତି ସଂପର୍କୀୟ ଭାଇ।

Advertisment

ଏହି ଦୁଇଟି ଛୁଆଙ୍କ ମଧ୍ୟରୁ ଝିଅଟିର ବାପାଙ୍କ ନାଁ ଫାରୁକ ଓ ମା’ଙ୍କ ନାଁ ରହିମା। ଫାରୁକ ଓ ରହିମାଙ୍କ ବାହାଘରର ୧୭ ବର୍ଷ ପରେ ଜନ୍ମ ହୋଇଥିଲେ ସେମାନଙ୍କ ଝିଅ। ପିଲାଛୁଆ ହେଉ ନଥିବାରୁ ମସଜିଦରେ ବହୁ ପ୍ରାର୍ଥନା କରିଥିଲେ ଫାରୁକ। ଶେଷରେ ୧୭ ବର୍ଷର ଅପେକ୍ଷା ପରେ ସେମାନଙ୍କ କୋଳକୁ କନ୍ୟା ସନ୍ତାନଟିଏ ଆସିଥିଲା। ଡଙ୍ଗା ବୁଡ଼ି ଝିଅଟିର ମୃତ୍ୟୁ ହେବା ପରେ ପୂରା ପରିବାର ଭାଙ୍ଗି ପଡ଼ିଛି।

ସେହିପରି ଏହି ଡଙ୍ଗା ବୁଡ଼ି ଘଟଣାରେ ଫାରୁକ ତାଙ୍କ ପୁତୁରାଙ୍କୁ ମଧ୍ୟ ହରାଇଛନ୍ତି। ସେ ଛୁଆଟି ତାଙ୍କ ସଂପର୍କୀୟ ସାନ ଭାଇ ହରୁଣଙ୍କ ପୁଅ ଥିଲେ। ସେ ହରୁଣଙ୍କର ଏକ ମାତ୍ର ପୁଅ ଥିଲେ।

Advertisment

ଏହି ଦୁଇ ଛୁଆ ଏକ ଘରୋଇ ସ୍କୁଲ୍‌ରେ ପଢୁଥିଲେ। ଉକ୍ତ ସ୍କୁଲ୍‌ କର୍ତ୍ତୃପକ୍ଷ ଗୁରୁବାର ଛାତ୍ରଛାତ୍ରୀଙ୍କୁ ନେଇ ବଡୋଦରାର ହରଣୀ ସ୍ଥିତ ମୋଟନାଥ ହ୍ରଦକୁ ପିକ୍‌ନିକ୍‌ କରିବାକୁ ଯାଇଥିଲେ। ସେଠାରେ ୨୭ ଛାତ୍ରଛାତ୍ରୀ ଡଙ୍ଗାରେ ବସି ହ୍ରଦରେ ବୁଲିବାର ମଜା ନେଉଥିଲେ। ସେମାନଙ୍କ ସହିତ କିଛି ଶିକ୍ଷକ ମଧ୍ୟ ଥିଲେ। ତେବେ ଡଙ୍ଗାଟି ବୁଡ଼ି ଯିବାରୁ ୧୨ ଜଣ ଛାତ୍ରୀ ଓ ୨ ଜଣ ଶିକ୍ଷକଙ୍କ ମୃତ୍ୟୁ ଘଟିଥିଲା। ଡଙ୍ଗାରେ ବସିଥିବା କୌଣସି ଛାତ୍ରଛାତ୍ରୀ ବା ଶିକ୍ଷକ ସୁରକ୍ଷା ଜ୍ୟାକେଟ୍ ପିନ୍ଧି ନଥିଲେ। ସେହିପରି ଡଙ୍ଗାରେ କ୍ଷମତା ଠାରୁ ଅଧିକ ଛାତ୍ରଛାତ୍ରୀ ବସିଥିଲେ ବୋଲି ଜଣାପଡ଼ିଥିଲା। ଏହି ଘଟଣାରେ ୧୮ ଜଣଙ୍କ ନାଁରେ ଏଫ୍‌ଆଇଆର ଦିଆଯାଇଥିବା ବେଳେ ଗୁଜରାଟ ପୁଲିସ୍ ୬ ଜଣଙ୍କୁ ଗିରଫ କରିସାରିଲାଣି।

Gujarat Boat Tragedy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe