Advertisment

ସାଙ୍ଘାତିକ ଅଭିଯୋଗ: ୫ ବର୍ଷ ଯାଏ ୬୪ ଜଣ ମୋର ଯୌନ ଶୋଷଣ କରିଛନ୍ତି

ଏହି ମାମଲାରେ ପୁଲିସ ଏଯାଏ ୧୦ରୁ ଅଧିକ ଲୋକଙ୍କୁ ଗିରଫ କରିଛି।

sexually abused

sexually abused

Advertisment

ସ୍କୁଲର ସହପାଠୀ, କୋଚ୍‌, ପଡୋଶୀ, ଏପରିକି ସମ୍ପର୍କୀୟ। ୧୩ ବର୍ଷୀୟ ନାବାଳିକା ଯାହାକୁ ବିଶ୍ୱାସ କଲା ସିଏ ହିଁ ବିଶ୍ୱାସରେ ବିଷ ଦେଲା। ସେମାନେ ହିଁ ତା'ଉପରେ ଲୋଲୁପ ଦୃଷ୍ଟି ପକାଇଲେ। ତା'ର ଯୌନ ଶୋଷଣ କଲେ। ଏହି କ୍ରୁର ଖେଳ ୫ ବର୍ଷ ଯାଏ ଚାଲିଲା। ୫ ବର୍ଷ ଭିତରେ ପ୍ରାୟ ୬୪ ଜଣ ତା'ର ଯୌନ ଶୋଷଣ କରିଚାଲିଲେ। ଏବେ ଝିଅଟିକୁ ୧୮ ବର୍ଷ ହେବା ପରେ ସ୍କୁଲ କାଉନସେଲିଂରେ ସାହାସ କରି ସେ ନିଜର ଯନ୍ତ୍ରଣାଦାୟକ କାହାଣୀ ବଖାଣିଛି। ଯାହାକୁ ଶୁଣି ଲୋକଙ୍କ ଲୋମ ଟାଙ୍କୁରି ଉଠିଛି। ଏଭଳି କିଛି ଘଟଣା ଘଟିଛି କେରଳର ପଠନମଥିଟ୍ଟା ଜିଲ୍ଲାରେ।

Advertisment

କେରଳର ଜଣେ ଦଳିତ ଝିଅ ଦାବି କରିଛନ୍ତି ଯେ ଗତ ପାଞ୍ଚ ବର୍ଷ ମଧ୍ୟରେ ତାଙ୍କୁ ୬୪ ଜଣ ଲୋକ ଦୁଷ୍କର୍ମ କରିଛନ୍ତି। ନାବାଳିକାଙ୍କ ମୁହଁରୁ ଏକଥା ଶୁଣିବା ପରେ ଶିଶୁ କଲ୍ୟାଣ କମିଟି (ସିଡବ୍ଲୁସି)ର ଅଭିଯୋଗ ପରେ ପଠନମଥିଟ୍ଟା ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଏହି ଘଟଣା ସେତେବେଳେ ଲୋକଲୋଚନକୁ ଆସିଲା ଯେତେବେଳେ ‘ମହିଳା ସମାକ୍ଷା’ ନାମକ ଏକ ସ୍ୱେଚ୍ଛାସେବୀ ସଙ୍ଗଠନର ଜଣେ ସଦସ୍ୟ ନାବାଳିକାଙ୍କ ଘରକୁ ଗଲେ। ସଦସ୍ୟ ଜଣକ ପୀଡ଼ିତାଙ୍କ ଘରେ ପହଞ୍ଚିବା ପରେ ସେ ପାଞ୍ଚ ବର୍ଷ ଧରି ଅନୁଭବ କରିଥିବା ଭୟଙ୍କର କଥା ବର୍ଣ୍ଣନା କରିଥିଲା। ତା'ପରେ ଏନଜିଓ ପଠନମଥିଟ୍ଟା ଜିଲ୍ଲାର ଶିଶୁ କଲ୍ୟାଣ କମିଟିକୁ ଏନେଇ ଏକ ରିପୋର୍ଟ କରିଥିଲା।

Advertisment

ପୀଡିତାଙ୍କ ବୟସ ବର୍ତ୍ତମାନ ୧୮ ବର୍ଷ। ସିଡବ୍ଲୁସିର ହସ୍ତକ୍ଷେପ ପରେ ପୀଡ଼ିତା ଅଭିଯୋଗ ଆଣିଛନ୍ତି ​​ଯେ, ଯେତେବେଳେ ତାଙ୍କୁ ୧୩ ବର୍ଷ ହୋଇଥିଲା ସେତେବେଳେ ତାଙ୍କର ଶୋଷଣ ଆରମ୍ଭ ହୋଇଥିଲା। ପ୍ରଥମେ ଜଣେ ପଡୋଶୀ ତାଙ୍କୁ ଦୁଷ୍କର୍ମ କରିଥିଲେ। ସେ ଝିଅଟିର ଅଶ୍ଳୀଳ ଭିଡିଓ କରି ସେୟାର କରିଥିଲା। ଏହାପରେ ତାଙ୍କର ଭିଡିଓ ଭାଇରାଲ ହୋଇଥିଲା। ଯେଉଁମାନେ ଏହି ଭିଡିଓକୁ ପାଇଲେ ସେମାନେ ମଧ୍ୟର ଏହାର ଫାଇଦା ଉଠାଇଲେ।

ଏହାପରେ ସ୍କୁଲର ସହପାଠୀ ଥିବା ଜଣେ ପୁଅ ତାଙ୍କର ଯୌନ ଶୋଷଣ କରିଥିଲେ। ସ୍କୁଲରେ କ୍ରୀଡାରେ ସକ୍ରିୟ ଥିବାରୁ ତାଲିମ ସେସନ୍‌ ସମୟରେ ମଧ୍ୟ ସେ ଯୌନ ନିର୍ଯାତନାର ଶିକାର ହୋଇଥିଲେ। କେବଳ ସେତିକିରେ ତାଙ୍କର ଦୁଃଖ ସରିନଥିଲା। ତାଙ୍କ ସମ୍ପର୍କୀୟମାନେ ମଧ୍ୟ ତାଙ୍କର ଯୌନ ଶିକାର କରିଥିବା ସେ ଅଭିଯୋଗ ଆଣିଛନ୍ତି।

ଏହି ମାମଲାରେ ପୁଲିସ ଏଯାଏ ୧୦ରୁ ଅଧିକ ଲୋକଙ୍କୁ ଗିରଫ କରିଛି। ଝିଅଟିର ବିସ୍ତୃତ ବୟାନ ରେକର୍ଡ କରି ପୁଲିସ ଯାଞ୍ଚ ଜାରି ରଖିଛି।  POCSO ଆକ୍ଟ ଅନୁଯାୟୀ ଜିଲ୍ଲାର ବିଭିନ୍ନ ପୁଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି।

Kerala Dalit Girl Sexually Abuse
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe