Advertisment

ଜନ୍ମଦିନରେ ‘ଅନଲାଇନ କେକ୍‌’ ଖାଇ ଚାଲିଗଲା ୧୦ ବର୍ଷୀୟ ଝିଅର ଜୀବନ

୧୦ ବର୍ଷୀୟ ମାନବୀ ମୃତ୍ୟୁ କିଛି ଘଣ୍ଟା ପୂର୍ବରୁ ବେଶ ଖୁସିରେ ଜନ୍ମ ଦିନର କେକ କାଟିବା ସହ ପରିବାର ଲୋକଙ୍କ ସହ ଉତ୍ସବ ମନାଉଥିଲେ। ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

Punjab

Punjab

Advertisment

ଜନ୍ମ ଦିନ ପାଇଁ ଅନଲାଇନରେ କେକ ଅର୍ଡର କରି ଅଣା ଯାଇଥିଲା। ପରିବାର ଲୋକ ୧୦ ବର୍ଷୀୟ ଝିଅର ଜନ୍ମଦିନରେ ଅନଲାଇନରୁ ଆସିଥିବା କେକୁ ବେଶ ହସଖୁସିରେ କାଟି ଥିଲେ। ଖୁସିରେ ସମସ୍ତେ ଏହାକୁ ଖାଇଥିଲେ।

Advertisment

କିନ୍ତୁ ଏହି କେକ ସେମାନଙ୍କ ସୁନାର ସଂସାରକୁ ଭାଙ୍ଗି ଚୂରମାର କରି ଦେଇଛି। କେକ ଖାଇବା ପରେ ଚାଲି ଯାଇଛି ୧୦ ବର୍ଷୀୟ ଝିଅର ଜୀବନ। ତାଙ୍କ ସାନ ଉଭଣୀ ସମେତ ପରିବାର ସବୁ ସଦସ୍ୟ କେକ୍‌ ଖାଇବା ପରେ ଅସୁସ୍ଥ ହୋଇପଡ଼ିଥିଲେ।

ଏଭଳି ଏକ ଘଟଣା ଗତ ସପ୍ତାହରେ ପଞ୍ଜାବର ପଟିଆଲାରେ ଘଟିଛି। ୧୦ ବର୍ଷୀୟ ଝିଅର ଜନ୍ମ ଦିନ ପାଇଁ ପଟିଆଲାର ଗୋଟିଏ ବେକରୀରୁ ପରିବାର ଲୋକ ଅନଲାଇନରେ କେକ ମଗାଇ ଥିଲେ। ଏବେ ଉକ୍ତ ବେକରୀର ଅଡ଼ୁଆ ବଢ଼ିଛି।

Advertisment

୧୦ ବର୍ଷୀୟ ମାନବୀ ମୃତ୍ୟୁ କିଛି ଘଣ୍ଟା ପୂର୍ବରୁ ବେଶ ଖୁସିରେ ଜନ୍ମ ଦିନର କେକ କାଟିବା ସହ ପରିବାର ଲୋକଙ୍କ ସହ ଉତ୍ସବ ମନାଉଥିଲେ। ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ମାର୍ଚ୍ଚ ୨୪ ତାରିଖ ସନ୍ଧ୍ୟା ପ୍ରାୟ ୭ଟା ବେଳେ ସେ କେକ କାଟିଥିଲେ। ରାତି ୧୦ଟା ବେଳକୁ ପରିବାରର ସବୁ ସଦସ୍ୟ ଅସୁସ୍ଥତା ଅନୁଭବ କରିଥିଲେ। ମାନବୀ ଓ ତାଙ୍କ ସାନ ଭଉଣୀ ବାରମ୍ବାର ବାନ୍ତି କରି ଚାଲିଥିଲେ। ମାନବୀ ପ୍ରବଳ ପାଣି ପିଇବାକୁ ଲାଗିଥିଲେ ହେଁ ତାଙ୍କ ପାଟି ଶୁଖିଲା ପଡ଼ି ଯାଉଥିଲା। ଯନ୍ତ୍ରଣା ବଢ଼ିବାରୁ ସେ ଶୋଇବାକୁ ଚାହିଁଥିଲେ।

ସକାଳୁ ଅର୍ଥାତ ୨୫ ତାରିଖରେ ତାଙ୍କ ଅବସ୍ଥା ଅଧିକ ବିଗିଡ଼ିଥିଲା। ତେଣୁ ପରିବାର ଲୋକ ତାଙ୍କୁ ହସ୍ପିଟାଲ ନେଇ ଯାଇଥିଲେ। ସେଠାରେ ତାଙ୍କୁ ଅକ୍ସିଜେନ ଦିଆଯାଇଥିଲା ଓ ତାଙ୍କର ଇସିଜି କରାଯାଇଥିଲା। ତାଙ୍କ ଅବସ୍ଥା ଅଧିକ ଖରାପ ଥିବାରୁ ଡାକ୍ତରମାନେ ତୁରନ୍ତ ଚିକିତ୍ସା ଆରମ୍ଭ କରି ଦେଇଥିଲେ। କିନ୍ତୁ ସବୁ ପ୍ରକାରର ଉଦ୍ୟମ ସତ୍ତ୍ୱେ ମାନବୀଙ୍କ ମୃତ୍ୟୁ ହୋଇ ଯାଇଥିଲା।

ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ କେକ୍‌ କାହ୍ନାରୁ ଆସିଥିବା କେକ୍‌ରେ କିଛି ବିଷାକ୍ତ ଜିନିଷ ରହିଥିଲା। ଯେଉଁଥି ପାଇଁ ଏତେ ବଡ଼ ଘଟଣା ଘଟିଛି। ପୁଲିସ୍‌ ଅଭିଯୋଗ ପାଇବା ପରେ ବେକରୀ ମାଲିକଙ୍କ ନାଁରେ ମାମଲା କରିଛି।

ଏଥିସହ ମାନବୀ ଓ ତାଙ୍କ ପରିବାର ଖାଇଥିବା କେକ୍‌ର ପରୀକ୍ଷା କରାଯାଇଛି। ଏହାର ରିପୋର୍ଟ ଆସିବା ପରେ ପୁଲିସ୍‌ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବ ବୋଲି କହିଛି।

Punjab
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe