/odisha-reporter/media/post_attachments/uploadimage/library/16_9/16_9_0/Reel__1674473521.jpg)
Reel
ସୋଶାଲ ମିଡିଆ ଯୁଗରେ ଇନଷ୍ଟାଗ୍ରାମରେ ଅନେକ ଯୁବକଯୁବତୀ ଅଜବଅଜବ ରିଲ୍ସ କରି ଭାଇରାଲ ହେବାକୁ ଚେଷ୍ଟା କରୁଛନ୍ତି। ପ୍ରତିଦିନ ଶହଶହ ରିଲ୍ସ ଇନଷ୍ଟାଠାରୁ ଆରମ୍ଭ କରି ବିଭିନ୍ନ ସୋଶାଲ ମିଡିଆରେ ମଧ୍ୟ ପୋଷ୍ଟ ହେଉଛି। ତେବେ ଏପରି ରିଲ୍ସ ନିଶା ଜଣେ ଯୁବତୀଙ୍କୁ ମହଙ୍ଗା ପଡ଼ିଛି। ସେ ରାସ୍ତା ମଝିରେ କାର୍ ରଖି ରିଲ ଶୁଟ କରିବାରୁ ତାଙ୍କ ନାଁରେ କଟିଛି ୧୭ ହଜାର ଟଙ୍କାର ଫାଇନ।
ଉତ୍ତର ପ୍ରଦେଶର ଗାଜିଆବାଦରୁ ଏପରି ଘଟଣା ଘଟିଛି। ଯୁବତୀ ଜଣଙ୍କ ରାଜପଥରେ କାର୍ କରି ରିଲ୍ସ କରିବା ସହ ଏହାକୁ ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ। ତେବେ ରାଜପଥରେ ରିଲ୍ସ କରି ଟ୍ରାଫିକ ସମସ୍ୟା ସୃଷ୍ଟି କରିବାରୁ ଯୁବତୀଙ୍କୁ ତୀବ୍ର ସମାଲୋଚନା ହେବାକୁ ପଡ଼ିଥିଲା।
ଆଇନ ଜାଲରେ ଫସିଥିବା ଯୁବତୀ ଜଣଙ୍କ ହେଲେ ବୈଶାଳୀ ଚୌଧୁରୀ ଖୁଟାଲି। ଇନଷ୍ଟାଗ୍ରାମରେ ତାଙ୍କ ଅନୁଗାମୀଙ୍କ ସଂଖ୍ୟା ୬,୫୨,୦୦୦। ସେ ପୋଷ୍ଟ କରିଥିବା ବିବାଦୀୟ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏହି ଭିଡିଓରେ ବୈଶାଳୀ ଜାତୀୟ ରାଜପଥରେ ନିଜ କାର୍କୁ ଛିଡ଼ା କରିବା ସହ ଗାଡ଼ି ସାମ୍ନାକରେ ଚାଲିଚାଲି ବିଭିନ୍ନ ପୋଜ ଦେଉଛନ୍ତି। ଏହି ସମୟରେ ରାସ୍ତାରେ ଅନେକ ଲୋକ ଯିବା ଆସିବା କରୁଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳିଛି।
ଏହି ଭିଡିଓ ଭାଇରାଲ ହେବା ପରେ ଗାଜିଆବାଦ ଟ୍ରାଫିକ ପୁଲିସ୍ ଟ୍ୱିଟ କରି କହିଛି ଯେ ଭିଡିଓରେ ଥିବା କାର୍ର ମାଲିକଙ୍କ ବିରୋଧରେ ନିୟମ ଉଲ୍ଲଙ୍ଘନ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଘଟଣାଟି ସାହିବାବାଦ ଅଞ୍ଚଳରେ ଘଟିଥିଲା। ଏଥିପାଇଁ କାର ମାଲିକ ବୈଶାଳୀଙ୍କ ନାଁରେ ୧୭ ହଜାର ଟଙ୍କାର ଚାଲାଣ କଟାଯାଇଛି।
थाना साहिबाबाद क्षेत्रान्तर्गत एलिवेटिड रोड पर युवती द्वारा रील बनाते हुये सोशल मीडिया पर वायरल वीडियो के सम्बन्ध मे थाना साहिबाबाद पर अभियोग पंजीकृत किया गया है। अग्रिम विधिक कार्यवाही की जा रही है। ट्रैफिक पुलिस द्वारा उक्त कार का 17000 रु0 का चालान किया गया है-एसीपी साहिबाबाद pic.twitter.com/z0byqdvAt7
— POLICE COMMISSIONERATE GHAZIABAD (@ghaziabadpolice) January 22, 2023
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
