Advertisment

କଥା ହେବାକୁ ମନା କରିଦେଲେ ଯୁବତୀ, ଗୁଳି କରିଦେଲେ ଯୁବକ

ଯୁବକଙ୍କ ପ୍ରେମ ନିବେଦନକୁ ପ୍ରତ୍ୟାଖାନ କଲେ ଯୁବତୀ। ଏଥିରେ ଉତ୍ତ୍ୟକ୍ତ ଯୁବକଜଣକ ବିଚ୍‌ ରାସ୍ତାରେ ଯୁବତୀଙ୍କୁ ଅଟକାଇ କଲେ ଫାୟାରିଂ।

ଅଦ୍ୟତନ ହୋଇଛି
CCTV Footage

CCTV Footage

Advertisment

ଯୁବକଙ୍କ ପ୍ରେମ ନିବେଦନକୁ ପ୍ରତ୍ୟାଖାନ କଲେ ଯୁବତୀ। ଏଥିରେ ଉତ୍ତ୍ୟକ୍ତ ଯୁବକଜଣକ ବିଚ୍‌ ରାସ୍ତାରେ ଯୁବତୀଙ୍କୁ ଅଟକାଇ କଲେ ଫାୟାରିଂ। ଏପରି ଏକ ସାଂଘାତିକ ଘଟଣା ଉତ୍ତରପ୍ରଦେଶର ଝାନସୀରେ ଘଟିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ରୋହିତ ଫେରାର ଥିବା ବେଳେ ତାଙ୍କୁ ଖୋଜୁଛି ପୁଲିସ୍‌।

Advertisment

ପୀଡ଼ିତା ଯୁବତୀଜଣକ ଝାନସୀ ମହିଳା ଡିଗ୍ରୀ କଲେଜରେ ଯୁକ୍ତ-୩ ଦ୍ୱିତୀୟ ବର୍ଷର ଛାତ୍ରୀ। ଗତକାଲି ସେ ପରୀକ୍ଷା ଦେଇ ଘରକୁ ଫେରୁଥିଲେ। ଉକ୍ତ ସମୟରେ ରୋହିତ ତାଙ୍କୁ ଅଟକାଇ ତାଙ୍କ ସହ କଥା ହେବା ପାଇଁ ବାଧ୍ୟ କରିଥିଲେ। ମାତ୍ର ଯୁବତୀଜଣକ ଏଥିରେ ରାଜି ହୋଇ ନ ଥିଲେ ।

ଏଥିରେ ଉତ୍ତ୍ୟକ୍ତ ହୋଇ ରୋହିତ ନିଜ ସହ ଆଣିଥିବା ବନ୍ଧୁକକୁ ବାହାର କରି ଯୁବତୀଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ଏଥିରେ ଯୁବତୀଜଣକ ଭୟଭୀତ ନ ହୋଇ ପିସ୍ତଲ ଛଡ଼ାଇବାକୁ ଉଦ୍ୟମ କରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ରୋହିତ ଯୁବତୀଙ୍କ ଉପରକୁ ବନ୍ଧୁକ ଚାଳନା କରିଥିଲେ।

Advertisment

ଯୁବତୀଙ୍କ ଚିତ୍କାର ଶୁଣି ଆଖପାଖରେ ଥିବା ଲୋକେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଅସ୍ତ୍ରୋପଚାର ପରେ ସେ ସୁରକ୍ଷିତ ଥିବା ଜଣାଯାଇଛି। ଏହି ସମୟରେ ରୋହିତ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି।  

ରୋହିତ କିଛି ମାସ ହେଲା ଝିଅକୁ ହଇରାଣ କରୁଛି। ଏଥିରେ ଝିଅ ଭୟଭୀତ ହୋଇ ଯାଇଥିବା ବେଳେ ଏନେଇ ଆମେ ତାଙ୍କ ପରିବାର ଲୋକଙ୍କୁ ଅବଗତ କରିଥିଲୁ ବୋଲି ଯୁବତୀଙ୍କ ମା’ କହିଛନ୍ତି। ରୋହିତ ଆଉ ଆମ ଝିଅକୁ ହଇରାଣ କରିବନି ବୋଲି ତାଙ୍କ ପରିବାର ଲୋକେ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଏହାସତ୍ତ୍ୱେ ସେ ପୁଣି ଥରେ ବାଟରେ ଝିଅକୁ ହଇରାଣ କରିବା ସହ ତା’ ଉପରେ ଗୁଳି ଚାଳନା କରିଥିବା ସେ କହିଛନ୍ତି।

ପୁଲିସ୍‌ ଏନେଇ ଏକ ମାମଲା ରୁଜୁ କରି ରୋହିତଙ୍କୁ ଖୋଜିବା ଆରମ୍ଭ କରିଛି। ଅଭିଯୁକ୍ତଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯାଇ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଝାନସୀ ଏସ୍‌ପି ସୂଚନା ଦେଇଛନ୍ତି।

Firing Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe