Advertisment

School Building: ସ୍କୁଲ ବିଲଡିଂରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା: ଶିକ୍ଷୟିତ୍ରୀଙ୍କୁ ଦୋଷ ଦେଲା ପରିବାର

ଛାତ୍ରୀଙ୍କୁ ତାଙ୍କ ସହପାଠୀମାନେ ବାରମ୍ବାର ଅପମାନିତ କରିବା ସହ ଚିଢ଼ାଉ ଥିଲେ। ଏନେଇ ଛାତ୍ରୀ ଜଣଙ୍କ ଜଣେ ଶିକ୍ଷୟିତ୍ରୀଙ୍କୁ ବାରମ୍ବାର ଜଣାଇଥିଲେ ହେଁ ଏହାକୁ ସେ ଅଣଦେଖା କରିଥିଲେ

author-image
Hemant Lenka
School

ଘଟଣା ବେଳର ଦୃଶ୍ୟ

ରାଜସ୍ଥାନର ଜୟପୁରରେ ଥିବା ଗୋଟିଏ ଘରୋଇ ସ୍କୁଲ(School)ର ୪ର୍ଥ ମହଲାରୁ ଡେଇଁ ଜଣେ ୯ ବର୍ଷୀୟ ଛାତ୍ରୀ ଜୀବନ ହାରିଛନ୍ତି। ଛାତ୍ରୀ ଜଣଙ୍କ ସ୍କୁଲ ବିଲଡିଂରୁ ତଳକୁ ଡେଇଁଥିବାର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି। ତେବେ ଏହି ଘଟଣା ପାଇଁ ଛାତ୍ରୀଙ୍କ ପରିବାର ଲୋକ ସ୍କୁଲ କର୍ତ୍ତୃପକ୍ଷ ଓ ଜଣେ ଶିକ୍ଷୟିତ୍ରୀଙ୍କ ଅବହେଳାକୁ ଦାୟୀ କରିଛନ୍ତି। 

Advertisment

ଛାତ୍ରୀଙ୍କୁ ତାଙ୍କ ସହପାଠୀମାନେ ବାରମ୍ବାର ଅପମାନିତ କରିବା ସହ ଚିଢ଼ାଉ ଥିଲେ। ଏନେଇ ଛାତ୍ରୀ ଜଣଙ୍କ ଜଣେ ଶିକ୍ଷୟିତ୍ରୀଙ୍କୁ ବାରମ୍ବାର ଜଣାଇଥିଲେ ହେଁ ଏହାକୁ ସେ ଅଣଦେଖା କରିଥିଲେ। ଘଟଣା ଦିନ ମଧ୍ୟ ଛାତ୍ରୀଙ୍କ ସହ ସମାନ ଘଟଣା ଘଟିଥିଲା ବୋଲି ତାଙ୍କ ବାପା ମା’ ଅଭିଯୋଗ କରିଛନ୍ତି। 

ସେମାନେ ଅଭିଯୋଗ କରିଛନ୍ତି ଯେ ଛାତ୍ରୀଙ୍କୁ ତାଙ୍କ ସହ ପାଠପଢ଼ୁଥିବା କିଛି ଛାତ୍ର ନିୟମିତ ଚିଢ଼ାଉଥିଲେ। ଏନେଇ ସେ ୪ ଥର ସଂପୃକ୍ତ ଶିକ୍ଷୟିତ୍ରୀଙ୍କୁ ଜଣାଇଥିଲେ। ଛାତ୍ରୀଙ୍କ ବାପା ମା’ ମଧ୍ୟ ଏସମ୍ପର୍କରେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ତଥାପି ଏହା ବିରୋଧରେ ଶିକ୍ଷୟିତ୍ରୀ କିମ୍ବା ସ୍କୁଲ କର୍ତ୍ତୃପକ୍ଷ କେହି ବି କୌଣସି ପଦକ୍ଷେପ ନେଇ ନଥିଲେ ବୋଲି ଅଭିଯୋଗ ହୋଇଛି। 

Advertisment

ଛାତ୍ରୀଙ୍କ ମା’ ଶିବାନୀ କହିଛନ୍ତି, “ଶ୍ରେଣୀ ଗୃହରେ ତା’କୁ କିଛି ପିଲା ଚିଢ଼ାଇବା ସହ ଧମକାଉଥିବା ସେ ମୋତେ ବାରମ୍ବାର କହିଥିଲା। କିଛି ଛାତ୍ର ଆମ ଝିଅର ନାଁକୁ ଆଉ ଗୋଟିଏ ପୁଅ ସହ ଯୋଡ଼ି ତା’କୁ ବାରମ୍ବାର ଚିଢ଼ାଉଥିଲେ। ଏହି ପ୍ରସଙ୍ଗକୁ ନେଇ ମୁଁ ଜଣେ ଶିକ୍ଷୟିତ୍ରୀଙ୍କ ଦ୍ୱାରସ୍ଥ ହୋଇଥିଲି। କିନ୍ତୁ ସେ ବହୁତ ଅସେମ୍ବଦନଶୀଳଙ୍କ ଭଳି ବ୍ୟବହାର କରିଥିଲେ।” 

ନଭେମ୍ବର ୧ରେ ୯ ବର୍ଷୀୟ ଅମାୟରା ହଠାତ୍‌ ନୀରଜା ମୋଦି ସ୍କୁଲର ୪ର୍ଥ ମହଲାରୁ ତଳକୁ ଡେଇଁ ପଡ଼ିଥିଲେ। ସେ ୪୮ ଫୁଟ ଉଚ୍ଚରୁ ତଳକୁ ଡେଇଁ ପଡ଼ିବାରୁ ତାଙ୍କର ଜୀବନ ଚାଲି ଯାଇଥିଲା। ଏହି ଭୟଙ୍କର ଘଟଣା ସିସିଟିଭରେ ମଧ୍ୟ କଏଦ ହୋଇଥିଲା।

ତାଙ୍କ ମା’ଙ୍କ କହିବା କଥା ଯେ ଚିଢ଼ାଇବା ଓ ଧମକାଇ ଘଟଣା ଗତ ବର୍ଷରୁ ଆରମ୍ଭ ହୋଇଥିଲା ଓ ଚଳିତ ବର୍ଷ ମଧ୍ୟ ଜାରି ରହିଥିଲା। ଇନ୍ଦୁ ନାମକ ଜଣେ ଶିକ୍ଷୟିତ୍ରୀଙ୍କୁ ଅମାୟରେ ଓ ଶିବାନୀ ବାରମ୍ବାର ଅଭିଯୋଗ କରିଥିଲେ ହେଁ କିଛି ପଦକ୍ଷେପ ନେଇ ନଥିଲେ।

ପରିବାର ଲୋକ ଘଟଣା ପରେ ପୁଲିସ୍‌ରେ ଅଭିଯୋଗ କରିଛନ୍ତି। ପୁଲିସ ସ୍କୁଲ କର୍ତ୍ତୃପକ୍ଷଙ୍କ ନାଁରେ ଏଫଆଇଆର ରୁଜୁ କରି ତଦନ୍ତ ଆରମ୍ଭ କରିଛି। 

School