Advertisment

ନିର୍ଦ୍ଦୟ ବଡ଼ ଭଉଣୀ; ପ୍ରେମିକ ସହ ମିଶି ସାନ ଭଉଣୀର ଜୀବନ ନେଲା, ଖଣ୍ଡ ଖଣ୍ଡ କରି ଏସିଡ ପକାଇଦେଲା

ମା’ ସମାନ ନାବାଳିକା ବଡ଼ ଭଉଣୀ ନିଜ ପାପ ସମ୍ପର୍କକୁ ଲୁଚାଇବାକୁ ନିଷ୍ପାପ ସାନ ଭଉଣୀକୁ ତଣ୍ଟି ଚିପି ମାରିବାକୁ ପଛାଇ ନାହିଁ। କେବଳ ସେତିକି ନୁହେଁ, ନିଜ ପ୍ରେମୀ ସହ ମିଶି ତାକୁ ଖଣ୍ଡ ଖଣ୍ଡ କରି ଏସିଡ ପକାଇ ଜାଳିଦେଲା।

ଅଦ୍ୟତନ ହୋଇଛି
Sisters

Sisters

Advertisment

ବଡ଼ ଭଉଣୀ ମା’ ସମାନ । ସାନ ଭାଇଭଉଣୀଙ୍କ ଖୁସି ପାଇଁ ନିଜ ସୁଖକୁ ଜଳାଞ୍ଜଳି ଦେବାକୁ ପଛାଏ ନାହିଁ। ହେଲେ ବିହାରରେ ଘଟିଛି କିଛି ଓଲଟା ଘଟଣା ।  ନାବାଳିକା ବଡ଼ ଭଉଣୀ ନିଜ ପାପ ସମ୍ପର୍କକୁ ଲୁଚାଇବାକୁ ନିଷ୍ପାପ ସାନ ଭଉଣୀକୁ ତଣ୍ଟି ଚିପି ମାରିବାକୁ ପଛାଇ ନାହିଁ। କେବଳ ସେତିକି ନୁହେଁ, ନିଜ ପ୍ରେମୀ ସହ ମିଶି ତାକୁ ଖଣ୍ଡ ଖଣ୍ଡ କରି ଏସିଡ ପକାଇ ଜାଳିଦେଲା। ଏପରି ଏକ ଲୋମଟାଙ୍କୁରା ଘଟଣା ବିହାରର ବୈଶାଳୀ ଜିଲ୍ଲାର ହରପ୍ରସାଦ ଗାଁରେ ଘଟିଛି।

Advertisment

ମୃତକ ୯ ବର୍ଷୀୟା ନାବାଳିକା ହୋଇଥିବା ବେଳେ ହତ୍ୟାକାରୀ ହେଉଛନ୍ତି ତାଙ୍କ ୧୩ ବର୍ଷୀୟା ବଡ଼ ଭଉଣୀ ଓ ତାଙ୍କ ପ୍ରେମିକ । ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ପୁଲିସ୍‌ ଉଭୟ ଅଭିଯୁକ୍ତଙ୍କୁ କାବୁ କରି ନେଇଛି।

ମୃତକ ନାବାଳିକାଙ୍କ ବାପା ଘରଠୁ ଦୂରରେ ରହି ଶ୍ରମିକ ଭାବେ କାମ କରନ୍ତି। ତାଙ୍କର ମା’ ନ ଥିବା ବେଳେ ସେ ନିଜ ବଡ଼ ଭଉଣୀ ସହ ଘରେ ରୁହନ୍ତି। ଇତି ମଧ୍ୟରେ ତାଙ୍କ ବଡ଼ ଭଉଣୀଙ୍କର ଗାଁର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ଉଭୟ ନାବାଳିକାଙ୍କ ଘରେ ଅସଞ୍ଜତ ଅବସ୍ଥାରେ ଥିବା ବେଳେ ଗତ ୧୫ ତାରିଖ ରାତିରେ ଏହା ତାଙ୍କ ସାନ ଭଉଣୀ ଦେଖି ଦେଇଥିଲେ। କାଳେ ସେ ଏହି ଘଟଣା ବାହାରେ ପ୍ରଘଟ କରିଦେବ ସେହି ଡରରେ ଉଭୟ ପ୍ରେମୀ ଯୁଗଳ ଗତ ୧୬ ତାରିଖରେ ଘରେ ତଣ୍ଟି ଚିପି ୯ ବର୍ଷୀୟା ନାବାଳିକାଙ୍କୁ ହତ୍ୟା କରିଥିଲେ।

Advertisment

ଏହାପରେ ଉକ୍ତ ମୃତଦେହକୁ ସେମାନେ ୪ ଦିନ ଧରି ଘରେ ଏକ ଟ୍ରଙ୍କରେ ପୂରାଇ ରଖିଥିଲେ। ସେଥିରୁ ଉତ୍କଟ ଗନ୍ଧ ବାହାରିବାରୁ କାଳେ କିଏ ଜାଣିଦେବ ଭାବି ତାହାକୁ ଏକ ଧାରୁଆ ଅସ୍ତ୍ରରେ କାଟିଥିଲେ। ପ୍ରମାଣ ନଷ୍ଟ ପାଇଁ ଏସିଡ ପକାଇ ମୃତଦେହକୁ ଜାଳିଦେଇଥିଲେ। ଏହାପରେ ରାତିର ଅନ୍ଧକାରରେ ତାହାକୁ ଘରଠୁ ଦୂରରେ ନେଇ ଫିଙ୍ଗି ଦେଇଥିଲେ। ଇତି ମଧ୍ୟରେ ପରିବାର ଲୋକେ ଝିଅକୁ ଖୋଜାଖୋଜି କରି ନ ପାଇବାରୁ ପୁଲିସ୍‌କୁ ଖବର ଦେଇଥିଲେ। 

ଗତ ୧୯ ଏପ୍ରିଲରେ ଏହି ଘଟଣାକୁ ସାମନାକୁ ଆସିଥିଲା। ଘର ପଛ ପଟୁ କିଛି ହାଡ଼ ଜବତ ହୋଇଥିବା ବେଳେ ପରିବାର ଲୋକେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଡଗ୍‌ ସ୍କ୍ୱାର୍ଡ ଓ ସାଇଣ୍ଟିଫିକ୍‌ ଟିମ୍‌ ସାହାଯ୍ୟରେ ତଦନ୍ତ ଆରମ୍ଭ କରିଥିଲା। ଏହାପରେ ପୁଲିସ୍‌ ଗୁଡ଼ାଇ ତୁଡ଼ାଇ ପଚରାଉଚରା କରିବା ପରେ ବଡ଼ ଭଉଣୀ ନିଜ ଦୋଷ ସ୍ୱୀକାର କରି ନେଇଥିଲେ। ଏଥିସହ ତାଙ୍କ ପ୍ରେମ ସମ୍ପର୍କ ବାହାରେ ପ୍ରଘଟ ହେବା ଡରରେ ସାନ ଭଉଣୀକୁ ହତ୍ୟା କରିଥିବା ମାନି ଯାଇଥିଲେ।

ପୁଲିସ୍‌ ଏହି ଘଟଣାରେ ଉଭୟ ନାବାଳିକା ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରିଥିବା ବେଳେ ନାବାଳିକାଙ୍କର ଜଣେ ଖୁଡିଙ୍କୁ ବି ଗିରଫ କରିଛି। ଖୁଡିଙ୍କୁ ନାବାଳିକାଙ୍କ ପ୍ରେମ ସମ୍ପର୍କ ବିଷୟରେ ଜଣାଥିବା ବେଳେ ହତ୍ୟାକାଣ୍ଡରେ ବି ସେ ସାମିଲ ଥିବା କୁହାଯାଉଛି।

Murder Bihar Minor Murdered
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe