Advertisment

ପ୍ରେମ ପାଇଁ ପରିବାର ବିରୋଧରେ ଗଲେ ଯୁବତୀ, ବିଚାରପତି କହିଲେ- ଓଭର ସ୍ମାର୍ଟ ହୁଅନି

ନିଜ ପରିବାର ବିରୋଧରେ ଯୁବତୀଜଣକ ଜଜଙ୍କ ସାମନାରେ ଗୁହାରୀ କରୁଥିବା ବେଳ ଜଜ୍‌ କିନ୍ତୁ ଯୁବତୀଙ୍କ ଆଖି ଲୁହରେ ତରଳି ଯାଇ ନ ଥିଲେ। ବରଂ ଯୁବତୀଙ୍କୁ ଉପଦେଶ ଦେବାକୁ ଯାଇ ନିଜ ବୟସରୁ ଅଧିକ ସ୍ମାର୍ଟ ନ ହେବାକୁ କହିବାକୁ ପଛାଇ ନାହାନ୍ତି।

author-image
Niharika Rout
ଅଦ୍ୟତନ ହୋଇଛି
Supreme Court

Supreme Court

ନିଜ ପ୍ରେମିକ ସହ ଫେରାର ହୋଇ ଯାଇଥିବା ଜଣେ ଯୁବତୀ ପ୍ରେମିକର ଆଗୁଆ ଜାମିନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଜଜ୍‌ ଶୁଣାଇଛନ୍ତି କଡ଼ା ବାଣୀ । ନିଜ ପରିବାର ବିରୋଧରେ ଯୁବତୀଜଣକ ଜଜଙ୍କ ସାମନାରେ ଗୁହାରୀ କରୁଥିବା ବେଳ ଜଜ୍‌ କିନ୍ତୁ ଯୁବତୀଙ୍କ ଆଖି ଲୁହରେ ତରଳି ଯାଇ ନ ଥିଲେ। ବରଂ ଯୁବତୀଙ୍କୁ ଉପଦେଶ ଦେବାକୁ ଯାଇ ନିଜ ବୟସରୁ ଅଧିକ ସ୍ମାର୍ଟ ନ ହେବାକୁ କହିବାକୁ ପଛାଇ ନାହାନ୍ତି।

Advertisment

ମଧ୍ୟପ୍ରଦେଶ ଭୋପାଳର ଜଣେ ୨୦ ବର୍ଷୀୟା ଯୁବତୀ କିଛି ଦିନ ପୂର୍ବେ ନିଜ ଘର ଡ୍ରାଇଭରଙ୍କ ସହ ଫେରାର ହୋଇ ଯାଇଛନ୍ତି। ଡ୍ରାଇଭରଜଣକ ଉତ୍ତରପ୍ରଦେଶର ଆହ୍ଲାବାଦ ବାସିନ୍ଦା ହୋଇଥିବାରୁ ଉଭୟ ପ୍ରେମୀ ଯୁଗଳ ଏବେ ସେଠାରେ ରହୁଛନ୍ତି।

ଇତି ମଧ୍ୟରେ ଯୁବତୀଙ୍କ ବାପା ଝିଅକୁ ଅପହରଣ କରାଯାଇଥିବା ନେଇ ନିଜ ଡ୍ରାଇଭରଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି। ଏହି ମାମଲାରେ ଆଗୁଆ ଜାମିନ ପାଇଁ ଯୁବକଜଣକ ଜିଲ୍ଲା ଅଦାଲତ ଓ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ନିରାଶ ହେବା ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମଙ୍ଗଳବାର ଜଷ୍ଟିସ ମାଧୁର୍ଯ୍ୟ ତ୍ରିବେଦୀ ଓ ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ରା ଏହାର ଶୁଣାଣି କରିଥିଲେ।

Advertisment

ଗତକାଲି ଏହି ମାମଲାର ଶୁଣାଣି ଆରମ୍ଭ ହେବା ମାତ୍ରେ ସମ୍ପୃକ୍ତ କୋର୍ଟ ଚାମ୍ବରରେ ନ ଥିବା ଯୁବତୀଜଣକ ଓକିଲଙ୍କ ଫୋନ୍‌କୁ କଲ୍‌ କରି ଜଜ୍‌ଙ୍କ ସହ କଥା ହେବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ଏହାପରେ ଓକିଲଜଣକ ଏନେଇ ଜଜ୍‌ଙ୍କ ଅନୁମତି ମାଗି ତାଙ୍କୁ ଫୋନ୍‌ ଦେଇଥିଲେ। ଯୁବତୀଜଣକ ନିଜ ପରିଚୟ ଦେଇ ନିଜ ପକ୍ଷ ରଖିଥିଲେ। ଏଥିସହ ନିଜ ପରିବାର ଲୋକେ ହିଁ ତାଙ୍କ ପାଇଁ ବିପଦ ସୃଷ୍ଟି କରୁଛନ୍ତି ବୋଲି ଜଜ୍‌ଙ୍କୁ କହିଥିଲେ।

ହେଲେ ତୁମ୍‌ କେସ୍‌ର ଶୁଣାଣି ଆରମ୍ଭ ହୋଇଛି ବୋଲି କିପରି ଜାଣିଲ ବୋଲି ଜଜ ପଚାରିବାରୁ ନିଜର ଜଣେ ସାଙ୍ଗ ମାଧ୍ୟମରେ ସେ ଏହା ଜାଣିଥିବା କହିବା ସହ ତାଙ୍କ ନାଁ ନେବାକୁ ଅରାଜି ହୋଇଥିଲେ। ହେଲେ ସେ କୋର୍ଟ ପରିସରରେ ଥିବା କହିଥିଲେ। ଏହାଶୁଣି କୋର୍ଟ ରୁମ୍‌କୁ ଆସି ନିଜ ପକ୍ଷ ରଖିବାକୁ ଜଜ୍‌ ତ୍ରିବେଦୀ ତାଙ୍କୁ କହିଥିଲେ।

ଏହାପରେ କଡ଼ା ସୁରକ୍ଷା ବଳୟରେ ଯୁବତୀଙ୍କୁ କୋର୍ଟ ରୁମ୍‌କୁ ଅଣାଯାଇଥିଲା। କୋର୍ଟ ରୁମ୍‌ରେ ଯୁବତୀଜଣକ ନିଜ ବାପା ଓ ଭାଇଙ୍କ ଉପରେ ଆରୋପ ଲଗାଇ ସେମାନେ ତାଙ୍କୁ ଆଗକୁ ପଢ଼ିବାକୁ ଦେଉ ନ ଥିବା ଓ ଖୁବ୍‌ ନିର୍ଯାତନା ଦେଉଥିବା କହିଥିଲେ। ଏଥିସହ ସେ ଆଗକୁ ପଢ଼ିବାକୁ ଚାହୁଁଥିବା ପ୍ରକାଶ କରିଥିଲେ।

ମାତ୍ର ସମ୍ପୃକ୍ତ ଯୁବତୀଙ୍କ କଥା ବିଚାରପତିଙ୍କ ବିଶ୍ୱାସ ହୋଇ ପାରି ନ ଥିଲା।। ଏନେଇ ଯୁବତୀଙ୍କ ଉପରେ ଖପ୍ପା ହୋଇଥିବା ବିଚାରପତି ତାଙ୍କୁ ନୀତିବାଣୀ ଶୁଣାଇବାକୁ ଭୁଲାଇ ନ ଥିଲେ। ବିଚାରପତିଜଣକ କହିଥିଲେ, ତୁମେ ଯାହାକୁ ନିର୍ଯାତନା ବୋଲି କହୁଛ, ତାହା ସେମାନଙ୍କ ଭଲ ପାଇବା, ତୁମ ପ୍ରତି ସେମାନଙ୍କ ଚିନ୍ତା।

ଏହାପରେ ବିଚାରପତି ଯୁବତୀଙ୍କୁ କଡ଼ା ସୁରକ୍ଷା ବଳୟରେ ତାଙ୍କ ଇଚ୍ଛା ମୁତାବକ ବାରଣାସୀ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ସମ୍ପୃକ୍ତ ପ୍ରେମିକଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରି ଦେଇଛନ୍ତି। ତେଣୁ ଏପର୍ଯ୍ୟନ୍ତ ପୁଲିସ୍‌ କବଜାରୁ ବାହାରେ ଥିବା ଯୁବକଙ୍କୁ ଖୁବ୍‌ ଶୀଘ୍ର ଆତ୍ମସମର୍ପଣ କରିବାକୁ ପଡ଼ିବ ବୋଲି ଜଣାଯାଇଛି। ନଚେତ ଗିରଫଦାରୀକୁ ଏଡ଼ାଇବାକୁ ଅନ୍ୟ କୌଣସି ବିକଳ୍ପ ନାହିଁ ବୋଲି କହିଛନ୍ତି ଆଇନଜୀବୀ ।

ସୂଚନାଯୋଗ୍ୟ, ସମ୍ପୃକ୍ତ ଡ୍ରାଇଭରଜଣକଙ୍କ ନାଁରେ ପୂର୍ବରୁ ବି ମିଥ୍ୟା ପ୍ରତିଶ୍ରୁତି ଦେଇ ୨ ଯୁବତୀଙ୍କୁ ଅପହରଣ କରି ଫେରାର କରିଥିବା ଅଭିଯୋଗ ହୋଇଥିଲା। ଏବେ ମଧ୍ୟ ପୁଣି ଥରେ ସମାନ ଘଟଣା ଘଟିଥିବାରୁ ଯୁବବଙ୍କୁ ଆଉ ଜାମିନ ମିଳୁନି ।

Supreme Court Judgement