Advertisment

ବିବାହ ପାଇଁ ମନା କରିବାରୁ ବଳାତ୍କାର, ମୁହଁରେ ଚେଙ୍କ ଦେଲେ ଯୁବକ

ପିଶାଚ ଅଭିଯୁକ୍ତଜଣକ ଯୁବତୀଙ୍କୁ ବଳାତ୍କାର କରିବା ସହ ତାଙ୍କ ମୁହଁକୁ ଗରମ ଲୁହା ରଡ଼ରେ ଚେଙ୍କ ଦେବାକୁ ପଛାଇ ନାହିଁ।

undefined

Stop Rape

Advertisment

ବିବାହ ପ୍ରସ୍ତାବକୁ ପ୍ରତ୍ୟାଖାନ କରିବାରୁ ମିଳିଲା ଅକଥନୀୟ ନିର୍ଯାତନା। ରାସ୍ତା ଉପରୁ ଉଠାଇ ନେଇ ୩ ଦିନ କାଳ ବନ୍ଦୀ କରି ରଖିଲେ। ଏହା ମଧ୍ୟରେ ପିଶାଚ ଅଭିଯୁକ୍ତଜଣକ ଯୁବତୀଙ୍କୁ ବଳାତ୍କାର କରିବା ସହ ତାଙ୍କ ମୁହଁକୁ ଗରମ ଲୁହା ରଡ଼ରେ ଚେଙ୍କ ଦେବାକୁ ପଛାଇ ନାହିଁ। ଏପରି ଏକ ଅମାନବୀୟ ଘଟଣା ଉତ୍ତରପ୍ରଦେଶର ଲକ୍ଷ୍ମୀପୁର କ୍ଷେରି ଅଞ୍ଚଳରେ ଘଟିଛି।

Advertisment

ଘଟଣା ଦିନ ଯୁବତୀଜଣକ ଘରକୁ ଏକୁଟିଆ ଫେରୁଥିବା ବେଳେ ଅଭିଯୁକ୍ତଜଣକ ତାଙ୍କୁ ରାସ୍ତାରୁ ଉଠାଇ ନିଜ ଘରକୁ ନେଇ ଯାଇଥିଲେ। ସେଠାରେ ସେ ତାଙ୍କୁ ୩ ଦିନ କାଳ ବନ୍ଦୀ କରି ରଖିଥିଲେ। ଏହା ମଧ୍ୟରେ ସେ ତାଙ୍କୁ ବାରମ୍ବାର ବଳାତ୍କାର କରିବା ସହ ଯୁବତୀଙ୍କ ମୁହଁକୁ ଗରମ ଲୁହା ରଡରେ ଚେଙ୍କ ଦେଇଥିଲେ। ଏପରିକି ଅଭିଯୁକ୍ତଜଣକ ଚେଙ୍କ ଦେଇ ଯୁବତୀଙ୍କ ମୁହଁରେ ନିଜ ନାମ ଲେଖି ଦେଇଥିବା ଜଣାଯାଇଛି।

ଯୁବତୀଙ୍କ ମା’ ଝିଅ ନିଖୋଜ ନେଇ ଅଭିଯୋଗ କରିବା ପରେ ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ୩ ଦିନ ପରେ କୌଣସି ପ୍ରକାରେ ଯୁବତୀଜଣକ ସେଠାରୁ ଗତ ୨୧ ତାରିଖରେ ଖସି ଆସିଥିଲେ। ଅଭିଯୁକ୍ତଜଣକ ନିଜ ମା’ ଓ ଭଉଣୀଙ୍କ ଉପସ୍ଥିତିରେ ଏପରି କରୁଥିଲେ ବି ସେମାନେ ତାଙ୍କୁ ରକ୍ଷା କରୁ ନଥିବା ଯୁବତୀଜଣକ ପୁଲିସ୍‌ ସମ୍ମୁଖରେ କହିଥିଲେ।

Advertisment

ପୁଲିସ୍‌ ଏହି ମାମଲାର ଅଭିଯୁକ୍ତଙ୍କୁ ଗିରଫ କରି ଜେଲ୍‌ ପଠାଇ ଦେଇଛି।

Uttar Pradesh Rape
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe