Advertisment

କାନାଡ଼ାରୁ ପ୍ରେମିକାକୁ ଡାକି ଭାରତରେ ଗୁଳି, ୯ ମାସ ପରେ କଙ୍କାଳ ଉଦ୍ଧାର

ପ୍ରେମ ପାଇଁ କାନାଡ଼ାରୁ ଭାରତ ପଳାଇ ଆସିଥିଲେ ଯୁବତୀ। ଭାବିଥିଲେ ପ୍ରେମିକ ସହ ଘର ସଂସାର କରି ହସଖୁସିରେ ରହିବେ। ମାତ୍ର ବିଶ୍ୱାସରେ ବିଷ ଦେଲା ପ୍ରେମିକ ।

Love Affairs

Love Affairs

Advertisment

ପ୍ରେମ ପାଇଁ କାନାଡ଼ାରୁ ଭାରତ ପଳାଇ ଆସିଥିଲେ ଯୁବତୀ। ଭାବିଥିଲେ ପ୍ରେମିକ ସହ ଘର ସଂସାର କରି ହସଖୁସିରେ ରହିବେ। ମାତ୍ର ବିଶ୍ୱାସରେ ବିଷ ଦେଲା ପ୍ରେମିକ । ଯାହା ପାଇଁ ସବୁ କିଛି ତୁଚ୍ଛ କରି ଦେଇଥିଲେ, ସିଏ ହିଁ ସାଜିଲା ସଇତାନ । ସାମାନ୍ୟ କଥାରେ ପ୍ରେମିକା ମୁଣ୍ଡକୁ ଗୁଳି କରିବାକୁ ପଛାଇଲା ନାହିଁ ଜହ୍ଲାଦ ପ୍ରେମିକ । ଏପରିକି ଘଟଣା ଯେପରି ବାହାରେ ପ୍ରଘଟ ନ ହେବ ସେଥି ନିମନ୍ତେ ଏକ ଗାତ ଖୋଳି ସେଥିରେ ନିଜେ ହିଁ ନିଜ ପ୍ରେମିକାକୁ ପୋତି ଦେଇଥିଲା। ଦୀଘ ୯ ମାସ ପରେ ପୁଲିସ୍‌ ଗାତରୁ ଯୁବତୀଙ୍କ କଙ୍କାଳ ବାହାର କରିଥିବା ବେଳେ ଅଭିଯୁକ୍ତ ପ୍ରେମିକକୁ ବାନ୍ଧିଛି। ଏପରି ଏକ ଅଭାବନୀୟ ଘଟଣା ନୂଆଦିଲ୍ଲୀର ସୋନପଥର ଗନ୍ନୋର ଅଞ୍ଚଳରେ ଘଟିଛି।

Advertisment

କାନାଡ଼ାରେ ଚାକିରି କରୁଥିବା ପ୍ରେମିକାଙ୍କୁ ଦେଶକୁ ଡାକିଲେ। ପ୍ରେମିକ କଥାରେ ଦୌଡ଼ି ଆସିଥିବା ପ୍ରେମିକାଙ୍କୁ କିନ୍ତୁ ଏଠାରେ ମିଳିଲା ଗୁଳି। ପ୍ରେମିକଜଣକ ନିଜ ପ୍ରେମିକାକୁ ଗୁଳି କରି ମୃତଦେହକୁ ନିଜ ଫାର୍ମ ହାଉସ ପଛପଟେ ପୋତି ଦେଇଥିଲେ। ବହୁ ଖୋଳତାଡ଼ ପରେ ୯ ମାସ ପରେ ପୁଲିସ୍‌ ଯୁବତୀଙ୍କ କଙ୍କାଳ ଉଦ୍ଧାର କରିବା ସହ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି। ଏପରି ଘଟଣା ନୂଆଦିଲ୍ଲ ସୋନପଥର ଗନ୍ନୋର ଅଞ୍ଚଳରେ ଘଟିଛି। ଏନେଇ ଗୁମଡ ଗାଁର ଜଣେ ମହିଳା ଅଭିଯୋଗ କରିବା ପରେ ଘଟଣା ସାମନାକୁ ଆସିଲା।

ମହିଳାଙ୍କ ଅଭିଯୋଗ ଅନୁଯାୟ, ମୋ’ ଭଉଣୀର ୨୩ ବର୍ଷୀୟା ଝିଅ ମୋ’ ପାଖରେ ରହୁଥିବା ବେଳେ ଚାକିରି କରିବାକୁ କାନାଡ଼ା ଯାଇଥିଲା। ହେଲେ ଗାଁର ସୁନୀଲ ଜାନୁୟାରୀ ୨୦୨୨ ମସିହାରେ ମୋ ଝିଆରୀକୁ ଫୋନ୍‌ କରି ତାକୁ ନିଜ କଥାରେ ଫସାଇ ଫେରି ଆସିବାକୁ ଡାକିଥିଲା। ଏହାପରେ ବିବାହ ନିମନ୍ତେ ସେ ତାକୁ ଅପହରଣ କରି ନେଇଥିଲା। ଏନେଇ ପୁଲିସ୍‌ରେ ଅଭିଯୋଗ ହୋଇଥିବା ବେଳେ ସୁନୀଲ ଫେରାର ହୋଇ ଯାଇଥିଲା।

Advertisment

ଏନେଇ ୨୦୨୨ରେ ଏକ ଅପହରଣ ମାମଲା ରୁଜୁ ହୋଇଥିଲେ ବି ପୁଲିସ୍‌ ଯୁବତୀଙ୍କ ପତ୍ତା ପାଇ ପାରି ନ ଥିଲା। ଏହାପରେ ବହୁ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ସାକ୍ଷାତ କରିବା ପରେ ଏହାର ସିଆଇଏ ଦ୍ୱାରା ତଦନ୍ତ ଆରମ୍ଭ ହୋଇଥିଲା। ସିଆଇଏ ଟିମ୍‌ ପ୍ରଥମେ ତଦନ୍ତ ଆରମ୍ଭ କରି ସୁନୀଲଙ୍କୁ ଗିରଫ କରିଥିଲେ।

ଏହାପରେ ତାଙ୍କୁ ପଚରାଉଚରା ପରେ ତାଙ୍କ ଫାର୍ମ ହାଉସ ପଛପଟୁ ପ୍ରାୟ ୧୦ ଫୁଟ ମାଟି ଖୋଲି ଏକ କଙ୍କାଳ ଉଦ୍ଧାର କରିଥିଲା ସିଅଇଏ ଟିମ୍‌। ଉକ୍ତ କଙ୍କାନକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି। ଏଥିସହ ତାହା ସମ୍ପୃକ୍ତ ଯୁବତୀଙ୍କର ବୋଲି ଚିହ୍ନଟ କରିବାକୁ ଯୁବତୀଙ୍କ ମା’ଙ୍କ ଡିଏନ୍‌ଏ ଟେଷ୍ଟ ହୋଇଛି। ତେବେ ପୋତା ଯାଇଥିବା ସ୍ଥାନରୁ ଯୁବତୀଙ୍କ ଡ୍ରେସର କିଛି ଅଂଶ ମିଳିଥିବା ବେଳେ ତାହାକୁ ପରିବାର ଲୋକେ ଚିହ୍ନଟ କରି ସାରିଛନ୍ତି। ତେଣୁ ଉକ୍ତ ମୃତଦେହ ହିଁ ସମ୍ପୃକ୍ତ ଯୁବତୀଙ୍କର ବୋଲି ଜଣାଯାଇଛି।

ଅଭିଯୁକ୍ତଙ୍କ କହିନୁଯାୟୀ, ଯୁବତୀଙ୍କ ସହ ବଚସା ହେବାରୁ ସେ ନିଜ ବନ୍ଧୁକରୁ ୨ ରାଉଣ୍ଡ ଗୁଳି ଯୁବତୀଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ମାରିଥିଲେ। ଫଳରେ ସେ ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ। ଏହାପରେ ସେ ନିଜ ଫାର୍ମ ହାଉସ ପଛ ପଟେ ମାଟି ଖୋଲି ଉକ୍ତ ମୃତଦେହକୁ ପୋତି ଦେଇଥିଲେ।

ଯୁବକଜଣକ ଅପରାଧିକ ପ୍ରବୃତ୍ତିର ହୋଇଥିବା ବେଳେ ତାଙ୍କ ନାଁରେ ବିଭିନ୍ନ ଥାନାରେ ପୂର୍ବରୁ ବହୁ ମାମଲା ରୁଜୁ ହୋଇଥିବା ଜଣାଯାଇଛି।

Murder Deadbody Love Betrayal Firing
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe