Advertisment

ପ୍ରେମିକ ସହ ଘୂରି ବୁଲୁଥିଲେ ପ୍ରେମିକା, ଭାଇ ପିଛା କରିବାରୁ ଗଲା ଜୀବନ

ନିଜ ଦୁନିଆରେ ମସଗୁଲ ହୋଇ ବାଇକ୍‌ରେ ଘୂରି ବୁଲୁଥିବା ପ୍ରେମୀ ଯୁଗଳଙ୍କ ଉପରେ ପଡ଼ିଗଲା ପ୍ରେମିକାଙ୍କ ଭାଇର ଆଖି। ଏହାପରେ ସେ ପିଛା କରିବାରୁ ବାଇକ୍‌ରୁ ପଡ଼ି ଚାଲିଗଲା ଯୁବତୀଙ୍କ ଜୀବନ ।

author-image
Niharika Rout
Bike

Bike

ମୁକ୍ତ ଆକାଶରେ ଘୁରି ବୁଲୁଥିଲେ ପ୍ରେମ ପକ୍ଷୀ। ନ ଥିଲା କିଛି ବାଧା, କି ବନ୍ଧନ । ମାତ୍ର କିଛି ସମୟ ପରେ ହଠାତ୍‌ ଘୋଟି ଆସିଲା କଳା ବାଦଲ । ନିଜ ଦୁନିଆରେ ମସଗୁଲ ହୋଇ ବାଇକ୍‌ରେ ଘୂରି ବୁଲୁଥିବା ପ୍ରେମୀ ଯୁଗଳଙ୍କ ଉପରେ ପଡ଼ିଗଲା ପ୍ରେମିକାଙ୍କ ଭାଇର ଆଖି। ଏହାପରେ ସେ ପିଛା କରିବାରୁ ପ୍ରେମିକଜଣକ ଦ୍ରୁତ ଗତିରେ ଚଲାଇବାକୁ ଲାଗିଲେ ବାଇକ୍‌ । ଫଳରେ ଗାଡ଼ିରୁ ଖସି ପଡ଼ି ଚାଲିଗଲା ଯୁବତୀଙ୍କ ଜୀବନ । ଏହାଦେଖି ପ୍ରେମିକଜଣକ ସେଠାରୁ ଫେରାର ହୋଇ ଯାଇଥିବା ଜଣାଯାଇଛି। ଆଖି ଆଗରେ ଭଉଣୀର ଜୀବନ ଚାଲି ଯାଇଥିବା ବେଳେ ଭାଇକୁ ଲାଗିଛି ଶକ୍ତ ଧକ୍କା । ଏପରି ଏକ ଅଘଟଣ ଉତ୍ତରପ୍ରଦେଶର ବିଜନୌରରେ ଘଟିଛି।

Advertisment

ପୁଲିସ୍‌ ସୂଚନା ଅନୁଯାୟୀ, ଉଭୟ ପ୍ରେମୀ ଯୁଗଳ ମୁରାଦାବାଦର ସୌହାରା ବଜାରରେ ବାଇକ୍‌ରେ ଘୂରି ବୁଲୁଥିଲେ। ଉକ୍ତ ସମୟରେ ସେହି ବାଟ ଦେଇ ଯାଉଥିବା ଯୁବତୀଙ୍କ ଭାଇଙ୍କ ନଜର ସେମାନଙ୍କ ଉପରେ ପଡ଼ିଗଲା। ଏହାପରେ ସେ ନିଜ ଭଉଣୀ ବସିଥିବା ବାଇକ୍‌ର ପିଛା କରିବାକୁ ଲାଗିଲେ।

ଏହା ଜାଣିପାରି ପ୍ରେମିକଜଣକ ଦ୍ରୁତ ଗତିରେ ବାଇକ୍‌ ଚଳାଇବାକୁ ଲାଗିଲେ। କିଛି ବାଟ ପରେ ସେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଏକ ଖାଇରେ ପଡ଼ି ଯାଇଥିଲେ। ଏହି ଦୁର୍ଘଟଣାରେ ଯୁବତୀଜଣକ ଗୁରୁତର ଆହତ ହେବାରୁ ଯୁବକଜଣକ ବାଇକ୍‌ ଛାଡ଼ି ସେଠାରୁ ଫେରାର ହୋଇ ଯାଇଥିଲେ।

Advertisment

ପଛରେ ଥିବା ଯୁବତୀଙ୍କ ଭାଇ ତୁରନ୍ତ ଆମ୍ବୁଲାନ୍ସ ଡକାଇ ଭଉଣୀକୁ ନିକଟସ୍ଥ ମେଡିକାଲ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ବାଇକ୍‌କୁ ଜବତ କରିଥିବା ବେଳେ ଯୁବକଙ୍କ ସନ୍ଧାନ ଆରମ୍ଭ କରିଛି।

Love Deadbody