Advertisment

ଛତିଶଗଡ଼ରେ ପାଟଣାଗଡ଼ ପାର୍ସଲବୋମା ପ୍ଲାନ ରିପିଟ୍: ପ୍ରେମିକା ହେଲା ବିଧବା

ବିବାହ ପାଇଁ ରାଜି ନହେବାରୁ ଜଣେ ହତୋତ୍ସାହିତ ପ୍ରେମିକ ପ୍ରେମିକା ମଥାରୁ ସିନ୍ଦୂର ପୋଛିଦେଇଛି।

ଅଦ୍ୟତନ ହୋଇଛି
undefined

Fire

Advertisment

ପାଟଣାଗଡ଼ରେ ପାର୍ସଲବୋମା ବିସ୍ଫୋରଣ ଭଳି ଛତିଶଗଡ଼ରେ ପୁନରାବୃତ୍ତି। ବିବାହ ପାଇଁ ରାଜି ନହେବାରୁ ଜଣେ ହତୋତ୍ସାହିତ ପ୍ରେମିକ ପ୍ରାୟତଃ ସମାନ ତରିକାରେ ପ୍ରେମିକା ମଥାରୁ ସିନ୍ଦୂର ପୋଛିଦେଇଛି। ବିବାହ ଉପଲକ୍ଷେ ଉପହାର ଦେଇଥିବା ହୋମ ଥିଏଟର ବୋମା ବିସ୍ଫୋରଣ ଘଟି ଯୁବତୀଙ୍କ ବର ଏବଂ ତାଙ୍କ ଦିଅରଙ୍କ ମୃତ୍ୟୁ ଘଟିଛି। ଛତିଶଗଡ଼ର କବିରଧାମ ଜିଲ୍ଲାର ରେଙ୍ଗାର ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି। ବିସ୍ପୋରଣରେ ହେମେନ୍ଦ୍ର ମାରାଭି ଏବଂ ଭାଇ ରାଜକୁମାରଙ୍କ ମୃତ୍ୟୁ ଘଟିଛି। ଆଇଡି ବ୍ଲାଷ୍ଟ ଘଟି ସମ୍ପୃକ୍ତ ୨ ଜଣଙ୍କ ଜୀବନ ଯାଇଛି। ଏଥିରେ ଜଣେ ଦେଢ଼ ବର୍ଷର ଶିଶୁ ସହ ପରିବାରର ୭ ଜଣ ଆହତ ହୋଇଛନ୍ତି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ୩୩ ବର୍ଷୀୟ ଯୁବକ ମରକାମଙ୍କୁ ଚିହ୍ନଟ କରି ଗିରଫ କରିଛି ପୁଲିସ । ମରକାମ ବିବାହିତ ଏବଂ ସେ ଦୁଇ ସନ୍ତାନର ଜନକ ମଧ୍ୟ। ଘଟଣାସ୍ଥଳଠାରୁ ପ୍ରାୟ ୧୦୦ କିମି ଦୂର ମଧ୍ୟପ୍ରଦେଶରୁ ଅଭିଯୁକ୍ତ ମରକାମଙ୍କୁ ପୁଳିସ ମଙ୍ଗଳବାର ଗରଫ କରିଛି। ପୁଲିସ ସୂଚନା ଅନୁଯାୟୀ, ୨୯ ବର୍ଷୀୟ ସମ୍ପୃକ୍ତ ଯୁବତୀଙ୍କ ସହ ମରକାମଙ୍କର ସମ୍ପର୍କ ଥିଲା।

Advertisment

ମରକାମ ସମ୍ପୃକ୍ତ ଯୁବତୀଙ୍କୁ ବିବାହ ପାଇଁ ବାଧ୍ୟ କରିଥଲେ। ନିଜର ଦ୍ୱିତୀୟ ପତ୍ନୀ ହେବାକୁ ସେ ତାଙ୍କୁ ବାଧ୍ୟ କରିଥିଲେ। ହେଲେ ଏଥିରେ ଯୁବତୀଙ୍କ ପରିବାର ଲୋକେ ରାଜି ହୋଇ ନଥିଲେ। ପରିବାର ଲୋକେ ଯୁବତୀଙ୍କ ସହ ଅନ୍ୟ ଜଣେ ଯୁବକ ହେମେନ୍ଦ୍ରଙ୍କ ସହ ବିବାହ ଠିକ୍ କରିଥିଲେ। ତେବେ ଯୁବତୀଙ୍କ ସମ୍ପର୍କ ବିଷୟରେ ହେମେନ୍ଦ୍ରଙ୍କୁ ଜଣା ନଥିବା ପୁଲିସ କହିଛି। ବିବାହ ପରେ ମରକାମ ପ୍ରତିଶୋଧ ନେବାକୁ ଯୋଜନା କରିଥିଲେ। ତେଣୁ ସେ ଏକ ହୋମଥିଏଟର ଗିଫ୍ଟ ସିଷ୍ଟମ ଭିତରେ ବୋମା ଖଞ୍ଜି ଏହାକୁ ଉପହାର ଦେବାକୁ ମନସ୍ତ କରିଥିଲେ। ମରକାମ ଇନ୍ଦୋରରେ ଏକ କ୍ରସର ୟୁନିଟରେ ବ୍ଲାଷ୍ଟିଂ କାମ କରନ୍ତି। ସେଠାରୁ ସେ ୨ କେଜି ବିସ୍ଫୋରକ ଆଣି ଉକ୍ତ ଗିଫ୍ଟ ବକ୍ସ ଭିତରେ ଆଇଡି ସଂଯୋଗ କରି ବିସ୍ଫୋରଟିକୁ ଅତି କୌଶଳର ସହ ଖଞ୍ଜି ଦେଇଥିଲେ। ବ୍ଲାଷ୍ଟିଂ କାମ ଜାଣିଥିବାରୁ ଗିଫ୍ଟ ଭିତରେ କେମିତି ବୋମା ଖଞ୍ଜାଯିବ ତାଙ୍କ ମୁଣ୍ଡକୁ ଉପାୟ ଜୁଟିଥିଲା। ଆଉ ନିଜ କୁତ୍ସିତ ମିଶନରେ ସଫଳ ମଧ୍ୟ ହୋଇଥିଲେ। ଗତ ମାର୍ଚ୍ଚ ୩୧ରେ ନିଜ ପ୍ରେମିକାର ବିବାହ ଉତ୍ସବରେ ଏହି ଉପହାରଟିକୁ ଦେବାକୁ ମରକାମ ଯାଇଥିଲେ।

ଆଉ ବୋମା ଖଞ୍ଜି ଉପହାରଟିକୁ ପ୍ରଦାନ କରି ଚତୁରତାର ସହ ପଳାଇ ଆସିଥିଲେ। କିନ୍ତୁ ଉପହାର ପ୍ୟାକେଟ ଉପରେ ନିଜ ପରିଚୟ ଲେଖି ନଥିଲେ। ଶ୍ୱଶୁର ଘର ଲୋକେ ୩ ଦିନ ପରେ ଏହି ପାର୍ସଲଟିକୁ ଖୋଲିବା ପରେ ହଠାତ୍ ବିସ୍ଫୋରଣ ଘଟିଥିଲା। ଆଉ ପରିବାରର ୨ ଜଣଙ୍କର ମୃତ୍ୟୁ ଘଟିଥିଲା। ଘଟଣାର ତଦନ୍ତ କରି ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ସୂଚନାଯୋଗ୍ୟ ଯେ, ୨୦୧୮ ମସିହା ଫେବ୍ରୁଆରି ୨୩ ତାରିଖ ପାଟଣାଗଡ଼ରେ ପାର୍ସଲବୋମା ବିସ୍ଫୋରଣ ମାମଲା ଚାଞ୍ଚଲ୍ୟ ଖେଳାଇଥିଲା। ଅଧ୍ୟାପକ ରବୀନ୍ଦ୍ର ସାହୁଙ୍କ ଏକମାତ୍ର ପୁଅ ସୌମ୍ୟଶେଖରଙ୍କ ମୃତ୍ୟୁ ଘଟିଥିଲା। ପ୍ରଥମେ ପୁଲିସ ଓ ପରେ କ୍ରାଇମବ୍ରାଞ୍ଚ ତଦନ୍ତଭାର ନେଇଥିଲା। ତଦନ୍ତ ପରେ ଅଧ୍ୟାପକ ପୁଞ୍ଜିଲାଲଙ୍କୁ ଧରିବାରେ ସଫଳ ହୋଇଥିଲା କ୍ରାଇମବ୍ରାଞ୍ଚ।

Advertisment
India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe