Advertisment

ସୀମା ଟପିଲା ଅଭଦ୍ରାମୀ; ଷ୍ଟେଜ ଉପରେ ଡ୍ୟାନ୍ସରଙ୍କ ନ୍ୟୁଡ ଡ୍ୟାନ୍ସ, ହେଲା ଟଙ୍କା ବର୍ଷା

ରାତିରେ ଗାଁରେ ଜମିଥିଲା ନାଚଗୀତର ଆସର। ଲୋକ ବି ବହୁ ସଂଖ୍ୟାରେ ରୁଣ୍ଡ ହୋଇଥିଲେ। ହେଲେ ରାତି ବଢ଼ୁ ବଢ଼ୁ ବଢ଼ି ଚାଲିଲା ଅଭଦ୍ରାମୀ।

Cultural Programme

Cultural Programme

Advertisment

ରାତିରେ ଗାଁରେ ଜମିଥିଲା ନାଚଗୀତର ଆସର। ଲୋକ ବି ବହୁ ସଂଖ୍ୟାରେ ରୁଣ୍ଡ ହୋଇଥିଲେ। ହେଲେ ରାତି ବଢ଼ୁ ବଢ଼ୁ ବଢ଼ି ଚାଲିଲା ଅଭଦ୍ରାମୀ। ସୀମା ଲଘିଂଲେ କିଛି ଡ୍ୟାନ୍ସର। ଏପରିକି ଜଣେ ମହିଳା ଡ୍ୟାନ୍ସର ନିବସ୍ତ୍ର ହୋଇ ଡ୍ୟାନ୍ସ କରିବାକୁ ପଛାଇଲେ ନାହିଁ। ଏହାଦେଖି ସେଠାରେ ଉପସ୍ଥିତ ଲୋକ ଉକ୍ତ ଡ୍ୟାନ୍ସରଙ୍କ ଉପରକୁ ଟଙ୍କା ବର୍ଷା କରିବାକୁ ଲାଗିଲେ। ଏପରି ଏକ ଘଟଣା ମହାରାଷ୍ଟ୍ରର ଭଣ୍ଡାରା ଜିଲ୍ଲାରେ ଘଟିଛି। ଏହାର ଭିଡିଓ ଭାଇରାଲ ହେବା ପରେ ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Advertisment

ଏହି ମାମଲାରେ ପୁଲିସ୍‌ ୪ ଆୟୋଜକଙ୍କୁ ଗିରଫ କରିଥିବା ବେଳେ ଦୁଇ ପୁଲିସ୍ କର୍ମୀଙ୍କୁ ନିଲମ୍ବିତ କରିଛି। ଏଥିସହ ଥାନା ଅଧିକାରୀଙ୍କ ବଦଳି କରି ଦିଆଯାଇଛି।

ସୂଚନା ମୁତାବକ, ଦୀପାବଳି ପରେ ଭଣ୍ଡାରା ଜିଲ୍ଲାର ନାକାଡୋଙ୍ଗରୀ ଗାଁରେ ନୃତ୍ୟ କାର୍ଯ୍ୟକ୍ରମ ଆୟୋଜିତ ହେଉଥିଲା। ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଡ୍ୟାନ୍ସରଜଣକ ଗୀତର ତାଳେ ତାଳେ ନାଚୁଥିବା ବେଳେ ଜଣେ ଯୁବକ ତାଙ୍କ ସହ ଅଶ୍ଳୀଳ ବ୍ୟବହାର ପ୍ରଦର୍ଶନ କରିବାକୁ ଲାଗିଲେ। ଏପରିକି ସେ ଯୁବତୀଙ୍କୁ ସମ୍ପୂର୍ଣ୍ଣ ନିବସ୍ତ୍ର କରିବାକୁ ପଛାଇଲେ ନାହିଁ। ଏହାଦେଖି ଲୋକେ ଜୋରରେ ଚିଲାଇବା ସହ ଉକ୍ତ ଯୁବତୀଙ୍କ ଉପରକୁ ଟଙ୍କା ବର୍ଷା କରିବାକୁ ଲାଗିଲେ।

Advertisment

ଉକ୍ତ ସମୟରେ ସେଠାରେ ଦୁଇ ପୁଲିସ୍‌ କର୍ମୀ ନିୟୋଜିତ ଥିବା ବେଳେ ସେମାନେ କୌଣସି ପଦକ୍ଷହେପ ନେଇ ନ ଥିଲେ। ଏହାର ଭିଡିଓ ଭାଇରାଲ ହେବା ପରେ ପୁଲିସ୍‌ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।

ପୁଲିସ୍‌ ତୁରନ୍ତ ସେଠାରେ ନିୟୋଜିତ ଦୁଇ ପୁଲିସ୍‌ କର୍ମୀଙ୍କୁ ନିଲମ୍ବିତ କରିଛି। ଏଥିସହ ଥାନାଧିକାରୀଙ୍କୁ ବଦଳି କରିଛି। ଏହି ନୃତ୍ୟ କାର୍ଯ୍ୟକ୍ରମର ୪ ଆୟୋଜକଙ୍କୁ ବାନ୍ଧିଛି।

Maharashtra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe