Advertisment

ସଂସଦ ସୁରକ୍ଷାରେ ତ୍ରୁଟି: ବିରୋଧୀଙ୍କୁ ଫସାଇବାକୁ ଚାହୁଁଛି କି ଦିଲ୍ଲୀ ପୁଲିସ୍‌? ଆସିଲା ସାଂଘାତିକ ତଥ୍ୟ

ସେମାନଙ୍କୁ ଦିଲ୍ଲୀ ପୁଲିସ ଅକଥନୀୟ ନିର୍ଯାତନା ଦେଉଛି। ଏଥିସହ ନିଜର ଅପରାଧ ସ୍ୱୀକାର କରିବାକୁ ବାଧ୍ୟ କରୁଛି। ଖାଲି ସେତିକି ନୁହେଁ, ସେମାନଙ୍କୁ କିଛି ନିର୍ଦ୍ଦିଷ୍ଟ ରାଜନୀତିକ ଦଳର ନାଁ ନେବାକୁ ମଧ୍ୟ ବାଧ୍ୟ କରୁଥିବା ଅଭିଯୁକ୍ତମାନେ ଦାବି କରିଛନ୍ତି।

Parliament

Parliament

Advertisment

ସଂସଦର ସୁରକ୍ଷା ବଳୟ ଭେଦ କରି ଗିରଫ ହୋଇଥିବା ଅଭିଯୁକ୍ତମାନେ କୋର୍ଟ ଆଗରେ ସାଂଘାତିକ ତଥ୍ୟ ଉପସ୍ଥାପନ କରିଛନ୍ତି। ସେମାନେ ଦିଲ୍ଲୀ ପୁଲିସ୍‌ର ସ୍ପେଶାଲ ସେଲ ବିରୋଧରେ ଆଣିଛନ୍ତି ଅତ୍ୟନ୍ତ ବଡ଼ ଅଭିଯୋଗ।

Advertisment

ସେମାନଙ୍କୁ ଦିଲ୍ଲୀ ପୁଲିସ ଅକଥନୀୟ ନିର୍ଯାତନା ଦେଉଛି। ଏଥିସହ ନିଜର ଅପରାଧ ସ୍ୱୀକାର କରିବାକୁ ବାଧ୍ୟ କରୁଛି। ଖାଲି ସେତିକି ନୁହେଁ, ସେମାନଙ୍କୁ କିଛି ନିର୍ଦ୍ଦିଷ୍ଟ ରାଜନୀତିକ ଦଳର ନାଁ ନେବାକୁ ମଧ୍ୟ ବାଧ୍ୟ କରୁଥିବା ଅଭିଯୁକ୍ତମାନେ ଦାବି କରିଛନ୍ତି।

ଡିସେମ୍ବର ମାସରେ ଗଣତନ୍ତ୍ର ମନ୍ଦିର ସଂସଦର ସୁରକ୍ଷାରେ ସାଂଘାତିକ ତ୍ରୁଟି ଦେଖାଯାଇଥିଲା। ଏହି ଘଟଣାରେ ପୁଲିସ୍‌ ସାଗର ଶର୍ମା, ମନୋରଞ୍ଜନ ଡି, ଅମୋଲ ସିନ୍ଦେ, ନୀଲମ ଆଜାଦ, ଲଳିତ ଝା ଓ ମହେଶ କୁମାୱତଙ୍କୁ ଗିରଫ କରିଛି।

Advertisment

୬ ଜଣଙ୍କ ମଧ୍ୟରୁ ସାଗର ଓ ମନୋରଞ୍ଜନ ଲୋକସଭାର ଦର୍ଶକ ଗ୍ୟାଲେରୀରୁ ସିଧା ଚ୍ୟାମ୍ବର ମଧ୍ୟକୁ ଡିଆଁ ମାରିଥିଲେ। ସେମାନେ ଗୃହ କାର୍ଯ୍ୟ ଚାଲିଥିବା ବେଳେ ହଳିଦିଆ ଧୂଆଁ ମାଡ଼ କରି ଆତଙ୍କ ସୃଷ୍ଟି କରିଥିଲେ। ସେହିପରି ନୀଲମ ଓ ଅମୋଲ ସଂସଦ ବାହାରେ ହଳଦିଆ ଧୂଆଁ ମାଡ଼ କରି ବିଭିନ୍ନ ପ୍ରକାରର ସ୍ଲୋଗାନ ଦେଇଥିଲେ।

ଡିସେମ୍ବର ମାସରୁ ଏମାନଙ୍କୁ ପୁଲିସ୍‌ ଗିରଫ କରି ଘଟଣାର ତଦନ୍ତ କରୁଛି। ଆଜି ଦିଲ୍ଲୀର ପଟିଆଲ ହାଉସ କୋର୍ଟରେ ମାମଲାର ଶୁଣାଣି ବେଳେ ନୀଲମଙ୍କୁ ଛାଡ଼ି ଅନ୍ୟ ଅଭିଯୁକ୍ତମାନେ ଗୋଟିଏ ଆବେଦନ ଦାଖଲ କରିଛନ୍ତି। ଏଥିରେ ସେମାନେ ଦିଲ୍ଲୀ ପୁଲିସ୍‌ ଦେଉଥିବା ନିର୍ଯାତନା ସମ୍ପର୍କରେ ଉଲ୍ଲେଖ କରିଛନ୍ତି।

କୋର୍ଟ ଉକ୍ତ ଆବେଦନ ପାଇବା ପରେ ଦିଲ୍ଲୀ ପୁଲିସ୍‌ର ସ୍ପେଶାଲ ସେଲକୁ ଜବାବ ତଲବ କରିଛନ୍ତି। ଏଥିସହ ମାମଲାର ପରବର୍ତ୍ତୀ ଶୁଶାଣି ଫେବୃଆରୀ ୧୭ରେ ହେବ ବୋଲି କହିଛନ୍ତି।

- ସେମାନେ କହିଛନ୍ତି ଯେ ପୁଲିସ୍‌ ହେପାଜତରେ ଥିବା ବେଳେ ସେମାନଙ୍କୁ ବିଭିନ୍ନ ସମୟରେ ୭୦ଟି ସାଦା କାଗଜରେ ଦସ୍ତଖତ କରିବାକୁ କୁହାଯାଇଥିଲା।

- ସେମାନଙ୍କୁ ନିର୍ଯାତନା ଦିଆଯିବା ସହ ଇଲେକ୍ଟ୍ରିକ ଶକ ଦିଆଯାଇ ଅପରାଧକୁ ସ୍ୱୀକାର କରିବାକୁ ବାଧ୍ୟ କରାଯାଇଥିଲା। ସେମାନଙ୍କ ଲିଙ୍କ କିଛି ରାଜନୀତିକ ଦଳ ସହ ରହିଛି ବୋଲି ମାନିବାକୁ ମଧ୍ୟ ପୁଲିସ କହିଥିଲା।

- ଦୁଇ ଜଣ ଅଭିଯୁକ୍ତ କହିଛନ୍ତି ଯେ ପଲିଗ୍ରାଫ, ନାର୍କୋ ଓ ବ୍ରେନ ମ୍ୟାପିଂ ଟେଷ୍ଟ ବେଳେ ରାଜନୀତିକ ଦଳ ଓ କିଛି ରାଜନେତାଙ୍କ ନାଁ କହିବାକୁ ଚାପ ପକା ଯାଇଥିଲା।

-‌ ଅଭିଯୁକ୍ତମାନଙ୍କୁ ସେମାନଙ୍କର ପୂର୍ବ ଓ ବର୍ତ୍ତମାନର ମୋବାଇଲ ନମ୍ବର କହିବାକୁ ବାଧ୍ୟ କରାଯିବା ସହ ପୁରୁଣା ସିମ ପାଇଁ ଟେଲିକମ ଅଫିସ ଯିବାକୁ ମଧ୍ୟ କୁହାଯାଇଥିଲା।

- ଅନଲାଇନ ସୋଶାଲ ମିଡିଆ ଆକାଉଣ୍ଟ, ଇମେଲ ଓ ଫୋନ ଗୁଡ଼ିକର ବାୟୋମେଟ୍ରିକ ତଥ୍ୟ ଓ ପାସୱାର୍ଡ ଦେବାକୁ ପୁଲିସ୍‌ ଅଭିଯୁକ୍ତମାନଙ୍କୁ ବାଧ୍ୟ କରିଥିଲା।

ତେବେ ଅଭିଯୁକ୍ତଙ୍କ ଏପରି ଦାବି ସତ୍ତ୍ୱେ ପଟିଆଲା ହାଉସ କୋର୍ଟ ସମସ୍ତ ୬ ଅଭିଯୁକ୍ତଙ୍କୁ ମାର୍ଚ୍ଚ ୧ ଯାଏ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

Parliament New Parliament Building Parliament Security Breach
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe