Advertisment

ଆମେଠିରେ ହଙ୍ଗାମା, କଂଗ୍ରେସ କାର୍ଯ୍ୟାଳୟ ବାହାରେ ଗାଡ଼ି ଭଙ୍ଗାରୁଜା

ଆମେଠିର ଗୌରିଗଞ୍ଜସ୍ଥିତ କଂଗ୍ରେସ କାର୍ଯ୍ୟାଳୟ ବାହାରେ ହୋଇଛି ବ୍ୟାପକ ଭଙ୍ଗାରୁଜା। ଅଫିସ ବାହାରେ ଥିବା ଅଧିକାଂଶ ଗାଡିର କାଚ ଭାଙ୍ଗି ଦେଇଛନ୍ତି କିଛି ଦୁର୍ବୃତ୍ତ।

Tension Situation

Tension Situation

Advertisment

ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶର ହାଇ ପ୍ରୋଫାଇଲ୍‌ ସିଟ୍‌ ଆମେଠିରେ ଘଟିଛି ହଙ୍ଗାମା। ଆମେଠିର ଗୌରିଗଞ୍ଜସ୍ଥିତ କଂଗ୍ରେସ କାର୍ଯ୍ୟାଳୟ ବାହାରେ ହୋଇଛି ବ୍ୟାପକ ଭଙ୍ଗାରୁଜା। ଅଫିସ ବାହାରେ ଥିବା ଅଧିକାଂଶ ଗାଡିର କାଚ ଭାଙ୍ଗି ଦେଇଛନ୍ତି କିଛି ଦୁର୍ବୃତ୍ତ। ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ।

Advertisment

ଏହି ଘଟଣା ପଛରେ ବିଜେପିର ହାତ ଥିବା ଉତକ୍ଷିପ୍ତ କଂଗ୍ରେସ ନେତା ଓ କର୍ମୀ ଅଭିଯୋଗ କରିଛନ୍ତି। ସ୍ଥାନୀୟ ପୁଲିସ ଏବଂ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛନ୍ତି ।

ଏହି ଘଟଣା ପରେ ୟୁପି କଂଗ୍ରେସ ନିଜ X ହ୍ୟାଣ୍ଡେଲରେ ଲେଖିଛି, ‘ପରାଜୟର ଭୟ ଯୋଗୁଁ ବିଜେପି ଭୟଭୀତ ହୋଇ, ବିଳିବିଳେଇବା ଆରମ୍ଭ କରିଛି । ଆମେଠିରେ ପ୍ରଶାସନର ଉପସ୍ଥିତିରେ ବିଜେପି କର୍ମୀମାନେ ଜିଲ୍ଲା କାର୍ଯ୍ୟାଳୟ ବାହାରେ ପାର୍କିଂ ହୋଇଥିବା ଅଧା ଡଜନ ଗାଡିକୁ ଭଙ୍ଗାରୁଜା କରି ଦେଇଛନ୍ତି। ଉକ୍ତ ସମୟରେ କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ପ୍ରଦୀପ ସିଙ୍ଘଲ ଜୀ ଉପସ୍ଥିତ ଥିଲେ । ସେ କଂଗ୍ରେସ କର୍ମୀଙ୍କ ସହ ଦୁର୍ବୃତ୍ତଙ୍କୁ ସେଠାରୁ ଘଉଡାଇ ଦେଇଥିଲେ । କିନ୍ତୁ ପୁଲିସ କିଛଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ସବୁ ଥର ପରି ଦର୍ଶକ ସାଜିଥିଲା।

Advertisment

ୟୁପି କଂଗ୍ରେସ କହିଛି, ‘ବିଜେପି ଏହାର ପରାଜୟକୁ ଗ୍ରହଣ କରିସାରିଛି, ସେଥିପାଇଁ ସେ ଏପରି  ହିଂସାତ୍ମକ କାଣ୍ଡ ଘଟାଉଛି । କଂଗ୍ରେସ ପାର୍ଟି ଏବଂ ରାହୁଲ ଗାନ୍ଧି ହେଉଛନ୍ତି ସିଂହ । ସେମାନେ କାହାକୁ ଭୟ କରନ୍ତି ନାହିଁ ।’

ନିର୍ବାଚନ ପୂର୍ବରୁ ଆମେଠିକୁ ନେଇ ଚର୍ଚ୍ଚା ଜୋର ଧରିଲାଣି। ଏହାକୁ କଂଗ୍ରେସର ଗଡ଼ କୁହାଯାଉଥିବା ବେଳେ ପୂର୍ବରୁ ସୋନିଆ ଗାନ୍ଧି ଏହି ସିଟ୍‌ରୁ ନିର୍ବାଚନ ଲଢ଼ୁଥିଲେ। କିନ୍ତୁ ଚଳିତ ବର୍ଷ ଏହି ସିଟ୍‌ରୁ ସୋନିଆଙ୍କ ଖାସ୍‌ ଅନୁଗତ କିଶୋରୀ ଲାଲ ଶର୍ମା ମଇଦାନକୁ ଓହ୍ଲାଇଛନ୍ତି। ତାଙ୍କର ସିଧାସଳଖ ଟକ୍କର ବିଜେପିର ଆଗ ଧାଡ଼ିର ନେତ୍ରୀ ସ୍ମୃତି ଇରାନୀଙ୍କ ସହ ହେବ । ଏଠାରେ ଉଭୟ କଂଗ୍ରେସ ଓ ବିଜେପି ମଧ୍ୟରେ ଦୁଇ ପାଖିଆ ମୁକାବିଲା ହେବ। ଏହି ସିଟ୍‌ରୁ ସ୍କୃତି ଇରାନୀ ଏବେ ସାଂସଦ ଥିବା ବେଳେ ୨୦୧୯ ନିର୍ବାଚନରେ ସେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ପରାସ୍ତ କରିଥିଲେ।

Congress Amethi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe