Advertisment

ଅଶ୍ଳୀଳ ଭିଡିଓ ମାମଲା: ପ୍ରଜ୍ଜ୍ୱଳଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି

ଅଶ୍ଳୀଳ ଭିଡିଓ ମାମଲାର ଯାଞ୍ଚ କରୁଥିବା ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସ୍‌ଆଇଟି) ଗୁରୁବାର ତାଙ୍କ ବିରୋଧରେ ଏହି ନୋଟିସ୍ ଜାରି କରିଛି।

ଅଦ୍ୟତନ ହୋଇଛି
prajwal-revanna

prajwal-revanna

Advertisment

ଅଶ୍ଳୀଳ ଭିଡିଓ ମାମଲାରେ ବଢ଼ିଲା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବଗୌଡାଙ୍କ ନାତି ତଥା ଜେଡିଏସ୍‌ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ଅଡୁଆ। ତାଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ ଜାରି ହୋଇଛି। ଜେଡି(ଏସ୍‌) ଲୋକସଭା ପ୍ରାର୍ଥୀ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ସହ ଜଡିତ ଅଶ୍ଳୀଳ ଭିଡିଓ ମାମଲାର ଯାଞ୍ଚ କରୁଥିବା ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସ୍‌ଆଇଟି) ଗୁରୁବାର ତାଙ୍କ ବିରୋଧରେ ଏହି ନୋଟିସ୍ ଜାରି କରିଛି।

Advertisment

ବିଶ୍ୱର ସମସ୍ତ ଇମିଗ୍ରେସନ ପଏଣ୍ଟରେ ଏହି ବିଜ୍ଞପ୍ତି ଜାରି କରାଯାଇଛି। ପ୍ରଜ୍ଜ୍ୱଳ ଦେଶ ଛାଡି ଜର୍ମାନୀ ପଳାୟନ କରିବା ପରେ ଏସ୍‌ଆଇଟି ଏହି ନୋଟିସ୍‌ ଜାରି କରିଛି। ପୂର୍ବରୁ ଏସଆଇଟି ପ୍ରଜ୍ଜ୍ୱଳ ରେଭାନ୍ନା ଏବଂ ତାଙ୍କ ବାପା ଏଚଡି ରେଭାନ୍ନାଙ୍କୁ ପଚରାଉଚରା ପାଇଁ ଡାକିଥିଲେ। ହେଲେ ଉଭୟ ହାଜର ହୋଇନଥିଲେ। ଏହାପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଗତକାଲି ପ୍ରଜ୍ଜ୍ୱଳ ରେଭାନ୍ନା ନିଜ ଓକିଲ ଜରିଆରେ ସେ ଦେଶ ବାହାରେ ଅଛନ୍ତି। ତେଣୁ ସେ ହାଜର ହୋଇପାରିବେ ନାହିଁ ବୋଲି ଏସ୍‌ଆଇଟିକୁ ଜଣାଇଥିଲେ। ଏଥିସହ ହାଜର ହେବା ପାଇଁ ସେ ଅତିରିକ୍ତି ୭ ଦିନର ସମୟ ମାଗିଥିଲ। ମିଡିଆ ରିପୋର୍ଟ ଅନୁଯାୟୀ, ଏସଆଇଟି ତାଙ୍କୁ ସମୟ ଦେବାକୁ ମନା କରିଦେଇଛି। SIT ଆଜି ରେଭାନ୍ନାଙ୍କୁ ଦ୍ୱିତୀୟ ନୋଟିସ୍ ଜାରି କରିପାରେ ଏବଂ ତାଙ୍କୁ ଏକ ନୂଆ ତାରିଖରେ ହାଜର ହେବାକୁ ଡାକିପାରେ ବୋଲି ସମ୍ଭାବନା ରହିଛି। 

Advertisment

ସୋସିଆଲ ମିଡିଆରେ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ଅଶ୍ଳୀଳ ଭିଡିଓ ଓ ଫଟୋ ଭାଇରାଲ ହୋଇଥିଲା। ଏଥିରେ ସେ ଅନେକ ମହିଳାଙ୍କ ଯୌନ ଶୋଷଣରେ ଲିପ୍ତ ଥିବା ଦର୍ଶାଯାଇଥିଲା। କେବଳ ସେତିକି ନୁହେଁ ତାଙ୍କ ଘରେ କାମ କରୁଥିବା ଜଣେ ମହିଳା ସହାୟିକା ପ୍ରଜ୍ଜ୍ୱଳ ଓ ତାଙ୍କ ବାପା ଏଚ୍‌ଡି ରେଭାନ୍ନଙ୍କ ବିରୋଧରେ ଯୌନ ଉତ୍ପୀଡିନ ଅଭିଯୋଗ ଆଣିଥିଲେ। ଏହାପରେ ପ୍ରଜ୍ଜ୍ୱଳ ରେଭାନ୍ନା ଦେଶ ଛାଡି ବିଦେଶକୁ ପଳାୟନ କରିଥିବା ଖବର ସାମ୍ନାକୁ ଆସିଥିଲା। ସେ ଏବେ ଜର୍ମାନୀରେ ଥିବା ସୂଚନା ମିଳିଛି। 

SIT Investigation Lookout Notice Prajwal Revanna Prajwal Revanna Sex Scandal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe