Advertisment

ଜୀବନ ନେଲା ବିଷାକ୍ତ 'ଆଇ ଡ୍ରପ୍‌', ଔଷଧ କମ୍ପାନୀରେ ରେଡ୍‌

ଏହି ଔଷଧ ପ୍ରୟୋଗ ହେତୁ କିଛି ଲୋକ ଦୃଷ୍ଟିଶକ୍ତି ହରାଇବା ସହିତ ଜଣକର ସଂକ୍ରମଣ ଯୋଗୁଁ ମୃତୁ ହୋଇଛି।

ଅଦ୍ୟତନ ହୋଇଛି
Eye Drop

Eye Drop

Advertisment

ଜୀବନ ନେଲା ବିଷାକ୍ତ ଆଇ ଡ୍ରପ୍‌। କେବଳ ସେତିକି ନୁହେଁ ଆଉ କିଛି ଲୋକ ଦୃଷ୍ଟି ଶକ୍ତି ମଧ୍ୟ ହରାଇଲେ। ଏହାପରେ ଉକ୍ତ ଔଷଧ ଉପରେ ଲାଗିଲା ରୋକ। ଚେନ୍ନାଇ ସ୍ଥିତ ଔଷଧ କମ୍ପାନୀ ନିଜ ଆଇ ଡ୍ରପ୍‌ 'ଆର୍ଟିଫିସିଆଲ୍‌ ଟିଅର୍‌' ଉପରେ ବର୍ତ୍ତମାନ ରୋକ ଲଗାଇଛି। ଗତ ବଳିମ୍ବିତ ରାତିରେ ଏହି କମ୍ପାନୀ ଉପରେ ଚଢ଼ାଉ ହୋଇଛି।

Advertisment

ଭାରତର ଚେନ୍ନାଇ ସ୍ଥିତ କମ୍ପାନୀ ଦ୍ୱାରା ଉତ୍ପାଦିତ ‘ଆଇ ଡ୍ରପ୍‌’ ବିଷାକ୍ତ ଏବଂ ସେଥିଯୋଗୁଁ ଆମେରିକାରେ ଜଣକର ମୃତ୍ୟୁ ହେବା ସହିତ ଆଉ କିଛି ଲୋକ ଦୃଷ୍ଟିଶକ୍ତି ହରାଇଥିବା କଥା ସେଠାକାର ସରକାରୀ କର୍ତ୍ତୃପକ୍ଷ କହିବା ପରେ ଶୁକ୍ରବାର ବିଳମ୍ବିତ ରାତ୍ରରେ ଭାରତୀୟ ସରକାରୀ କର୍ତ୍ତୃପକ୍ଷ ଉକ୍ତ ଔଷଧ କମ୍ପାନୀରେ ଚଢ଼ାଉ କରିଛନ୍ତି।

ଚେନ୍ନାଇ ଠାରୁ ପ୍ରାୟ ୪୦ କିଲୋମିଟର୍‌ ଦୂରରେ ଥିବା ‘ଗ୍ଲୋବାଲ୍‌ ‌ଫାର୍ମା ହେଲ୍‌ଥ୍‌କେୟାର୍‌ ପ୍ରାଇଭେଟ୍‌ ଲିମିଟେଡ୍‌’ ନାମକ ଉକ୍ତ କମ୍ପାନୀରେ ଗତରାତିରେ ତାମିଲନାଡୁର ଡ୍ରଗ୍‌ କଣ୍ଟ୍ରୋଲର୍‌ ଏବଂ ସେଣ୍ଟ୍ରାଲ୍‌ ଡ୍ରଗ୍‌ କଣ୍ଟ୍ରୋଲ୍‌ ଅଥରିଟି’ର ସଦସ୍ୟମାନେ ଛାନ୍‌ଭିନ୍‌ କରିଥିଲେ। ଏହାପରେ ଉକ୍ତ ଆଇ ଡ୍ରପ୍‌ ଉପରେ କମ୍ପାନୀ ରୋକ ଲଗାଇଛି।

Advertisment

ବର୍ତ୍ତମାନ ୟୁଏଏସ୍‌ ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍‌ସନ୍‌ ତଥା ସିଡିସି ଚେନ୍ନାଇ ସ୍ଥିତ ଗ୍ଲୋବଲ ଫାର୍ମା ହେଲ୍‌ଥକେୟାର୍‌ ଦ୍ୱାରା ନିର୍ମିତ ଏଜ୍ରିକେୟାର୍ ଆର୍ଟିଫିସିଆଲ୍‌ ଟିୟର୍ସ ଆଇ ଡ୍ରପ୍‌ର ବୋତଲଗୁଡିକର ପରୀକ୍ଷଣ କରୁଛି। ଏହି ଆଇଡ୍ରପ୍‌କୁ କିଣିବାକୁ ମନା କରାଯାଇଛି।

ଔଷଧ ଉତ୍ପାଦନ ଓ ରପ୍ତାନୀ କରିବାକୁ କାରଖାନାର ବୈଧ୍ୟ ଲାଇସେନ୍‌ସ୍‌ ଅଛି ବ‌ୋଲି ଦାବି କରି ଡାକ୍ତର ବିଜୟଲକ୍ଷ୍ମୀ କହିଛନ୍ତି ଯେ, ଆମେରିକାରୁ ଫେରୁଥିବା ଅବ୍ୟବହୃତ ଔଷଧର ନମୂନା ପରୀକ୍ଷା ରିପୋର୍ଟ ମିଳିବା ପରେ ଯାଇ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆମେରିକୀୟମାନେ କେବଳ ଡାକ୍ତରଖାନାରେ ଖୋଲାଯାଇ ବ୍ୟବହାର କରାଯାଇଥିବା ଆଇ ଡ୍ରପ୍‌ର ନମୂନା ପରୀକ୍ଷା କରିଛନ୍ତି।

ଆଖିରେ ପକାଯାଉଥିବା ଏହି ଔଷଧ ପ୍ରତିରୋଧକ ଅଣୁଜୀବମାନଙ୍କୁ ପ୍ରଦୂଷିତ କରିପକାଉଛି। ଏହି ଔଷଧ ପ୍ରୟୋଗ ହେତୁ କିଛି ଲୋକ ଦୃଷ୍ଟିଶକ୍ତି ହରାଇବା ସହିତ ଜଣକର ସଂକ୍ରମଣ ଯୋଗୁଁ ମୃତୁ ହୋଇଥିବା ନେଇ ଆମେରିକାର ସ୍ୱାସ୍ଥ୍ୟ ସୁରକ୍ଷା ଏଜେନ୍ସି ‘ୟୁଏସ୍‌ ଫୁଡ୍‌ ଆଣ୍ଡ୍‌ ଡ୍ରଗ୍‌ ଆଡ୍‌ମିନିଷ୍ଟ୍ରେସନ୍‌’ କହିବା ପରେ କମ୍ପାନୀ ସ୍ୱେଇଚ୍ଛାରେ ଆମେରିକା ବଜାରରୁ ଏହି ଆଇ ଡ୍ରପ୍‌ ପ୍ରତ୍ୟାହାର କରି ନେଇଥିଲା।

ସୂଚନା ମୁତାବକ, ଆମେରିକାର ଡାକ୍ତରମାନେ ଏହି ଆଇ ଡ୍ରପ୍‌ରେ ସୁଡୋମୋନାସ ଆରୁଜିନୋସା ନାମକ ବ୍ୟାକ୍ଟେରିଆ ଥିବା ନେଇ ସତର୍କ କରାଇଛନ୍ତି। ଏହି ବ୍ୟାକ୍ଟେରିଆ ରକ୍ତ, ଫୁସ୍‌ଫୁସ୍‌ ଆଦିକୁ ସଂକ୍ରମିତ କରୁଛି। ଏହି ସଂକ୍ରମଣର ଚିକିତ୍ସା ମଧ୍ୟ କଷ୍ଟସାଧ୍ୟ ହେଉଛି। ସିଡିସି ମୁତାବକ, ଏହି ଆଇ ଡ୍ରପ୍‌ ଲାଗି ୫୫ ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ୧୧ ଜଣଙ୍କ ମଧ୍ୟରୁ ୫ ଜଣ ରୋଗୀଙ୍କ ଆଖିରେ ସଂକ୍ରମଣ ହୋଇଛି। ସେମାନେ ଦୃଷ୍ଟି ଶକ୍ତି ହରାଇଛନ୍ତି।

Eye Drug Controller
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe