Advertisment

୯ ତାରିଖ ଯାଏ ଗୋ-ଫାଷ୍ଟର ସମସ୍ତ ବିମାନ ସେବା ବନ୍ଦ, ଟିକେଟ ଟଙ୍କା ଫେରସ୍ତ ପାଇଁ ନିର୍ଦ୍ଦେଶ

ବିମାନ ବାତିଲ ଯୋଗୁ ଅସୁବିଧାରେ ପଡ଼ିଥିବା ଲୋକଙ୍କୁ ଟିକେଟ ବାବଦ ଅର୍ଥ ଧାର୍ଯ୍ୟ ନିୟମ ଅନୁସାରେ ଫେରସ୍ତ କରିବାକୁ ଡିଜିସିଏ ମୁଖ୍ୟ ବିକ୍ରମ ଦେବ ଦତ୍ତ ନିର୍ଦ୍ଦେଶ ଦେଇଛନ୍ତି।

Go First

Go First

Advertisment

ନିଜକୁ ଦେବାଳିଆ ଘୋଷଣା କରିବା ପାଇଁ ଆବେଦନ ଦାଖଲ କରିଥିବା ବିମାନ ସେବା ପ୍ରଦାନକାରୀ ସଂସ୍ଥା ଗୋ-ଫାଷ୍ଟ ତା’ର ସମସ୍ତ ବିମାନର ବାତିଲ ଅବଧିକୁ ପୁଣି ବଢ଼ାଇ ଦେଇଛି। ପ୍ରଥମେ କମ୍ପାନୀ ୩ ଓ ୪ ତାରିଖରେ ଉଡ଼ାଣ ହେବାକୁ ଥିବା ସମସ୍ତ ସେବାକୁ ବାତିଲ କରିଥିଲା। ଏବେ ଏହାକୁ ମେ’ ୯ ତାରିଖ ଯାଏ ବୃଦ୍ଧି କରିଛି। ଅର୍ଥାତ ଏହି ସମୟରେ କୌଣସି ପ୍ରକାରର ବିମାନ ସେବା ଗୋ-ଫାଷ୍ଟ ପକ୍ଷରୁ ମିଳିବ ନାହିଁ।

Advertisment

ତେବେ ବିମାନ ବାତିଲ ଯୋଗୁ ଅସୁବିଧାରେ ପଡ଼ିଥିବା ଲୋକଙ୍କୁ ଟିକେଟ ବାବଦ ଅର୍ଥ ଧାର୍ଯ୍ୟ ନିୟମ ଅନୁସାରେ ଫେରସ୍ତ କରିବାକୁ ଡିଜିସିଏ ମୁଖ୍ୟ ବିକ୍ରମ ଦେବ ଦତ୍ତ ନିର୍ଦ୍ଦେଶ ଦେଇଛନ୍ତି। ବିମାନ ବାତିଲ ହେଲେ ଯେଉଁ ସମୟସୀମା ମଧ୍ୟରେ ଗ୍ରାହକଙ୍କୁ ଟିକେଟ ବାବଦ ଅର୍ଥ ମିଳିବା କଥା, ସେହି ସମୟସୀମା ମଧ୍ୟରେ କମ୍ପାନୀ ଲୋକଙ୍କୁ ଟଙ୍କା ଦେବ।

ଅନ୍ୟପକ୍ଷରେ ଗୋ-ଫାଷ୍ଟ କମ୍ପାନୀ ଲୋକଙ୍କୁ ଆଉ ଟିକେଟ ବିକ୍ରି କରୁନାହିଁ। ଟିକେଟ ବିକ୍ର ବନ୍ଦ ଅବଧି ୧୫ ମେ’ ଯାଏ ରହିଛି। କମ୍ପାନୀ ଆର୍ଥିକ ସ୍ତରରେ ଦୁର୍ବଳ ହୋଇଯାଇଥିବାରୁ ଏପରି ପଦକ୍ଷେପ ନେଇଛି।

Advertisment

କମ୍ପାନୀର ସଙ୍କଟ ବଢ଼ୁଥିବାରୁ ଡିଜିସିଏ ମୁଖ୍ୟ ବିକ୍ରମ ଦେବ ଦତ୍ତ ଗୁରୁବାର ଗୋ-ଫାଷ୍ଟକୁ ବାତିଲ ହୋଇଥିବା ବିମାନ ଗୁଡ଼ିକ ପାଇଁ ଟିକେଟ ବୁକିଂ କରି ସାରିଥିବା ଯାତ୍ରୀଙ୍କୁ ଟଙ୍କା ଫେରସ୍ତ କରିବାକୁ କହିଛନ୍ତି। ଏଥିସହ ମେ’ ୨ରେ କମ୍ପାନୀକୁ ଡିଜିସିଏ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା।

ପୂର୍ବରୁ ସୂଚନା ନ ଦେଇ ହଠାତ୍‌ ବିମାନ ସେବାକୁ ବାତିଲ କରିବା ଓ ସ୍ୱେଚ୍ଛାକୃତ ଭାବେ ଦେବାଳିଆ ଘୋଷଣା ପାଇଁ କମ୍ପାନୀ ଆବେଦନ କରିଥିବାରୁ ଡିଜିସିଏ ଏପରି ପଦକ୍ଷେପ ନେଇଥିଲା। କମ୍ପାନୀ ଏଯାଏ ଏହାର ଜାବବ ଦେଇନାହିଁ।

Go First Indian Airspace
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe