Advertisment

ହଠାତ୍‌ ସର୍ଭିସ ବନ୍ଦ କଲା ‘ଗୋ-ଫାଷ୍ଟ’ ସଂସ୍ଥା, ଫସିଛନ୍ତି ଯାତ୍ରୀ

ଦେବାଳିଆ ହେଲା ଅନ୍ତର୍ଜାତୀୟ ବିମାନ ଚଳାଚଳ ସଂସ୍ଥା ଗୋ-ଫାଷ୍ଟ । ହଠାତ ବନ୍ଦ କଲା ସର୍ଭିସ । ନିଜ ବିମାନ ସେବାକୁ ଆଜିଠୁ ତିନି ଦିନ ଯାଏଁ ବନ୍ଦ କରିଛି ଏହି ସଂସ୍ଥା ।

author-image
Niharika Rout
ଅଦ୍ୟତନ ହୋଇଛି
Go First Flight

Go First Flight

ଦେବାଳିଆ ହେଲା ଅନ୍ତର୍ଜାତୀୟ ବିମାନ ଚଳାଚଳ ସଂସ୍ଥା ଗୋ-ଫାଷ୍ଟ । ହଠାତ ବନ୍ଦ କଲା ସର୍ଭିସ । ନିଜ ବିମାନ ସେବାକୁ ଆଜିଠୁ ତିନି ଦିନ ଯାଏଁ ବନ୍ଦ କରିଛି ଏହି ସଂସ୍ଥା । କୌଣସି ଆଗୁଆ ସୂଚନା ବିନା ଏହି ସେବା ବନ୍ଦ ହୋଇଥିବାରୁ ଦେଶର ବିଭିନ୍ନ ବିମାନ ବନ୍ଦରରେ ଫସିଛନ୍ତି ଯାତ୍ରୀ ।

Advertisment

ଦିଲ୍ଲୀ, ଲକ୍ଷ୍ନୌ, ମୁମ୍ବାଇ, ଚେନ୍ନାଇ, ଜୟପୁର ସମେତ ଅନେକ ବିମାନବନ୍ଦରରେ ଯାତ୍ରୀ ଅପେକ୍ଷା କରିଛନ୍ତି । ମାତ୍ର ଗୋ-ଫାଷ୍ଟ ବିମାନ ଚଳାଚଳ କରୁ ନ ଥିବାରୁ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ଏପରିକି ଦିଲ୍ଲୀ ସମେତ ବିଭିନ୍ନ ବିମାନବନ୍ଦରର ଗୋ-ଫାଷ୍ଟ କାଉଣ୍ଟରରେ କର୍ମଚାରୀ ବି ନାହାନ୍ତିା

ବିନା କୌଣସି ସୂଚନାରେ ବିମାନ ଚଳାଚଳକୁ ବନ୍ଦ କରାଯାଇଥିବାରୁ ଯାତ୍ରୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏପରିକି ପୁଣି ଥରେ ଟିକେଟ ବୁକ୍‌ କରିବାକୁ ସେମାନଙ୍କୁ ଅଯଥା ଖର୍ଚ୍ଚାନ୍ତ ହେବାକୁ ପଡ଼ୁଥିବା କହିଛନ୍ତି। ଏପରିକି ଏହି ବିମାନ ସେବା ବାତିଲ ହେବାରୁ ଜରୁରୀ କାମରେ ଯୋଗ ଦେବା ସମ୍ଭବ ହୋଇ ପାରୁ ନଥିବା ବହୁ ଯାତ୍ରୀ କହିଛନ୍ତି। 

Advertisment

ଏହି ଘଟଣାକୁ DGCA ଗୁରୁତର ସହ ନେଇ ତୁରନ୍ତ ଏନେଇ ଜବାବ ରଖିବାକୁ ସଂସ୍ଥାକୁ ନୋଟିସ୍ କରିଛିା ସେପଟେ ଗୋ-ଫାଷ୍ଟ ନିଜର ସମସ୍ତ ଯାତ୍ରୀଙ୍କ ଟିକେଟ୍ ଟଙ୍କା ଖୁବ୍ ଶୀଘ୍ର ଫେରସ୍ତ କରିବ ବୋଲି ସୂଚନା ଜାରି କରିଛିା

ଆର୍ଥିକ ସମସ୍ୟାକୁ ନେଇ ଦୀର୍ଘ ଦିନରୁ ଫସି ରହିଥିବା ଗୋଫାଷ୍ଟା ଗତକାଲି ଦେବାଳିଆ ଘୋଷିତ ହୋଇଥିଲା। ଏହାପୂର୍ବରୁ ୨୦୧୯ରେ ଜେଟ ଏୟାରୱେସ୍ ବି ସମାନ ଢଙ୍ଗରେ ଦେବାଳିଆ ଘୋଷିତ ହୋଇଥିଲା।

Delhi