Advertisment

ସନ୍‌ବର୍ଣ୍ଣ ଫେଷ୍ଟିଭାଲ୍‌ରେ ଭଗବାନ ଶିବଙ୍କୁ ଅପମାନ, ମାମଲା ରୁଜୁ

ସନ୍‌ବର୍ଣ୍ଣ ଉତ୍ସବର ଆୟୋଜନକ ନାଁରେ ମାମଲା ରୁଜୁ କରିଛି କଂଗ୍ରେସ ଓ ଆମ୍‌ ଆଦମୀ ପାର୍ଟି।

author-image
Madhupriya Mistry
Sunburn EDM Festival

Sunburn EDM Festival

ଆଜି ହେଉଛି ବର୍ଷର ଶେଷ ଦିନ। ରାତି ପାହିଲେ ନୂଆବର୍ଷର ନୂଆ ସୂର୍ଯ୍ୟ ଉଇଁବ। ତେବେ ନୂଆବର୍ଷକୁ ସ୍ୱାଗତ ଓ ପୁରୁଣା ବର୍ଷକୁ ବିଦାୟ ଦେବା ପାଇଁ ଚାରିଆଡେ ଉତ୍ସବର ମାହୋଲ ରହିଛି। ଗୋଆରେ ଆରମ୍ଭ ହୋଇଯାଇଛି ଜିରୋ ନାଇଟ୍‌ ସେଲିବ୍ରେସନ୍‌। ଏଥିସହ ସନ୍‌ବର୍ଣ୍ଣ ଫେଷ୍ଟିଭାଲ ମଧ୍ୟ ଚାଲିଛି। ତେବେ ଏହି ଫେଷ୍ଟିଭାଲରେ ଭଗବାନ ଶିବଙ୍କୁ ଅପମାନ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ରୁଜୁ ହୋଇଛି ମାମଲା।

Advertisment

ସନ୍‌ବର୍ଣ୍ଣ ଉତ୍ସବର ଆୟୋଜନକ ନାଁରେ ମାମଲା ରୁଜୁ କରିଛି କଂଗ୍ରେସ ଓ ଆମ୍‌ ଆଦମୀ ପାର୍ଟି। ଏହି ଉତ୍ସବରେ ଭଗବାନ ଶିବଙ୍କୁ ଅପମାନିତ କରାଯାଇଥିବା ଅଭିଯୋଗ ହୋଇଛି। ଆୟୋଜକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।

ଲୋକପ୍ରିୟ ନୃତ୍ୟ ସଙ୍ଗୀତ ମହୋତ୍ସବ 'ସନ୍‌ବର୍ଣ୍ଣ ଇଡିଏମ୍‌' ଉତ୍ତର ଗୋଆର ବାଗାଟୋର୍‌ରେ ଡିସେମ୍ବର ୨୮ ତାରିଖରେ ଆରମ୍ଭ ହୋଇ ଗତକାଲି ସମାପ୍ତ ହୋଇଥିଲା। ତେବେ ଏହି ଉତ୍ସବର ଉଦ୍‌ଯାପନୀ ସନ୍ଧ୍ୟାରେ ଭଗବାନ ଶିବଙ୍କ ଫଟୋକୁ ବ୍ୟବହାର କରାଯାଇଥିଲା। ଲୋକମାନେ ନିଶାଶକ୍ତ ଅବସ୍ଥାରେ ଥିବା ବେଳେ ଏଲ୍‌ଇଡି ଲାଇଟ୍‌ ମାଧ୍ୟମରେ ଭଗବାନ ଶିବଙ୍କ ଫଟୋକୁ ପ୍ରଦର୍ଶିତ କରାଯାଇଥିଲା।

Advertisment

ଏହାକୁ ନେଇ ବିରୋଧ ତେଜିବାରେ ଲାଗିଛି। କଂଗ୍ରେସ ନେତା ବିଜୟ ଭିକେ ମାପୁାରେ ସନ୍‌ବର୍ଣ୍ଣ ଆୟୋଜକଙ୍କ ବିରୋଧରେ ପୁଲିସରେ ଅଭିଯୋଗ କରିଛନ୍ତି। ଏଥିସହ ଆମ୍ ଆଦମୀ ପାର୍ଟି ରାଜ୍ୟ ସଭାପତି ଅମିତ ପାଲେକର କହିଛନ୍ତି, ଏହା 'ସନାତନ ଧର୍ମ'କୁ ଆଘାତ ଦେଇଛି। ତେଣୁ ରାଜ୍ୟ ସରକାର ଆୟୋଜକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍।

ଇଡିଏମ୍‌ ଉତ୍ସବ ବେଳେ ଯେଉଁଠି ମଦର ବ୍ୟବହାର ହେଉଥିଲା ସେଠାରେ ଆମ ଭଗବାନଙ୍କ ଫଟୋକୁ ବ୍ୟବହାର କରିବା ଠିକ୍‌ ନୁହେଁ। ତେଣୁ ସନ୍‌ବର୍ଣ୍ଣ ଉତ୍ସବ ଆୟୋଜକଙ୍କ ବିରୋଧରେ ଏଫ୍ଆଇଆର୍‌ ରୁଜୁ କରିବାକୁ ଆପ୍‌ ନେତା ଦାବି କରିଛନ୍ତି। ସେପଟେ ପୁଲିସ ଅଭିଯୋଗ ପାଇଁ ମାମଲାର ତଦନ୍ତ ଜାରି ରଖିଛି।

Congress Goa AAP Lord Shiva Sunburn EDM