Advertisment

ରତନ ଟାଟାଙ୍କୁ ଶେଷ ଦର୍ଶନ କଲା 'ଗୋଆ'

ଏକଦା 'ଗୋଆ'କୁ ରାସ୍ତାକଡ଼ରୁ ଆଣି ମୁମ୍ବାଇର ଟାଟା ହାଉସରେ ଆଶ୍ରୟ ଦେଇଥିଲେ ରତନ ଟାଟା।

'Goa'

'Goa'

Advertisment

ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ବିୟୋଗରେ ସବୁଠି ଶୋକର ଛାୟା। ଆଜି ମୁମ୍ବାଇରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏହି ଅବସରରେ ବହୁ ବିଶିଷ୍ଟ ରାଜନେତା, ଶିଳ୍ପପତି, କ୍ରୀଡାବିତ ଏବଂ ଅଭିନେତାଙ୍କ ସମେତ ସାଧାରଣ ଜନତା ତାଙ୍କୁ ଅନ୍ତିମ ବିଦାୟ ଦେଇଛନ୍ତି। 

Advertisment

କେବଳ ବିଶିଷ୍ଟ ବ୍ୟକ୍ତି ନୁହଁନ୍ତି, କୁକୁର ମଧ୍ୟ ତାଙ୍କୁ ଶେଷ ଦର୍ଶନ କରିଛି। କାରଣ ପଶୁପ୍ରେମୀ ରତନ ଟାଟା ଏକଦା 'ଗୋଆ'କୁ ରାସ୍ତାକଡ଼ରୁ ଆଣି ପ୍ରାସାଦରେ ଆଶ୍ରୟ ଦେଇଥିଲେ। ୧୧ ବର୍ଷ ଧରି ତାଙ୍କ ସହ ରହି ଆସିଥିବା 'ଗୋଆ' ଆଜି ତାଙ୍କୁ ଅନ୍ତିମ ବିଦାୟ ଦେଇଛି। ତେବେ କୁକୁରର 'ଗୋଆ' ନାମକରଣ ପଛରେ ଏକ କାହାଣୀ ରହିଛି, ତାହା କ'ଣ ଜାଣନ୍ତୁ...   

ରତନ ଟାଟା ଥିଲେ ଖୁବ୍ ପଶୁ ପ୍ରେମୀ। କେବଳ 'ଗୋଆ' ନୁହେଁ, ଏମିତି ଅନେକ ପଶୁଙ୍କୁ ଉଦ୍ଧାର କରି ଆଶ୍ରୟ ଦେଇଥିଲେ। ଥରେ ସେ ଗୋଆ ଯାଇଥିଲେ। ଏହି ସମୟରେ ଏକ ବୁଲା କୁକୁର ତାଙ୍କ ସହ ଚାଲିବା ଆରମ୍ଭ କରିଥିଲା। କୁକୁରଟି କିଛି ବାଟ ତାଙ୍କ ସହ ଚାଲିବାରୁ ସେ ତାକୁ ଘରକୁ ନେଇଆସିବାକୁ ମନସ୍ତ କରିଥିଲେ।

Advertisment

ଶେଷରେ ତାକୁ ମୁମ୍ବାଇକୁ ମଧ୍ୟ ଆଣିଥିଲେ। ଏହାପରେ ତା ନାଁ 'ଗୋଆ' ରଖିଥିଲେ। ରାସ୍ତାକଡ଼ରେ ବୁଲୁଥିବା ଏହି କୁକୁର ମୁମ୍ବାଇର ଟାଟା ହାଉସରେ ରହିବାର ସୌଭାଗ୍ୟ ପାଇଥିଲା। 

'ଗୋଆ'ର ଯତ୍ନ ନେଉଥିବା ବ୍ୟକ୍ତି କହିଛନ୍ତି, "'ଗୋଆ' ଗତ ୧୧ ବର୍ଷ ଧରି ମୁମ୍ବାଇର ଟାଟା ହାଉସରେ ରହିଆସୁଛି। ରତନ ଟାଟା ତାକୁ ଖୁବ୍ ଭଲ ପାଉଥିଲେ। ଆଜି ସେ ତାଙ୍କ ଶେଷ ଦର୍ଶନ କରିବାକୁ ଆସିଥିଲା।"

Ratan Tata Ratan Tata Cremation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe