Advertisment

ଚିଟିଂ କରିଥିଲେ, ତେଣୁ ଅଲିମ୍ପିକ୍ସରେ ଭଗବାନ ଦଣ୍ଡ ଦେଲେ: ବ୍ରିଜ ଭୂଷଣ

ରେସ୍‌ଲର୍‌ ଭିନେଶ ଫୋଗାଟଙ୍କୁ କଂଗ୍ରେସ ପ୍ରାର୍ଥୀ କରିବା ପରେ ଏଭଳି କିଛି ବଡ଼ ଅଭିଯୋଗ ଆଣିଛନ୍ତି ବ୍ରିଜଭୂଷଣ ଶରଣ ସିଂହ।

Brij Bhusan and Vinesh

Brij Bhusan and Vinesh

Advertisment

'ଚିଟିଂ କରିଥିଲେ। ତେଣୁ ଅଲିମ୍ପିକ୍ସରେ ଦଣ୍ଡ ମିଳିଲା। ଭଗବାନ ତାଙ୍କୁ ଦଣ୍ଡ ଦେଲେ।' ଆଜି ଏଭଳି କିଛି କହି ଷ୍ଟାର ରେସ୍‌ଲର୍‌ ଭିନେଶ ଫୋଗାଟ ବିରୋଧରେ ଅଭିଯୋଗ ଆଣିଛନ୍ତି ପୂର୍ବତନ ବିଜେପି ସାଂସଦ ତଥା ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂହ।

Advertisment

ଶୁକ୍ରବାର ଭିନେଶ କଂଗ୍ରେସରେ ସାମିଲ୍ ହେବା ପରେ ଦଳ ତାଙ୍କୁ ହରିୟଣା ବିଧାନସଭା ପାଇଁ ପ୍ରାର୍ଥୀ କରିଛି । ଏହାପରେ ବ୍ରିଜ ଭୂଷଣ କଂଗ୍ରେସର ବରିଷ୍ଠ ନେତା ଓ ଭିନେଶଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, 'ଅଲିମ୍ପିକ୍ସରେ ଭିନେଶ ଫୋଗାଟ ଚିଟିଂ ବା ହେରଫେର କରିଛନ୍ତି। ଏଥିପାଇଁ ତାଙ୍କୁ ପଦକ ମିଳିଲା ନାହିଁ। ଭଗବାନ ତାଙ୍କୁ ଦଣ୍ଡିତ କରିଛନ୍ତି।

ପୂର୍ବତନ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ସିଂହ ପ୍ରଶ୍ନ କହିଛନ୍ତି, କ’ଣ କୌଣସି କୁସ୍ତି ଯୋଦ୍ଧା ଗୋଟିଏ ଦିନରେ ଅଲିମ୍ପିକ୍ସର ଦୁଇଟି ବର୍ଗରେ ଟ୍ରାଏଲ ଦେଇ ପାରିବ ? କ’ଣ ଓଜନ ହ୍ରାସ କରିବା ପାଇଁ ଟ୍ରାଏଲକୁ ପାଞ୍ଚ ଘଣ୍ଟା ପାଇଁ ରୋକି ହେବ? ଆପଣ ଚିଟିଂ କରି ଅଲିମ୍ପିକ୍ସରେ ପହଞ୍ଚିଥିଲେ। ସେଥିଲାଗି ପଦକ ଜିତି ପାରିଲେ ନାହିଁ। ଭଗବାନ ଆପଣଙ୍କୁ ଦଣ୍ଡିତ କରିଛନ୍ତି। ସେହିପରି ବଜରଙ୍ଗ ପୁନିଆ ବିନା ଟ୍ରାଏଲରେ ଏସିଆୟୀ କ୍ରୀଡ଼ାରେ ଭାଗ ନେଇଥିଲେ।

Advertisment

ବ୍ରିଜ ଭୂଷଣ ଶରଣ ସିଂହ କହିଛନ୍ତି, କଂଗ୍ରେସ ଦଳରେ ଯୋଗଦେବା ପରେ ଭିନେଶ ଫୋଗଟ ଏବଂ ବଜରଙ୍ଗ ପୁନିଆର ସତ୍ୟତା ଲୋକଙ୍କ ସାମ୍ନାରେ ଆସିଛି। ଏହି ଲୋକଙ୍କ ମାଧ୍ୟମରେ ମୋ ବିରୋଧରେ, ବିଜେପି ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଏକ ଷଡଯନ୍ତ୍ର ରଚିଥିଲେ। ରାହୁଲ-ପ୍ରିୟଙ୍କା ଗାନ୍ଧି ଯୋଡି ଦେବେନ୍ଦ୍ର ହୁଡ୍ଡାଙ୍କୁ ଆଗେଇ ନେଇ ଏହି ଷଡଯନ୍ତ୍ର ରଚିଥିଲେ। ଏହି ଲୋକମାନେ ରାଜନୀତି ପାଇଁ ନିଜ ଝିଅମାନଙ୍କୁ ମଧ୍ୟ ରକ୍ଷା କରିନାହାଁନ୍ତି, ସେମାନଙ୍କୁ ମଧ୍ୟ ବ୍ୟବହାର କରନ୍ତି।

ସେହିପରି ଉତ୍ତରପ୍ରଦେଶରେ ଲୋକସଭା ନିର୍ବାଚନରେ ବିଜେପିର ପରାଜୟ ସମ୍ପର୍କରେ ସେ କହିଛନ୍ତି, ମୁଁ ଏହି ଫଳାଫଳ ଆଗକୁ ଜାଣିସାରିଥିଲି। ଯଦି ମୁଁ ମୁହଁ ଖୋଲିବି, ତେବେ ଝଡ଼ ସୃଷ୍ଟି ହେବ। ଭୁଲ ଜାଣିଶୁଣି କରାଯାଇଛି। ଏହି କାରଣରୁ ଆମେ ହାରିଗଲୁ। ଏଥିରେ ଅଧିକାରୀଙ୍କ ମଧ୍ୟ ହାତ ରହିଛି।

Brij Bhushan Sharan Singh Vinesh Phogat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe